ଲିମ୍ୱ ଏହା ସ୍ଵାଦ ରେ ଯେତିକି କଟୁ ହୋଇଥାଏ ଏହାର ସେତିକି ଔଷଧୀୟ ଗୁଣ ମଧ୍ୟ ଥାଏ । ଲିମ୍ଵ ରେ ଭିଟାମିନ ଓ ପ୍ରୋଟିନ ଆଦି ଅନେ ପୋଷକ ତତ୍ତ୍ଵ ରହିଥାଏ ଏବଂ ଏଥିରେ ଆଣ୍ଟି ବ୍ୟାକ୍ଟେରିଆ,ଆଣ୍ଟି ଅକ୍ସିଡାଣ୍ଟ ଆଦି ଗୁଣ ଥାଏ ଯାହା ଦ୍ଵାରା ପାଚନ କ୍ରିୟା ବୃଦ୍ଧି ହୋଇଥାଏ,ଏହାର ବ୍ୟବହାର ଦ୍ଵାରା ଚର୍ମ ରେ ବି କୌଣସି ଅସୁବିଧା ହୋଇ ନଥାଏ ,ଏବଂ ଏହା ଶରୀରର ଅନ୍ୟ ଉପକାର ମଧ୍ୟ କରେ ଆସନ୍ତୁ ଜାଣିବା ତାହା ବିଷୟରେ ।
୧-ଲିମ୍ବ୍ ପାଉଡର କୁ ତୁଥ ପେଷ୍ଟ ରେ ମିଶାଇ ବ୍ୟବହାର କରିବା ଦ୍ଵାରା ଦାନ୍ତ ଜନିତ ସମସ୍ତ ସମସ୍ୟା ରୁ ମୁକ୍ତି ମିଳିଥାଏ ,ଏହା ଦ୍ଵାରା ମାଢ଼ି ମଧ୍ୟ ଟାଣ ହୋଇଥାଏ, ଲିମ୍ବ ପାଉଡର ର ବ୍ୟବହାର ଦ୍ଵାରା ପାଟି ରୁ କ୍ୟାଭିଟି ମଧ୍ୟ ଦୁର ହୋଇଥାଏ ।
୨- ଯଦି ଆପଣଙ୍କ ଚୁଟି ଝଡ଼ିବା ଆଦି ସମସ୍ୟା ଦେଖା ଯାଉଛି ତାହାଲେ ଆପଣ ଲୀମ୍ୱ ପାଉଡର କୁ ପାଣିରେ ମିଶାଇ ନିଜ ଖପୁରିରେ ମାରନ୍ତୁ ଏବଂ ଅଳ୍ପ ସମୟ ପରେ ଏହାକୁ ଧୋଇ ଦିଅନ୍ତୁ ଏହା ଫଳପ୍ରଦ ହୋଇଥାଏ । ଏଥିରେ ଆପଣ ଘିଁକୁଆରୀ ମଧ୍ୟ ମିଶାଇ ପାରିବେ ।
୩- ଶରୀରରେ ଡାଇବେଟିସ ଏବଂ ରକ୍ତ ରେ ସୁଗାର ର ପରିମାଣକୁ ନିୟନ୍ତ୍ରିତ କରିବା ପାଇଁ ଆପଣ ଲିମ୍ବ ପାଉଡର ର ବ୍ୟବହାର କରି ପାରିବେ । ଏହି ପାଉଡର କୁ ପାଣିରେ ମିଶାଇ ଏହାର ପାନ କରନ୍ତୁ ଡାଇବେଟିସ ରୁ ଆରାମ ମିଳିବ ।
୪- ଯଦି ଆପଣଙ୍କ ମୁହଁରେ ବ୍ରଣ ର ସମସ୍ୟା ଦେଖା ଯାଉଛି ତାହାଲେ ଆପଣ ଲିମ୍ବ ର ପାଉଡର ର ବ୍ୟବହାର କରି ପାରିବେ । ଏହି ପାଉଡର କୁ ଆପଣ ଦହି ଏବଂ ମୁଲ୍ଟାନି ମାଟି ସହ ମିଶାଇ ଏହାର ବ୍ୟବହାର କରି ପାରିବେ ।
୫- କିଛି ଲୋକଙ୍କ ଶରୀରରେ କାଛୁ,କୁଣ୍ଡେଇ ,ଏବଂ ଦାଗ ଆଦି ସମସ୍ୟା ଦେଖା ଦେଇଥାଏ ,ଆପଣ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲିମ୍ବ ର ବ୍ୟବହାର କରି ପାରିବେ । ଲିମ୍ବ ରେ ଥିବା ଆଣ୍ଟି ବ୍ୟାକ୍ଟେରିଆ,ଆଣ୍ଟି ଅକ୍ସିଡାଣ୍ଟ ଏବଂ ଅନ୍ୟ ଗୁଣ ଗୁଡ଼ିକ ଶରୀର କୁ ଆରାମ ଦେବାରେ ସାହାଯ୍ୟ କରେ ।