ଆସନ୍ତୁ ଜାଣିବା ସମୟକୁ କିପରି ବ୍ୟବହାର କରିବା |

NEWS

ବନ୍ଧୁ ମାନେ ଆମେ ସମସ୍ତେ କିଛି ନୂଆ ଜିନିଷ ଉତ୍ପାଦନ ବିଷୟରେ ବହୁତ କିଛି ଦେଖୁଛେ ଏବଂ ଲୋକ ମାନଙ୍କ ଠାରୁ ସିଖୁଛେ କେମିତି ନିଜର ଅସ୍ଥିରତା କୁ ଭଙ୍ଗ କରି ନିଜ କାମ ରେ ଧ୍ୟାନ ଦେବା। କିନ୍ତୁ ଏହି ସବୁ କଥା ଶୁଣିବାକୁ ତ ବହୁତ ଭଲଲାଗେ ହେଲେ ଏହି ସବୁ ଉତ୍ପାଦନ ର ଜିନିଷ କୁ ଶିଖି ପ୍ରତିଦିନ କାମ ରେ ଲଗାଇବା ବହୁତ କଷ୍ଟକର ହୋଇଥାଏ। ଏହି ଅସୁବିଧା କୁ ସମାଧାନ କରିବା ପାଇଁ ଲେଖକ ଜେକେନାପ ଏବଂ ଜନ ଜେରାଟସ୍କି ଯିଏ କି ଗୁଗୁଲ ର ବହୁତ ଜିନିଷ କୁ ଆବିଷ୍କାର କରିଥିଲେ।ସେ ତାଙ୍କ ସମୟ କୁ ଭଲ ଭାବରେ ବ୍ୟବହାର କରିବା ପାଇଁ କିଛି ଆଦେଶ ଏବଂ କିଛି ତଥ୍ୟ କୁ ନେଇ ଏକ ଏମିତି ରୁଟିନ ବନାଇଛନ୍ତି ଯାହାକୁ ବ୍ୟବହାର କରି ଜଣେ ନିଜର ସମୟ କୁ ସଠିକ ଭାବରେ ବ୍ୟବହାର କରିବା ସିଖିପାରିବ। ଏବଂ ଏହି ସବୁ ତଥ୍ୟ କୁ ଜେକେନାପ ଏବଂ ଜନ ଜେରାଟସ୍କି ଏକ ବହି ହାଓ ଟୁ ଫୋକସ ଅନ ଉହଆଟ ମ୍ୟାଟରସ ରେ ଲେଖିଛନ୍ତି ।ଯାହାକୁ ଆଜି ଆମେ ଜାଣିବା ।

୧)କାରଣ ଜୀବନ ବହୁତ ବ୍ୟସ୍ତବହୁଳ:- ଆମକୁ ଏହା ଭାବିବା ଦରକାର ଯେ ଆମର ସମୟ କେଉଁ ଜିନିଷ ରେ ସରୁଛି ଏବଂ ଆମର ଜିବନ ଏତେ ବ୍ୟସ୍ତବହୁଳ କଣ ପାଇଁ ।ଏହାର ଦୁଇଟି ମୁଖ୍ୟ କାରଣ ଅଟେ । ପ୍ରଥମ ଟି ହେଲା ବିଜିବ୍ୟାଣ୍ଡବ୍ୟାଗନ ଏବଂ ଇନ୍ଫିନିଟିପୁଲ୍ସ ।ବିଜିବ୍ୟାଣ୍ଡବ୍ୟାଗନ ରେ ଆମେ ବହୁତ ବ୍ୟସ୍ତ ରହି ନିଜକୁ ବହୁତ ଗର୍ବ ଅନୁଭବ କରୁ । ଆମେ ଆମର ଉତ୍ପାଦନ କୁ ଦିନର ପ୍ରତ୍ୟେକ ମୁହୂର୍ତ ରେ ବିଭକ୍ତ କରିବାକୁ ଚାଁହୁ ।ଯଦି ଆମେ କିଛି ଉତ୍ପାଦନ ନା କରୁ ତେବେ ଆମେ ଆମର ସମୟ ନଷ୍ଟ କରିବା ପାଇଁ ବହୁତ ପସ୍ଛ୍ୟତାପ କରୁ ।ତେଣୁ ଆମେ ବ୍ୟସ୍ତ ରହିବା କୁ ବେଶୀ ଭଲପାଉ । ଏହା ଦ୍ୱାରା ଆମକୁ ଲାଗେ ଯେ ଆମେ ଆମ କାମ ରେ ଆଗୁଆ ଅଛେ । ଏବଂ ଏହି ଇନ୍ଫିନିଟିପୁଲ୍ସ ହିସାବରେ ଆଜି କାଲି ଯେତେ ବି ସବୁ ଆପ ଅଛି ଯେଉଁଥିରେ କି ଆପଣଙ୍କୁ ବହୁତ କିଛି ତଥ୍ୟ ଦେଖିବାକୁ ମିଳେ ,ଆପଣ ଦେଖି ଚାଲନ୍ତୁ ଏବଂ ଆପଣଙ୍କୁ ନୂଆ ନୂଆ କିଛି କିଛି ଦେଖିବାକୁ ମିଳୁଥିବ । ଏବଂ ଏହି ଜିନିଷ ଆମକୁ ବହୁତ ପସନ୍ଦ ଆସିଥାଏ ।

walk 2

ଏହାକୁ ଡ଼ିସଟ୍ରାସନ ପୁଲ ମଧ୍ୟ କୁହାଯାଏ, କାରଣ ଏହି ସବୁ ଆପ ମଧ୍ୟ ଆମର ମୁଣ୍ଡ କୁ ଅନ୍ୟ ଆଡେ ନେଇଯାଏ। ଏବଂ ଆମର ସବୁ ଶକ୍ତି ଆମ ଠାରୁ ନେଇଯାଏ ।ଦେଖିବାକୁ ଗଲେ ଆମର ସବୁ ସମୟ ତ ଏହି ସବୁ ରେ ସରିଯାଏ । ୨) ଇଚ୍ଛା ଶକ୍ତି ଆପଣଙ୍କୁ ଏକୁଟିଆ ଛାଡେ ନାହିଁ :- ବହୁତ ଲୋକ ତାଙ୍କର କାମ କୁ ପୂରଣ କରିବା ପାଇଁ ଇଚ୍ଛା ଶକ୍ତି ଉପରେ ନିର୍ଭରଶିଳ ହୁଅନ୍ତି ।କାରଣ ବାର ବାର ସୋସିଆଲ ମିଡ଼ିଆ ବ୍ୟବହାର କରିବା ଏବଂ ପରେ ପଶ୍ଚାତାପ କରିବା ଆଜିକାଲି ଦୁନିଆରେ ବହୁତ ହୋଇଗଲାଣି ।ତେଣୁ ଆପଣ ନିଜ କୁ ଏହି ଭଳି ପ୍ରସ୍ତୁତ କରିବା ଦରକାର ଯାହାଦ୍ୱାରା କି ଏହି ସବୁ ଜିନିଷ ଆପଣ ଙ୍କ ଜୀବନ ଉପରେ ଯେମିତି ପ୍ରଭାବ ନା ପକେଇବ। ଆପଣ ଗୋଟିଏ ଦିନ ଆଲରାମ ଦେଇକରି ସକାଳ ୫ ଟା ରୁ ଉଠି ଜିବେ ଦ୍ଵିତୀୟ ଦିନ ମଧ୍ୟ ଉଠି ଜିବେ କିନ୍ତୁ ତୃତୀୟ ଦିନ ଆପଣ ଙ୍କୁ ଆଉ ଇଚ୍ଛା ହେବ ନାହିଁ ।

ହେଲେ ବି ଆପଣ କୁ ଏହି କାମ କୁ ନିଜ ଇଚ୍ଛା ବିରୋଧ ରେ କରିବା ନିହାତି ଦରକାର । ୩) ନିଜକୁ ସମସ୍ତ ଙ୍କ ଆଗରେ କିପରି ଚିନ୍ହା କରେଇବା :- ଏହି ବ୍ୟସ୍ତ ଜୀବନ ରେ ଯେଉଁଠି ଆମେ ବଞ୍ଛୁଛେ ଏବଂ ଆମକୁ ଲାଗୁଚି ଯେ ଆମେ ସବୁ ନିଷ୍ପତି ନେଉଛେ ।କିନ୍ତୁ ପ୍ରକୃତ ରେ ଆମର ସବୁଦିନ ର ଅଭ୍ୟାସ ଏବଂ ଆମର ଇଚ୍ଛା ଶକ୍ତି ସବୁ ନିଷ୍ପତି ନେଇଥାଏ । ଆପଣ ନିଜେ ଭାବନ୍ତୁ ପ୍ରତିଦିନ ଆପଣ କେତେ କାମ କରନ୍ତି ଯାହା ଆପଣ ଭବିଥନ୍ତି କରିବା ପାଇଁ, ଯେମିତି କି ୟୁଟୁବ ,ଏବଂ ଅନ୍ୟ ସୋସିଆଲ ମେଡ଼ିଆ ରେ ଆପଣ ଘଣ୍ଟା ଘଣ୍ଟା ସମୟ ବିତାଉଛନ୍ତି ଆପଣ ଏହାକୁ କଣ ଆଗରୁ ନିଷ୍ପତି ନେଇଥିଲେ କି କରିବା ପାଇଁ।ସେଥିପାଇଁ ଆମକୁ ଆମ ଇଚ୍ଛା ଶକ୍ତି କୁ ବାଦ ଦେଇ ନିଜ ପାଇଁ ସଠିକ କାମ କୁ କରିବା । ଏବଂ ଆପଣ ଙ୍କୁ ନିଜ ଜୀବନ ରେ ପୂର୍ବ ଦିନରୁ କିଛି କାମ ଭାବି କରି ରଖିବାକୁ ପଡିବ ଯାହା କୁ ଆପଣ ପରା ଦିନ ଯେତେ ବ୍ୟସ୍ତ ଥିଲେ ମଧ୍ୟ କିଛି ନା କିଛି ସମୟ କାଢି ସେ କାମ କୁ ସମ୍ପୂର୍ଣ କରିବାକୁ ହେବ ।

dreamm

ଆଜିକାଲି ଦୁନିଆ ରେ ମଣିଷ ଆମର ମନ ଏବଂ ଶରୀର ରୁ ଅଲଗା ଅଲଗା ତରିକା ରେ ବ୍ୟବହାର କରୁ । ଯାହା ଦ୍ୱାରା କି ଆମ ର ଶରୀର ଆମର ମୁଣ୍ଡ ସହିତ କାମ କରିପାରେ ନାହିଁ । ଉଦାହରଣ ସ୍ୱରୂପ ଆପଣ ଭାବୁଛନ୍ତି ଯେ ମୁଁ ସକାଳୁ ଚାଲିବା ପାଇଁ ଯିବି ଏବଂ ଆଲାରାମ ଦେଉଛନ୍ତି ।ହେଲେ ବି ଆପଣ ଶୋଇବା ପାଇଁ ବେଶୀ ରାତି କରୁଛନ୍ତି ।ଯାହା ଦ୍ୱାରା ସକାଳୁ ଆପଣ ଙ୍କ ନିଦ ଭାଙ୍ଗୁନାହିଁ ।କାରଣ ଆମର ଇଛହେଲେ ମଧ୍ୟ ଆମର ଶରୀର ଏହାକୁ ସାଥ ଦେଉନାହିଁ। କାରଣ ଆମର ନିଦ ଭଲଭାବରେ ପୁର୍ଣ ହୋଇନାହିଁ। ସେଥିପାଇଁ ଲେଖକ କହୁଛନ୍ତି ଯେ ଆଜିକାଲି ଲୋକ ମାନେ କିଛି ନୂଆ ଉତ୍ପାଦନ ପାଇଁ କେତେ କଣ କରୁଛନ୍ତି ଲୋକ କେତେ ନୂଆ ନୂଆ ବହି ପଢୁଛନ୍ତି ,କିନ୍ତୁ ଆପଣ ଠିକ ସମୟ ରେ ସୁଅନ୍ତୁ ,ଠିକ ସମୟରେ ଖାନ୍ତୁ ,ଠିକ ସମୟରେ ବ୍ୟାୟାମ କରନ୍ତୁ ।

ଯଦି ଆପଣ ନିଜ ଶରୀର କୁ ଅୟତ କରିପାରିବେ ନାହିଁ ଆପଣ ଯେତେ ବି ବହି ପଢନ୍ତୁ ଏବଂ ଭିଡ଼ିଓ ଦେଖନ୍ତୁ ଆପଣ ନିଜକୁ ପରିବର୍ତନ କରିପାରିବେ ନାହିଁ । ୪)ପ୍ରତିସରଣ :- ଆପଣ ଏହି ୩ ଟି ଜିନିଷ ବ୍ୟବହାର କରି ନିଜ ଭିତରେ କେତେ ପରିବର୍ତନ ଆଣୁଛନ୍ତି ତାକୁ ମାପନ୍ତୁ। କାରଣ ଆପଣ ଯଦି ଭାବିବେ ନାହିଁ ଯେ ଆପଣ କଣ କରୁଛନ୍ତି ଆଉ ନିଜ ଭିତରେ କେତେ ପରିବର୍ତ୍ତନ ଆଣୁଛନ୍ତି ତେବେ ମଧ୍ୟ ଏହା ଫଳପ୍ରଦ ହେବ ନାହିଁ।ସେଥିପାଇଁ ଲେଖକ କହିଛନ୍ତି ଯେତେ ବ୍ୟସ୍ତ ରହିଲେ ମଧ୍ୟ ଦିନର ଶେଷ ଭାଗ ରେ ତୁମେ କଣ କଣ କରିଲ ତାକୁ ମନେପକାଓ କିମ୍ବା ଖାତା ରେ ଲେଖି ରଖ ।କାରଣ ଏହା କରିବା ଦ୍ୱାରା ଆପଣ ନିଜେ ଜାଣିପାରିବେ ଆପଣ ସେଦିନ କେତେ ଭଲ କରିଛନ୍ତି ଆଉ କେତେ ଖରାପ କରିଛନ୍ତି ଯାହା ଦ୍ୱାରା ଆପଣ ନିଜକୁ ଆଗକୁ ନେଇପାରିବେ ।ତେଣୁ ଆପଣ ପୂର୍ବ ଦିନରୁ ଆଗାମୀ ଦିନରେ କରିବାକୁ ଥିବା କାମ କୁ ମନେପକାଇ ନିଜର ମସ୍ତିଷ୍କ ରେ ରଖନ୍ତୁ , ଏହି କାମ ପାଇଁ ଆପଣଙ୍କୁ ବେଶୀ ସମୟ ନୁହେଁ ଜମା ୧ ମିନିଟ ହିଁ ଲାଗିବ ।ଏବଂ ଆପଣ ଏହା କରିବା ଦ୍ୱାରା ଆପଣଙ୍କ ମସ୍ତିଷ୍କ ର ଶକ୍ତି ମଧ୍ୟ ବୃଦ୍ଧି ହେବ ।

Leave a Reply

Your email address will not be published. Required fields are marked *