18

ଉଚ୍ଚ ରକ୍ତ ଚାପ ଥିବା ବ୍ୟକ୍ତିଙ୍କ ପାଇଁ ସକାଳୁ ଉଠି କିଛି ବ୍ୟାୟାମ |

NEWS

ଉଚ୍ଚ ରକ୍ତ ଚାପ ଥିବା ବ୍ୟକ୍ତିଙ୍କୁ ହୃଦୟ ରୋଗ ଓ ହାର୍ଟ ଆଟାକ ହେବାର ଅଧିକ ସମ୍ଭାବନା ଥାଏ । ଉଚ୍ଚ ରକ୍ତ ଚାପ ମନୁଷ୍ୟ ଶରୀରରେ ଖରାପ ଜୀବନ ଶୈଳୀ,ଖରାପ ଆହାର ,ଅତ୍ୟଧିକ ଚିନ୍ତା,ଓଜନ ବଢିବା ଓ ଧୁମ୍ରପାନ ଆଦି କାରଣରୁ ହୋଇପାରେ । ସୁସ୍ଥ ଓ ପୁଷ୍ଟିକର ଆହାର ଏବଂ ବ୍ୟାୟାମ ଦ୍ଵାରା ଏହାକୁ ରୋକା ଯାଇ ପାରିବ । ଆସନ୍ତୁ ଜାଣିବା ଏମିତି କିଛି ବ୍ୟାୟାମ ମାନଙ୍କ ବିଷୟରେ ଯାହା ଉଚ୍ଚ ରକ୍ତ ଚାପ ରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।

ବ୍ୟାୟାମ ଆମ ଶରୀର କୁ ଶକ୍ତି ଦେବା ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ଓ ଚିନ୍ତାରୁ ମଧ୍ୟ ମୁକ୍ତ କରିଥାଏ। ଆସନ୍ତୁ ଜାଣିବା ଏମିତି କିଛି ବ୍ୟାୟାମ ଯାହା ଉଚ୍ଚ ରକ୍ତ ଚାପ୍ କୁ ନିୟନ୍ତ୍ରିତ କରି ରଖିଥାଏ ।
୧- ବାଲା ଆସନ – ଏହି ଆସନ ଶରୀରରୁ ଅତ୍ୟଧିକ ଚିନ୍ତାର ଭାବକୁ ଦୁର କାଟିବା ସହ ମନକୁ ଉଲ୍ଲସିତ ଓ ଶରୀରକୁ ଫୁର୍ତ୍ତି ରଖିବାରେ ସାହାଯ୍ୟ କରେ ।

exe

ଏହି ଆସନ ଦ୍ଵାରା ଶରୀରରେ ରକ୍ତ ସଞ୍ଚାଳନ ଠିକ ଭାବରେ ହୋଇଥାଏ ଏବଂ ଏହା କାନ୍ଧ ଓ ଅଣ୍ଟା,ବେକ ପାଇଁ ଏକ ଉତ୍କୃଷ୍ଟ ବ୍ୟାୟାମ ଅଟେ
୨- ସେତୁବନ୍ଧ ଆସନ – ଏହି ଆସନ ଶରୀରରୁ ରକ୍ତ ଚାପ କୁ ନିୟନ୍ତ୍ରିତ କରିବା ସହ ରକ୍ତ ସଞ୍ଚାଳନ ଠିକ ଭାବରେ କରିଥାଏ ଏହି ଆସନ ମସ୍ତିଷ୍କ ଉପରେ ଚାପ କମ୍ ପଡ଼ିଥାଏ ।ଏହା ସହ ଛାତି ଓ ମସ୍ତିଷ୍କ କୁ ଭଲ କରିବାରେ ସାହାଯ୍ୟ କରେ ।

walk 2

୩- ସୁଖାସନ୍ – ଏହି ଆସନ ମନ କୁ ପ୍ରଫୁଳିତ କରିବା ସହ ମସ୍ତିଷ୍କ ରୁ ଚିନ୍ତା ଦୁର କରିବା ସହ ଉଚ୍ଚ ରକ୍ତଚାପ କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହି ଆସନ ଦ୍ଵାରା ପିଠି ଓ ବେକ ମଜୁବୁତ ହେବା ସହ ଏହି ଆସନ ଶରୀରକୁ ଆକାର ଦେବାରେ ସାହାଯ୍ୟ କରେ ।

୪- ସବାସନ – ଏହି ଆସନ ଏକ ବିଶ୍ରାମ ଦାୟୀ ଆସନ ଅଟେ । ଏହି ଆସନ ଦ୍ଵାରା ମନ ଶାନ୍ତ ହେବା ସହ ଏହା ରକ୍ତ ଚାପ କୁ ନିୟନ୍ତ୍ରଣ କରିଥାଏ । ଏହା ଅନିଦ୍ରା ସମସ୍ୟାକୁ ମଧ୍ୟ ଦୁର କରିଥାଏ ।
୫- ଭୂଜଂଗା ସନ୍ – ଏହି ଆସନ ଦ୍ଵାରା ହୃଦୟ ସୁସ୍ଥ ହେବା ସହ ଉଚ୍ଚ ରକ୍ତ ଚାପ୍ ମଧ୍ୟ ନିୟନ୍ତ୍ରଣ ହୋଇଥାଏ । ଏହା ଦ୍ଵାରା ଅଣ୍ଟା ଏବଂ ବେକ ଆଦି କୁ ଆରାମ ମିଳିଥାଏ ।

Leave a Reply

Your email address will not be published. Required fields are marked *