ବର୍ତ୍ତମାନ ସମୟରେ ବଦଳୁଥିବା ଜୀବନ ଶୈଳୀ ଏବଂ ଖାଦ୍ୟ ପେୟା ଅନୁସାରେ କେଶ ଝାଡ଼ିବା ବହୁତ ସାଧାରଣ କଥା ହୋଇ ଗଲାଣି । ତେଣୁ ଲୋକମାନେ ନିଜ କେଶ ଝଡ଼ିବା ରୋକିବା ସହ ନିଜର କେଶ ବୃଦ୍ଧି କରିବା ପାଇଁ ବିଶେଷ ଧ୍ୟାନ ଦେଉଛନ୍ତି ଓ ବିଭିନ୍ନ ପ୍ରକାରର ଜିନିଷ ମଧ୍ୟ ବ୍ୟବହାର କରୁଛନ୍ତି । ଆଜି ଆମେ ମାନେ ଜାଣିବା ଏହି ପରି ଏକ ଜିନିଷ ଆଲୋଭରା
ବିଷୟରେ ଯାହାକୁ ଆପଣ ମାନେ କେବଳ ମୁହଁ ଉଜ୍ଜ୍ବଳ ପଣ ବୃଦ୍ଧି କରିବା ବିଷୟରେ ଜାଣିଥିବେ କିନ୍ତୁ ଖୁବ୍ କମ୍ ଲୋକ ଏହା ଜାଣିଥିବେ କି ଆଲୋଭରା ଦ୍ଵାରା କେଶ ଝଡ଼ିବା ରୋକିବା ସହ କେଶ ବୃଦ୍ଧି ମଧ୍ୟ ହୋଇଥାଏ । ଆଳୋଭରା ଏହା ଆପଣଙ୍କୁ ବଜାରରେ ମିଳି ପାରିବ ଏବଂ ଆପଣ ଏହାକୁ ନିଜ ଘରେ ମଧ୍ୟ ଲଗାଇ ପାରିବେ ଏହା କେଶ ବୃଦ୍ଧି କରିବାରେ ସହାୟକ ହୋଇଥାଏ ।
ପ୍ରଥମେ ଏକ ବଡ଼ ଆଲୋଭେରା ନିଅନ୍ତୁ ଏବଂ ଏହାର ଉପର ଭାଗରୁ ଚୋପକୁ କାଢି ଦିଅନ୍ତୁ ଏହାର ଉପର ଭାଗରୁ ଚୋପା କାଢି ସାରିଲା ପରେ ଏଥିରେ ଥିବା ରସକୁ ଗୋଟିଏ ପାତ୍ରରେ ରଖନ୍ତୁ ଏବଂ ଏହି ରସକୁ କିଛି ପାଣି ମିଶାଇ ଭଲ ଭାବରେ ବାଟି ଦିଅନ୍ତୁ ।ଏହି ରସ ମଧ୍ୟରେ ଦୁଇଟି ବଡ଼ ଚାମଚ ଦହି ମିଶାନ୍ତୁ ,ଦହି ରେ ଥିବା ଉପାଦାନ କେଶ ଝଡ଼ିବା ରୋକିବା ସହ ନୂତନ କେଶ ଉଠି ବାରେ ମଧ୍ୟ ସାହାଯ୍ୟ କରେ ।
ଏଥିରେ ଏକ ବଡ଼ ଚାମଚ ନଡ଼ିଆ ତେଲ ମିଶାନ୍ତୁ ଏବଂ ଏହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ । ନଡ଼ିଆ ତେଲରେ ଥିବା ଉପାଦାନ କେଶ ବୃଦ୍ଧି କରିବା ସହ କେଶ କୁ ପରସ୍ପର ଭିତରେ ବାନ୍ଧି ହେବାକୁ ଦେଇ ନଥାଏ ଯାହା ଦ୍ଵାରା କେଶ ଝଡ଼ିବା ବନ୍ଦ ହୋଇଯାଇ ଥାଏ ଏହି ସମସ୍ତ ଜିନିଷକୁ ଭଲ ଭାବରେ ମିଶାଇ ସାରିଲା ପରେ
ଏକ ବ୍ରଶ ଦ୍ଵାରା ଏହାକୁ ନିଜ କେଶ ଏବଂ ଖପୁରୀ ରେ ଭଲ ଭାବରେ ମାରନ୍ତୁ ଓ ଏହାକୁ ୩୦ ମିନିଟ୍ ପର୍ଯ୍ୟନ୍ତ ଶୁଖି ବାକୁ ଛାଡି ଦିଅନ୍ତୁ ଓ ଏହା ପରେ ନିଜ କେଶ କୁ ଥଣ୍ଡା ପାଣିରେ ଭଲ ଭାବରେ ଧୋଇ ନିଅନ୍ତୁ । ଏହି ଉପାୟ ଦ୍ଵାରା ଆପଣ ଆଲଭେରା ର ବ୍ୟବହାର କରି ନିଜର କେଶ ଝଡ଼ିବା ରୋକିବା ସହ ନୂତନ କେଶ ମଧ୍ୟ ଉଠାଇ ପାରିବେ ।