ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତିର ପ୍ରଥମ ଅକ୍ଷର ନାମ ତାର ବ୍ୟକ୍ତିତ୍ୱ ଏବଂ ବ୍ୟବହାର ସହିତ ଯୋଡ଼ା ହୋଇ ରହିଛି।ପ୍ରତେକ ବ୍ୟକ୍ତିର ପ୍ରଥମ ଅକ୍ଷର ସେହି ବ୍ୟକ୍ତି ବିଷୟରେ ଆମକୁ ଭଲ ଏବଂ ମନ୍ଦ ଉଭୟ କହିଥାଏ।ପ୍ରତେକ ଅକ୍ଷର ଭଳି ଇଂରାଜୀ ଅକ୍ଷର ଏସ ରୁ ମଧ୍ୟ ବ୍ୟକ୍ତିର ଗୁଣ ଜଣାପଡି ଥାଏ।ଯଦି ଆପଣଙ୍କ ନାମ ବି ଏସ କିମ୍ବା ଆପଣଙ୍କର ଆଖପାଖରେ ଏସ ଅଛି ତେବେ ଆସନ୍ତୁ ଜାଣିବା ଏହି ଏସ ଅକ୍ଷରରୁ ଆରମ୍ଭ ହୋଇଥିବା ବ୍ୟକ୍ତିର ଜୀବନ ଶୈଳୀ ଏବଂ ତାର ଆଚାର ବ୍ୟବହାର ବିଷୟରେ।ଏସ ନାମକ ବ୍ୟକ୍ତି ମାନଙ୍କ ପାଖରେ କେବଳ ବହି ନୁହେଁ ବ୍ୟବହାରିକ ଜ୍ଞାନ ମଧ୍ୟ ଥାଏ।ଏମାନେ ସମସ୍ତଙ୍କର ହୃଦୟ ଜିତିବାରେ ଭଲ ଭାବରେ ଜାଣନ୍ତି।ଏମାନେ କେବେବି କାହା ସହିତ ଖରାପ ବ୍ୟବହାର ମଧ୍ୟ କରନ୍ତି ନାହିଁ।ଏହି ନାମର ଲୋକ ବହୁତ ପରିଶ୍ରମୀ ଅଟନ୍ତି।ଓ ପ୍ରତେକ ସମସ୍ୟାକୁ ସାମ୍ନା କରିବା ପାଇଁ ଶକ୍ତି ମଧ୍ୟ ରଖିଥାନ୍ତି ।
ଏମାନେ କୌଣସି ଜିନିଷକୁ ମଧ୍ୟ ଡରନ୍ତି ନାହିଁ।ଏମାନଙ୍କ ମିଠା କଥାରେ ସମସ୍ତେ ପ୍ରଭାବିତ ହୋଇ ଏମାନଙ୍କ ସହିତ ବନ୍ଧୁତା କରନ୍ତି।ଏହି ନାମର ଲୋକ ଶିଖିବାରେ ସୌଖିନ ହୋଇଥାନ୍ତି।ଏମାନଙ୍କୁ ଯେତେ ଜ୍ଞାନ ମିଳିଲେ ମଧ୍ୟ ଏମାନଙ୍କୁ କମ ଲାଗିଥାଏ।ଏମାନେ ଆହୁରି ଅଧିକ ଜ୍ଞାନ ପାଇବା ପାଇଁ ଚେଷ୍ଟା କରନ୍ତି।ଏହି ନାମର ଲୋକ ହୃଦୟରୁ ସଚୋଟ ହୋଇଥାନ୍ତି।ଏମାନଙ୍କର ହୃଦୟରେ ଯେଉଁ କଥା ଥାଏ ଏମାନଙ୍କ ବାହାରେ ମଧ୍ୟ ସେହି କଥା ଥାଏ।ସେମାନେ ସବୁ କିଛି ଖୋଲିକି କହି ଦିଅନ୍ତି।ଏହି ଏସ ନାମର ବ୍ୟକ୍ତି ମାନେ ଖରାପ ସମୟ ସହିତ ଲଢ଼ିବା କୁ ପସନ୍ଦ କରନ୍ତି।ଏମାନଙ୍କର ପ୍ରଶଂସା ଶୁଣିବାକୁ ଏମାନେ ପ୍ରଶଂସା କରନ୍ତି ନାହିଁ।ଏହି ଏସ ନାମର ବ୍ୟକ୍ତି ପ୍ରେମ ମାମଲାରେ ବହୁତ ଲାଯକୁଳା ସ୍ୱଭାବର ହୋଇଥାନ୍ତି।ଏମାନେ ପ୍ରେମ କରିବା ପୂର୍ବରୁ ଲକ୍ଷେ ଥର ଭାବନ୍ତି।
ଏମାନେ ଯାହାକୁବି ଭଲପାଇଥାନ୍ତି ତା ସହିତ ଜୀବନ ସାରା ରହିଥାନ୍ତି।ଏମାନେ ସହନଶୀଳ ହେବା ସହିତ ଅଧିକ ଭାବବିହ୍ଵଳ ହୋଇଥାନ୍ତି।ନିଜ ପ୍ରଶଂସା ଶୁଣିବାକୁ ଏମାନଙ୍କୁ ବହୁତ ଭଲ ଲାଗେ ନାହିଁ।ଏମାନେ ନିଜ ମନ କଥା କାହାକୁ କୁହନ୍ତି ନାହିଁ।ଏମାନେ ସ୍ୱଭାବରେ ଦାନୀ ଏବଂ ଭଲ ଚିନ୍ତା କରିଥାନ୍ତି।ଏମାନେ ନିଜର ବୈବାହିକ ଜୀବନକୁ ସୁଖମୟ କରିବା ପାଇଁ ସବୁବେଳେ ନୂଆ ନୂଆ ପ୍ରୟାସ କରିଥାନ୍ତି।
ସେମାନେ ନିଜର ସାଥୀଙ୍କୁ ନିଜର ହାତ ମୁଠାରେ ରଖିବାକୁ ଭଲପାଇଥାନ୍ତି।ଯାହା କାରଣରୁ ଏମାନଙ୍କର ଦାମ୍ପତ୍ୟ ଜୀବନରେ ତାଳ ମେଳର ଅଭାବ ଦେଖାଦେଇ ଥାଏ।ଫଳରେ କିଛି ସମୟ କଳହ ସୃଷ୍ଟି ହୋଇଥାଏ।ବିବାହ ପରେ ଏହି ନାମର ମହିଳାଙ୍କୁ ବହୁତ ପ୍ରକାରର ସାମ୍ନା କରିବାକୁ ପଡିଥାଏ।ଯେଉଁଠି ପୁରୁଷ ମାନଙ୍କର ଜୀବନ ବିବାହ ପରେ ବହୁତ ସୁଖମୟ ହୋଇଥାଏ।ସେଇଠି ମହିଳା ମାନେ କଷ୍ଟ ଭୋଗ କରିଥାନ୍ତି।
ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ।ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ। ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ। ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ। ଧନ୍ୟବାଦ।