ଆମେ ଖାଉଥିବା ଖାଦ୍ୟ ରେ ସମସ୍ତ ପୋଷକ ତତ୍ତ୍ଵ ସମାନ ପରିମାଣ ରେ ରହିବା ଆବଶ୍ୟକ।ଏହା ଆମ ଶରୀର କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।ସମସ୍ତ ଖାଦ୍ୟ ରେ ଆମ ଶରୀର ଆବଶ୍ୟକ କରୁଥିବା ଭିଟାମିନ ସବୁ ଭରି ହୋଇ ରହିଥାଏ।ସେହି ପରି ଗାଜର ରେ ମଧ୍ୟ ଅନେକ ପ୍ରକାର ଭିଟାମିନ ରହିଥାଏ।ତେବେ ଆସନ୍ତୁ ଆଜି ଆମେ ଜାଣିବା ଗାଜର ଖାଇବାର କିଛି ଉପକାରିତା ବିଷୟରେ।
ଗାଜର ବିଷୟରେ ବର୍ଣ୍ଣନା ଅନେକ ବର୍ଷ ତଳୁ ଆୟୁର୍ବେଦିକ ଗ୍ରନ୍ଥ ରେ କରା ଯାଇଥିଲା।ବାସ୍ତବରେ ଗାଜର ର ଅନେକ ଉପକାରିତା ରହିଛି ଆମ ଶରୀର ପାଇଁ ।ସଂପୂର୍ଣ୍ଣ ଦେଶ ରେ ଗାଜର କୁ କଞ୍ଚା ,ରନ୍ଧା କିମ୍ବା ଯୁସ୍ ଆକାର ରେ ମଧ୍ୟ ସେବନ କରିଥାନ୍ତି।ଆସନ୍ତୁ ଜାଣିବା ଆୟୁର୍ବେଦିକ ଗ୍ରନ୍ଥ ରେ ଗାଜର କୁ କିପରି ଭାବେ ବର୍ଣ୍ଣନା କରା ଯାଇଛି।
ଆୟୁର୍ବେଦିକ ଗ୍ରନ୍ଥ ଅନୁସାରେ ଏହା ଏକ ମିଠା ଲାଗୁଥିବା ପରିବା।ଏବଂ ଏହା ଖାଇବା ପାଇଁ ବହୁତ ସ୍ଵାଦିଷ୍ଟ ମଧ୍ୟ ଲାଗିଥାଏ।ଆମ ଶରୀର ର ପାଚନ ପ୍ରକ୍ରିୟା ମଧ୍ୟ ସଠିକ୍ ଭାବରେ ପରିଚାଳିତ ହୋଇଥାଏ ଗାଜର ଖାଇବା ଦ୍ୱାରା।ଗାଜର ଆମ ଶରୀର ପାଇଁ ବହୁତ୍ ଗୁଣକାରୀ ହୋଇଥାଏ।ଆମ ପେଟରେ ଥିବା କିଡ଼ା ଙ୍କୁ ନାଶ କରିବା ରେ ମଧ୍ୟ
ଗାଜର ଅନେକ ସାହାଯ୍ୟ କରିଥାଏ।ପ୍ରତିଦିନ ଗାଜର ଜୁସ୍ କିମ୍ବା ଗାଜର ତରକାରୀ ରେ ଖାଇବା ଦ୍ଵାରା ପେଟ ରେ ଏହି କିଡା ମାନେ ସମାପ୍ତ ହୋଇଯାଆନ୍ତି।ଅର୍ଶ ,ପାଇଲସ୍ ପାଇଁ ମଧ୍ୟ ଗାଜର ବହୁତ୍ ଲାଭ ଦାୟକ ହୋଇଥାଏ।ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କ
ଲୋକ ସମସ୍ତେ ଏଥିରୁ ଉପକାର ପାଇ ପାରିବେ।ପେଟ ରେ ରୋଗ ଥିବା ଲୋକ ମାନେ ମଧ୍ୟ ଏହାକୁ ବ୍ୟବହାର କରି ଲାଭବାନ ହୋଇଥାନ୍ତି।ତେଣୁ ଆମକୁ ଗାଜର ମିଳୁଥିବା ସମୟ ରେ ଅଧିକ ମାତ୍ରା ରେ ଗାଜର ସେବନ କରିବା ଆବଶ୍ୟକ,ଏହା ସଠିକ୍ ମୂଲ୍ୟ ରେ ମଧ୍ୟ ମିଳିଥାଏ,ତେଣୁ ଉଭୟ ଦରିଦ୍ର ଏବଂ ଧନୀ ମାନେ ମଧ୍ୟ ସେବନ କରି ପାରିବେ।