3

ଆସନ୍ତୁ ଜାଣିବା ଚୁଚୁନ୍ଦ୍ରି ରୋଗର କାରଣ ଏବଂ ନିରାକରଣ ।

NEWS

ସାଧାରଣତଃ ଏହି ରୋଗରେ ଆମର ଯେଉଁ ପୁରୁଷ ଲିଙ୍ଗ ରହିଛି ସେଥିରେ ଯେଉଁ ଚମଡାଟି ରହିଛି ତାକୁ ଆମେ ପଛକୁ କରିପାରି ନଥାଉ।ଏହି ରୋଗ ସାଧାରଣତଃ ଛୋଟ ବେଳେ ବା ଛୋଟ ପିଲା ମାନେ ପ୍ରାୟତଃ ଜାଣି ପାରନ୍ତି ନାହିଁ।କାରଣ ଛୋଟ ଅବସ୍ଥାରେ ଏହି ସବୁ ଚିନ୍ତା ଧାରା ମନକୁ ଆସି ନଥାଏ।ପୁରୁଷଙ୍କର ଯେଉଁ ଯୌନାଙ୍ଗ ରହିଛି ଏହି ରୋଗ ହେଲେ ସେମାନେ ନିଜର ଯୌନାଙ୍ଗରେ ଥିବା ଚମଡାଟି ଭଲ ଭାବରେ କଦାପି ଖୋଲି ନଥାଏ।ଯେଉଁଥି ପାଇଁ ସେମାନଙ୍କୁ ପରିଶ୍ରା କଲା ବେଳେ ବହୁତ କଷ୍ଟ ହୋଇଥାଏ।କାରଣ ପରିସ୍ରାଟି ଭଲ ଭାବରେ ଆସିନଥାଏ।ଏହି ପରିଶ୍ରା ନଆସିବା କାରଣରୁ ଯୌନାଙ୍ଗରେ ବହୁତ ପ୍ରକାରର ଇନଫେକ୍ସନ ହେବାର ଆଶଙ୍କା ଥାଏ।

boyy

ବେଳେ ବେଳେ ଏହି କାରଣରୁ ପୁରୁଷ ମାନେ ନିଜର ସହବାସ ମଧ୍ୟ କରିପାରନ୍ତି ନାହିଁ।ଯଦି ଚମଡାଟି ପଛକୁ ନଆସିବ ତାହେଲେ ସେମାନଙ୍କୁ ଏହି ସବୁ ଅସୁବିଧା ଭୋଗ କରିବାକୁ ପଡିଥାଏ।ଆସନ୍ତୁ ଏହି ରୋଗର ନିରାକରଣ ବିଷୟରେ ଜାଣିବା।ଆଧୁନିକ ଚିକିତ୍ସା ପଦ୍ଧତିରେ ଲେଜର ନାମକ ଏକ ପ୍ରଣାଳୀରେ ଏହି ରୋଗକୁ ଭଲ କରାଯାଇ ପାରିବ।ଏହି ପ୍ରକ୍ରିୟାକୁ ସରକୁମସିଜନ ମଧ୍ୟ କୁହାଯାଏ।ଏହି ପଦ୍ଧତିରେ କଣ ହୁଏନା ପୁରୁଷ ଯୌନାଙ୍ଗରେ ଯେଉଁ ଅଧିକ ଭାବରେ ବଢିଯାଇଥିବା ଚମଡାଟି ଥାଏ ତାକୁ ଏହି ପ୍ରକ୍ରିୟାରେ କଢ଼ା ଯାଇଥାଏ।ପୂର୍ବରୁ ଏହାକୁ କଟାଯାଉ ଥିଲା।କିନ୍ତୁ ଲେଜର ପଦ୍ଧତିରେ ରୋଗୀକୁ ଯେପରି କୌଣସି କଷ୍ଟ ନହେବ ତାହା କରାଯାଇ ଥାଏ।

ଏହି ଲେଜର ପଦ୍ଧତିରେ ଯନ୍ତ୍ରଣାଟି ବହୁତ ମାତ୍ରାରେ କମ ଥାଏ।ରୋଗୀକୁ କୌଣସି କଷ୍ଟ ହେଇନଥାଏ।ବେଳେବେଳେ ଦେଖା ଯାଇଥାଏ କି ଲୋକ ମାନେ ଅପରେସନକୁ ଡରି ବିଭିନ୍ନ ପ୍ରକାରର ଆୟୁର୍ବେଦର ସାହାଯ୍ୟ ନେଇଥାନ୍ତି।ଏବଂ ବିଭିନ୍ନ କ୍ରିମ ମଧ୍ୟ ଲଗାଇଥାନ୍ତି।କିନ୍ତୁ ଏହି ଜିନିଷଟି ଆଗକୁ ଯାଇ ଅସୁବିଧାରେ ପକାଇ ଥାଏ।ଏମାନେ ଏହି ସବୁ ଔଷଧର ବ୍ୟବହାର କରି ମଧ୍ୟ ପରିଶେଷରେ ଅପରେସନ କରିଥାନ୍ତି।ଏବଂ ଅପରେସନ ପରେ ମଧ୍ୟ ବେଳେବେଳେ ଦେଖା ଯାଇଥାଏକି ସେହି ଯୌନାଙ୍ଗରୁ ବହୁତ ରକ୍ତ ବାହାରି ଥାଏ।କ୍ୟାନସର ମଧ୍ୟ ହେବାର ସମ୍ଭାବନା ଥାଏ।ତେଣୁ ଏହି ସବୁ ୟାଡୁ ସିଆଡୁ ଔଷଧ ସେବନ କରନ୍ତୁ ନାହିଁ।ସିଧା ସଳଖ ଡାକ୍ତରଙ୍କର ପରାମର୍ଶ କରନ୍ତୁ।

boy

ଏହି ରୋଗଟି ବହୁତ ମାତ୍ରାରେ ବୈବାହିକ ଜୀବନର ସହବାସ ଉପରେ ପ୍ରଭାବ ପକାଇଥାଏ।ଯାହା ଫଳରେ ସେମାନଙ୍କର ଆଶା ପୁର୍ଣ ହେଇନଥାଏ।ଏବଂ ସେମାନେ ସନ୍ତାନ ସୁଖରୁ ବଞ୍ଚି ରୁହନ୍ତି।ଯାହାକି ଏକ ଦୁଃଖର କଥା।ତେଣୁ ଯଦି ଆମେ ଅପରେସନ ହେଇଯିବା ତାହେଲେ ଏହି ସମସ୍ୟାରୁ ସବୁ ଦିନ ପାଇଁ ମୁକ୍ତ ହେଇଯିବା।ଏବଂ ସନ୍ତାନ ସୁଖ ଲାଭ କରିବା।ଯଦି ଆମେ ଲେଜର ପଦ୍ଧତିରେ ଅପରେସନ କରିବା ତାହେଲେ ରୋଗୀକୁ ଯନ୍ତ୍ରଣା କମ ହେବା ସହିତ ରୋଗୀଟି ଶୀଘ୍ର ସୁସ୍ଥ ହେଇଥାଏ ।ତେଣୁ ଯଦି ଆପଣଙ୍କର ଏହି ରୋଗଟି ଅଛି ତାହେଲେ ଆପଣ ଯଥା ଶୀଘ୍ର ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ।ଏବଂ ନିଜର ଜୀବନକୁ ସୁଖମୟ କରନ୍ତୁ।

boy2

ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ।ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ। ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ। ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ। ଧନ୍ୟବାଦ।

Leave a Reply

Your email address will not be published. Required fields are marked *