ଏକ ମହିଳା ର ଜୀବନରେ ସବୁଠାରୁ ଗୁରୁ୍ତ୍ଵପୂର୍ଣ୍ଣ ସମୟ ହୋଇଥାଏ ଗର୍ଭ ଧାରଣ ସମୟ।ଏହି ସମୟରେ ସେମାନଙ୍କୁ ନିଜ ଶରୀର ର ଯତ୍ନ ଅଧିକ ମାତ୍ରାରେ ନେବା ପାଇଁ ହୋଇଥାଏ।ସମସ୍ତ ପୋଷକ ତତ୍ତ୍ଵ ରହିଥିବା ଖାଦ୍ୟ ଖାଇବା ଆବଶ୍ୟକ।ଏହି ସମୟ ରେ ସର୍ବଦା ଖାଦ୍ୟ ପାନୀୟ ପ୍ରତି ଯତ୍ନଶୀଳ ରହିବା ଆବଶ୍ୟକ।
ସେହିପରି ଗର୍ଭ ଧାରଣ ସମୟରେ କେଶର ଖାଇବା ପାଇଁ ଅନେକ ଲୋକ କହିଥାନ୍ତି କାରଣ କ୍ଷୀର ରେ କେଶର ମିଶାଇ ପିଇବା ଦ୍ଵାରା ପିଲା ର ରଙ୍ଗ ଗୋରା ହୋଇଥାଏ।ତେବେ ଆସନ୍ତୁ ଜାଣିବା ଏହାର ସତ୍ୟତା,ଏପରି ସତରେ ହୋଇଥାଏ କି ନାହିଁ।
କେଶର କ୍ଷୀର ରେ ଖାଇବା ଦ୍ଵାରା ପିଲାର ରଙ୍ଗ ଗୋରା ହୋଇଥାଏ ବୋଲି ସମସ୍ତେ କୁହନ୍ତି,କିନ୍ତୁ ଏହା କୌଣସି ବୈଜ୍ଞାନିକ ସ୍ତରରେ ପ୍ରମାଣ ହୋଇନାହିଁ।କେଶର ଖାଇବା ଦ୍ବାରା ଚର୍ମ ରେ ତୋଫା ପଣ ଆସିଥାଏ।ତେଣୁ ଆମେ କେଶର ଗର୍ଭ ଧାରଣ ସମୟ ରେ କିମ୍ବା ଅନ୍ୟ ସମୟ ମାନଙ୍କରେ
ମଧ୍ୟ ଖାଇ ପାରିବା।କ୍ଷୀର ରେ ବହୁ ମାତ୍ରାରେ କ୍ୟାଲସିୟମ ଏବଂ ପ୍ରୋଟିନ ରହିଥାଏ ,ଯାହା ଗର୍ଭ ଧାରଣ ସମୟରେ ବହୁତ୍ ଆବଶ୍ୟକ ହୋଇଥାଏ। ଗର୍ଭ ଧାରଣ ସମୟରେ କେଶର ମିଶା କ୍ଷୀର ପିଇବା ଦ୍ଵାରା ପେଟ ଫୁଲିବା ର ସମସ୍ୟା
ଦୂର ହୋଇଥାଏ ଏବଂ ଭୋକ ମଧ୍ୟ ସଠିକ୍ ଭାବରେ ଲାଗିଥାଏ।ଆହୁରି ମଧ୍ୟ ଗର୍ଭବତୀ ମହିଳା ମାନଙ୍କ କ୍ଷେତ୍ରରେ ଦେଖା ଯାଉଥିବା ଏସିଡିଟି କୁ ମଧ୍ୟ ଏହି କେଶର ମିଶ୍ରିତ କ୍ଷୀର ଦୂର କରିବାରେ ସାହାଯ୍ୟ କରିଥାଏ।ପାଚନ ପ୍ରକିୟାକୁ ମଧ୍ୟ ସଠିକ୍ ଭାବରେ ପରିଚାଳିତ କରିବାରେ ସାହାଯ୍ୟ କରିଥାଏ।