ପିଆଜ ଖାଇବାର ଫାଇଦା – ବିଷୟରେ ଜାଣି ରଖନ୍ତୁ ।

HEALTH

ପିଆଜ ଏହା ପ୍ରତ୍ୟେକ ରୋଷେଇ ଘରେ ବ୍ୟବହାର କରାଯାଏ । କିଛି ଲୋକ ଅଛନ୍ତି ଏହାକୁ କଞ୍ଚା ଖାଇଥାନ୍ତି ଏବଂ ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ପିଆଜ ଖାଇବା ଦ୍ଵାରା ପାଟି ଗନ୍ଧ ହେବା କାରଣରୁ ଏହାକୁ ଖାଇ ନଥାନ୍ତି କିନ୍ତୁ ଆପଣ ଏହା ଜାଣି ନଥିବେ କି ପିଆଜ ରେ ସଲଫର,ଆମିନୋ ଏସିଡ ,ପ୍ରୋଟିନ ,ଫସଫରସ ଆଦି ବିଭିନ୍ନ ଉପାଦାନ ଥାଏ ଏହାକୁ ଖାଇବା ଦ୍ଵାରା ଶରୀରର ବିଭିନ୍ନ ଉପକାର ହୋଇଥାଏ । ଆସନ୍ତୁ ଜାଣିବା ପିଆଜ ଖାଇବା ଦ୍ଵାରା ଶରୀରରେ ହେଉଥିବା ଉପକାର ବିଷୟରେ ।

୧- ପିଆଜ ଖାଇବା ଦ୍ଵାରା ଶରୀରରେ ଗ୍ୟାସ, ଏସିଡ୍ଡିଟି ଆଦି ବିଭିନ୍ନ ପେଟ ସମସ୍ୟାର ସମାଧାନ ହୋଇଥାଏ । ପ୍ରତିଦିନ ଗୋଟିଏ ପିଆଜ ଦ୍ଵାରା ଝାଡା ସଫା ହେବା ସହ ପେଟ ରୋଗର ସମାଧାନ ହୋଇଥାଏ ।
୨- ପ୍ରତିଦିନ ପିଆଜ ଖାଇବା ଦ୍ଵାରା ଡାଇବେଟିସ ରୋଗର ସମାଧାନ ହୋଇଥାଏ ଏହା ଛଡ଼ା ପିଆଜ ଶରୀରରେ ରକ୍ତ ସଞ୍ଚାଳନ ର ପ୍ରଭାବକୁ ଠିକ୍ କରିଥାଏ ଯାହାଦ୍ଵାରା କୌଣସି ବି ହୃଦୟ ଜନିତ ସମସ୍ୟା ହୋଇନଥାଏ । ପ୍ରତିଦିନ ପିଆଜ ଖାଇବା ଦ୍ଵାରା ଶରୀରରେ ଚର୍ବି କମିବାରେ ସାହାଯ୍ୟ କରେ ।

୩- ପିଆଜ ର ବ୍ୟବହାର ଦ୍ଵାରା ଆପଣଙ୍କ ଶରୀରର ଯେଉଁ ସ୍ଥାନରେ କୌଣସି ପୋକ କାମୁଡି ଥାଏ କରାଯାଏ ଏହାର ବ୍ୟବହାର ଦ୍ଵାରା ସେ ସ୍ଥାନରୁ ଦରଜ ଓ ବିନ୍ଧା କମି ଯାଇଥାଏ । ଆଣ୍ଠୁ ଗଣ୍ଠି ରେ ଦରଜ ଥିଲେ ପିଆଜକୁ ସୋରିଷ ତେଲ ସହ ଗରମ କରି ମାରିବା ଦ୍ଵାରା ଏହି ଦରଜ କମି ଯାଇଥାଏ । ଗରମ ଦିନରେ ଅଂଶୁଘାତ ଆସିବା ସମୟରେ ପିଆଜ ର ବ୍ୟବହାର କରାଯାଏ ।

onionnn

୪- ପିଆଜ ଆପଣଙ୍କ ତ୍ଵଚା ଓ କେଶ କୁ ମଧ୍ୟ ଉଜ୍ଜ୍ୱଳ ଓ ବୃଦ୍ଧି କରିବାରେ ସାହାଯ୍ୟ କରେ । ପିଆଜ ରସ କୁ କେଶ ରେ ମାରିବା ଦ୍ଵାରା କେଶ ଉପୁଡ଼ିବା ସମସ୍ୟାର ସମାଧାନ ହୋଇଥାଏ ,ପିଆଜ ର ବ୍ୟବହାର ଦ୍ଵାରା ମୁହଁରୁ ବ୍ରଣ ମଧ୍ୟ କମିଯାଏ।
୫- ପିଆଜ ଖାଇବା ଦ୍ଵାରା ଶରୀର ଆନିମିଆ ରୋଗରୁ ମୁକ୍ତି ମିଳିଥାଏ ।

ପିଆଜ ରେ ସଲ୍ଫାର ଥାଏ ଯାହା ଆନେମିଆ ରୋଗରୁ ମୁକ୍ତି ମିଳିଥାଏ ।
୬- ପିଆଜର ବ୍ୟବହାର ଦ୍ଵାରା କ୍ୟାନସର ରୋଗରୁ ମୁକ୍ତି ମିଳିଥାଏ । ପିଆଜ ରେ ଥିବା ସଲଫର କ୍ୟାନସର ରୋଗରୁ ଭଲ କରିବାରେ ସାହାଯ୍ୟ କରେ ।
୭- ପିଆଜ ଖାଇବା ଦ୍ଵାରା ଝିଅ ମାନଙ୍କୁ ପିରିୟଡ ସମୟରେ ହେଉଥିବା ଦରଜ ରୁ ଆରାମ ମିଳିଥାଏ ।

Leave a Reply

Your email address will not be published. Required fields are marked *