17

ପୋଦିନା ଖାଇବାର ୧୦ ଟି ଚମତ୍କାର ଫାଇଦା |

HEALTH

ପୋଦିନା ଏହା ପ୍ରତ୍ୟେକ ରୋଷେଇ ଘରେ ବ୍ୟବହାର କରାଯାଏ । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ଓ ପ୍ରୋଟିନ ଆଦି ଉପାଦାନ ଥାଏ ଯାହା ଶରୀରକୁ ସୁସ୍ଥ ଏବଂ ଫୁର୍ତ୍ତି ରଖିବାରେ ସାହାଯ୍ୟ କରିଥାଏ । ପୋଦିନା ପତ୍ରରେ ଥଣ୍ଡା ଗୁଣ ମଧ୍ୟ ଥାଏ ଯାହା ଗରମ ଦିନରେ ଅଂଶୁଘାତ ରୁ ରକ୍ଷା କରେ । ଆସନ୍ତୁ ଜାଣିବା ପୋଦିନା ଖାଇବାର ଏହି ପରି ୧୦ ଟି ଫାଇଦା ।

୧- ପୋଦିନା ପତ୍ର କୁ ଭଲ ଭାବରେ ବାଟି ଏଥିରେ ଅଳ୍ପ କଳା ଲୁଣ ଓ ଅଳ୍ପ ଚିନି ମିଶାଇ ପିଇବା ଦ୍ଵାରା ଶରୀରକୁ ନୂତନ ଫୁର୍ତ୍ତି ର ଅନୁଭବ ହୋଇଥାଏ
୨- ପୋଦିନା ପତ୍ର କୁ ପାଣି ସହିତ ମିଶାଇ ଏହାକୁ କ୍ଷତ ହୋଇଥିବା ସ୍ଥାନରେ ମାରିବା ଦ୍ଵାରା ଶୀଘ୍ର ଲାଭ ହୋଇଥାଏ ।
୩- ଏହା ଛଡା ପୋଦିନା ପତ୍ର କୁ ପାଣି ରେ ମିଶାଇ ଦେହରେ ମାରିବା ଦ୍ଵାରା ଶରୀରରେ ଥିବା ସମସ୍ତ ଚର୍ମ ରୋଗ ଦୁର ହୋଇଥାଏ ।

SLEEP

୪- ରାତ୍ରି ରେ ଶୋଇବା ସମୟରେ ୨ କି ୪ ଟି ପୋଦିନା ପତ୍ର ଚୋବେଇ ପାଣି ପିଇ ନିଅନ୍ତୁ । ଏହା କରିବା ଦ୍ଵାରା ପେଟରେ ଥିବା ସମସ୍ତ କୃମି ଭଲ ହୋଇ ଯାଇଥାଏ ।
୫ – ପୋଦିନା ପତ୍ର ,ରସୁଣ ଏବଂ ଲୁଣ ଆଉ ଅଦା କୁ ବାଟି ଭୋଜନ କରିବା ସମୟରେ ଖାଇବା ଦ୍ଵାରା ଶରୀରକୁ ଭୋକ ଠିକ ଭାବରେ ଲାଗିଥାଏ ଏବଂ ଏହା ଦ୍ଵାରା ପେଟର ହଜମ କ୍ରିୟା ମଧ୍ୟ ଠିକ ଭାବରେ ହୋଇଥାଏ ।

୬- ପୋଦିନା ପତ୍ର ,ମରିଚ ଏବଂ ବିଟ ଲୁଣ କୁ ସିଝାଇ କରି ଏହି ସିଝା ପାଣି ପିଇବା ଦ୍ଵାରା ଜ୍ଵର,ଥଣ୍ଡା ଏବଂ କାଶ ଆଦିରେ ବହୁତ ଲାଭ ମିଳିଥାଏ ।
୭ – ପୋଦିନା ର ୧ କି ୨ ଟି ପତ୍ର କୁ ଚୋବେଇ ଖାଇବା ଦ୍ଵାରା କିମ୍ବା ଏହାର ରସ ପିଇବା ଦ୍ଵାରା ହେକୁଟୀ ଆସିବା ବନ୍ଦ ହୋଇ ଯାଇଥାଏ ।
୮- ଗୋଟିଏ ବଡ଼ ଚାମଚ ଦହି ,ଅଧ ଚାମଚ ଓଟସ ସହ ଏବଂ ଗୋଟିଏ ବଡ଼ ଚାମଚ ବଟା

ହୋଇଥିବା ପୋଦିନା ପତ୍ର ସହ ମିଶାଇ ୧୦ ମିନିଟ୍ ପର୍ଯ୍ୟନ୍ତ ମୁଁହରେ ମାରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ତେଲିଆ ମୁହଁ ଭଲ ହୋଇଯିବ ।
୯- ଅଳ୍ପ ପୋଦିନା ପତ୍ର ର ରସରେ ଲୁଣ ଏବଂ ପାଣି ମିଶାଇ ଗରମ କରି ଏହା ଦ୍ଵାରା ଗର୍ଗଲିଂ କରିବା ଦ୍ଵାରା ସ୍ୱର ସଫା ହୋଇଥାଏ ।
୧୦- ସାଲାଡ଼ ଭାବରେ ପୋଦିନା ପତ୍ର କୁ ଖାଇବା ଦ୍ଵାରା ହାଡ଼ ମଜବୁତ ହୋଇଥାଏ ଏବଂ ଏହା ଚର୍ବି କମାଇବା ପାଇଁ ମଧ୍ୟ ସାହାଯ୍ୟ କରିଥାଏ ।

Leave a Reply

Your email address will not be published. Required fields are marked *