ଥରେ ଗୋଟିଏ ଇଣ୍ଟରଭିୟ୍ୟୁ ରେ ଉଆରେନ୍ ବଫେଟ ଙ୍କୁ ପଚାରାଗଲା ଯେ ଆପଣ ଆପଣଙ୍କ ଜୀବନରେ ଯେତେ ବି ସଫଳତା ପାଇଛନ୍ତି ଏହାର ଯଦି ଗୋଟିଏ କାରଣ ଆପଣଙ୍କୁ ପଚାରାଯାଏ ତେବେ ଆପଣ କଣ ଦେବେ । ସେତେବେଳେ ଉଆରେନ୍ ବଫେଟ କହିଥିଲେ କି ଗୋଟିଏ କାରଣ ହେଉଛି ଧ୍ୟାନ ।ଉଆରେନ୍ ବଫେଟ ଙ୍କ ସାଇଡ ରେ ବସିଥିବା ବିଲ ଗ୍ରେଡସ ମଧ୍ୟ କହିଲେ ଯେ ଏହା ନିରାଟ ସତ୍ୟ । କିନ୍ତୁ ଯଦି ଆପଣଙ୍କୁ ଆପଣ ଙ୍କ ଧ୍ୟାନ କୁ ବଜାୟ ରଖିବାରେ ଅସୁବିଧା ହେଉଛି ତେବେ ବ୍ୟସ୍ତବହୁଳ ହୁଅନ୍ତୁ ନାହିଁ କାରଣ ଆମେ ଆପଣ ଙ୍କୁ ଆଜି ଏମିତି ୮ ଟି ନିୟମ କହିବୁ ଯାହା ଦ୍ୱାରା ଆପଣଙ୍କ ର ମସ୍ତିଷ୍କ ର ଶକ୍ତି ୨ ଗୁଣ ବଢ଼ିଯିବ ।
୧) ଲକ୍ଷ୍ୟ ଏବଂ ସ୍ମରଣ କରିବା :-
ଯେଆର ସେଣ୍ଟ୍ରାଲ ନେଟୱର୍କ ଯାହାକୁ ଦୁନିଆ ର ସବୁଠାରୁ ଅଧିକ ବେଗ ର ନେଟୱର୍କ ମାନାଯାଏ ଏହାର ସବୁଠାରୁ ବଡ କାରଣ ହେଉଛି ତାର ଏହାର ସୁରକ୍ଷା । ଯାହା ଦ୍ୱାରା ଜାପାନିଜ ମାନଙ୍କ ରୈଲ୍ଵେ ରେ ମଣିଷ ମାନଙ୍କ ଭୁଲ ଦ୍ୱାରା ହେଉଥିବା ଆକ୍ସିଡେଣ୍ଟ କୁ ବହୁତ କମ କରିଦିଆଯାଏ ।ଏହି ପ୍ରକ୍ରିୟା ଦ୍ୱାରା ଡ୍ରାଇଭର କେବଳ ସ୍ପିଡୋମିଟର କୁ ଦେଖିବା ବଦଳରେ ସ୍ପିଡୋମିଟର ଉପରେ ହାତ ରଖି କହିପାରେ ଯେ ସ୍ପୀଡ଼ ୧୦୦ ଚେକ , ଏବଂ ବ୍ରେକ ମାରିବା ବଦଳରେ କେବେଳ ଆଙ୍ଗୁଠି ରେ ଦେଖେଇ କହିପାରେ ଯେ ବ୍ରେକ ଏବଂ ଏହା ମଧ୍ୟ୍ୟ କାମ କରିଥାଏ। ମାନେ କିଛି ବି କାମ କୁ କରିବା ବଦଳରେ କେବଳ
ନିଜ ଆଙ୍ଗୁଠି କୁ ସେଇଠି ଦେଖେଇ କହିଥାଏ ଏବଂ କାମ ହୋଇଯାଏ। ତେଣୁ କିଛି ବି କାମ କରିବା ପାଇଁ ଆପଣ ତାକୁ ଦେଖି କରି ଅଙ୍ଗୁଠି ରେ ଦେଖେଇ କରନ୍ତୁ ଯାହାଦ୍ୱାରା ସେହି କାମ ରେ ଆପଣ ଙ୍କର ଆଗ୍ରହ ଅଚାନକ ବଢ଼ିଯିବ । ଯେତେବେଳେ ଆପଣ କିଛି କାମ କରିବାକୁ ଯାଉଛନ୍ତି ସେ କମ୍ପୁଟର ସ୍କିନ କୁ ଦେଖି କରି କାମ କରିବା ହେଉ କିମ୍ବା ଆପଣ ଙ୍କର ହୋମ ୱାର୍କ ହେଉ କିମ୍ବା ବହି ପଢିବା ହେଉ କିମ୍ବା ଯେଉଁ ବି କାମ ହେଉ ଯାହା ଆପଣଙ୍କୁ ପୁରା ଫୋକସ ରହିବା ଦରକାର ହୋଇଥାଏ । ସେତେବେଳେ ଆପଣ ସେହି ଜିନିଷ ଆଡକୁ ମାନେ ଆପଣ ଙ୍କର ବହି ହେଉ ଆପଣ ଆଙ୍ଗୁଠି କୁ ଦେଖେଇ ଦେଖେଇ ପଢିବେ ତେବେ ଆପଣଙ୍କ ମସ୍ତିସ୍କ ର ସବୁ ଅଙ୍ଗ ତେଜ ହୋଇଯାଏ । କାରଣ ଆପଣ ସେହି ଜିନିଷ କୁ କହୁଛନ୍ତି ଏବଂ ଶୁଣୁଛନ୍ତି ମଧ୍ୟ ଯାହା ଦ୍ୱାରା ଆପଣଙ୍କର ମସ୍ତିସ୍କ ବିନା କୌଣସିରେ ଧ୍ୟାନ ନା ଦେଇ କେବଳ ସେହି ଜିନିଷ ରେ ଧ୍ୟାନ ଦେଇଥାଏ।
୨) ଆପଣଙ୍କ ସବୁଦିନ ର ରୁଟିନ କୁ ଭାଙ୍ଗନ୍ତୁ ଏବଂ ଏହା ସହ ମସ୍ତିଷ୍କର ରୁଟିନ କୁ ମଧ୍ୟ :-
ଗୋଟିଏ ଠିକ ରୁଟିନ ଆପଣଙ୍କୁ ସଠିକ ରହିବାରେ ସାହାଯ୍ୟ କରିଥାଏ ଏବଂ ଗୋଟିଏ ଖରାପ ରୁଟିନ ମଧ୍ୟ ଆପଣଙ୍କ ମସ୍ତିଷ୍କ କୁ ଖରାପ କରିଥାଏ । ଯଦି ଆପଣଙ୍କୁ କୌଣସି ଜିନିଷ ରେ ଧ୍ୟାନ ରଖିବାରେ ଅସୁବିଧା ହେଉଛି ତେବେ ଆପଣ ଭୁଲ ରୁଟିନ କୁ ଅନୁକରଣ କରୁଛନ୍ତି । ଯେମିତି କି ଆପଣ ଙ୍କ ଦରକାରୀ କାମ କୁ ଛଦିକରି ଫୋନ କୁ ବ୍ୟବହାର କରିବା ଏବଂ ମଝିରେ ମଝିରେ ସେହି କରୁଥିବା କାମ ରୁ
ହଟାଇଦେବା ଏବଂ ଅଲଗା କିଛି କାମ କରିବା ଏହି ସବୁ ଗୋଟିଏ ଗୋଟିଏ ଭୁଲ ରୁଟିନ ଅଟେ। ଅ ସବୁ କରିବା ଦ୍ୱାରା ଆପଣଙ୍କ ର ମସ୍ତିଷ୍କ ଗୋଟିଏ ଅଟୋ ପାଇଲଟ ସ୍ତିଥି କୁ ଚାଲିଯାଏ । ଏବଂ ଏହା ବିନା କିଛି ଭାବିଚିନ୍ତି ଏହି କାମ କୁ କରିବାକୁ ଲାଗେ ।ଏବଂ କିଛି ବି କାମ କୁ ଭଲ ଭାବରେ କରିବା ପାଇଁ ଆପଣଙ୍କୁ ଏହାକୁ ଭାଙ୍ଗିବାକୁ ପଡିବ ଯାହାକୁ କି ଆପଣ ଛୋଟ ଛୋଟ ପ୍ରକ୍ରିୟା ରେ କରିପାରିବେ। ଉଦାହରଣ ସ୍ୱରୂପ ଆପଣ ଆପଣଙ୍କର ପ୍ରତିଦିନ ର କାମ କୁ ଡାହାଣ ହାତ ସାହାଯ୍ୟ ରେ କରନ୍ତି ଆପଣ ଏହାକୁ ବାମ ହାତ ସାହାଯ୍ୟ ରେ କରିବା ଆରମ୍ଭ କରନ୍ତୁ ।ଯାହା ଦ୍ୱାରା ଆପଣଙ୍କ ମସ୍ତିଷ୍କ ର ଧ୍ୟାନ ସେହି କାମ ରେ କେନ୍ଦ୍ରିତ ରହିବ ।
୩) ସାହସ ର ସବୁ କାମ କୁ କରିବା ପାଇଁ ଅଭ୍ୟାସ କରିବା :-
ଏହା ବହୁତ ସହଜ ଅଟେ ଯେଉଁଥିରେ କି ଆପଣ ଙ୍କୁ ଆପଣଙ୍କ ମୁଣ୍ଡ କୁ ପୁରା ଧ୍ୟାନ ରଖିବାରେ ବହୁତ ସାହାଯ୍ୟ କରେ । ଏହା କେବଳ ଦିନକ ପାଇଁ ବୁହେ ଏହାକୁ ଆପଣଙ୍କୁ ଆପଣଙ୍କ ପୁରା ଜୀବନରେ ବ୍ୟବହାର କରିବା ନିହାତି ଦରକାର । ଆପଣଙ୍କ ଜୀବନ ରେ ସବୁ ଛୋଟ ଛୋଟ କାମ କୁ ଗୋଟେ ଗୋଟେ କରି ପୁରା କରନ୍ତୁ ।କାରଣ ଆଜିକାଲି ଆମେ ଆମ ମସ୍ତିଷ୍କ କୁ ଗୋଟିଏ ସମୟରେ ବହୁତ କାମ କରିବା ପାଇଁ ପ୍ରସ୍ତୁତ କରୁଛେ । ଯେମିତି କି ଖାଇବା ସମୟରେ ଟିଭି ଦେଖୁଛେ ଏବଂ ପଢିବା ସମୟରେ ସାଙ୍ଗ ମାନଙ୍କ ସହିତ କଥା ହେଉଛେ ,ଶୋଇବା ଆଗରୁ ଫୋନ ବ୍ୟବହାର କରୁଛେ । କିନ୍ତୁ ଏହି ନିୟମ ଅନୁସାରେ ଯଦି ଆପଣ ଖାଇବା ଖାଉଛନ୍ତି ତେବେ ସବୁ ଧ୍ୟାନ ଖାଇବାରେ ହାନି ଦିଅନ୍ତୁ ଏବଂ ଯଦି ଆପଣ ପାଣି ପିଉଛନ୍ତି ତେବେ ସବୁ ଧ୍ୟାନ୍ ପିଇବା ରେ ହିଁ ଦିଅନ୍ତୁ ।ଏମିତି ସବୁ ଛୋଟ ମୋଟ କାମ କୁ ଭଲ ଭାବରେ କର ଯାହା ଦ୍ୱାରା ଆପଣଙ୍କ ମସ୍ତିଷ୍କ ସବୁ ଗୋଟିଏ ଗୋଟିଏ କାମ କରିବା ପାଇଁ ତେଜ ରହିବ ।
୪)ସ୍ପେସିଙ୍ଗ୍ ପ୍ରକ୍ରିୟା :-
ବିଜ୍ଞାନ ହିସାବରେ ଯେତେବେଳ ଆମେ କିଛି ନୂଆ ମେମୋରୀ ତିଆରି କରୁଛେ ସମୟ ର ସହିତ ଏହା ଭୁଲିବାରେ ଲାଗେ । ସେଥିପାଇଁ ଆପଣ ପୂର୍ବ ଦିନ କଣ କରୁଛନ୍ତି ଏହା ଧୀରେ ଧୀରେ ଭୁଲିବାକୁ ଲାଗୁଛନ୍ତି ।କିନ୍ତୁ ସେହି ମେମୋରୀ କୁ ମନେପକେଇ କାମରେ ଲଗେଇବା ବହୁତ ଜରୁରୀ । ମେମୋରୀ କୁ ମନେରଖିବା ଏବଂ ମନେପକେଇ ତାକୁ କାମରେ ଲଗେଇବା ବହୁତ କଷ୍ଟକର ହୋଇଥାଏ । ଉଦାହରଣ ସ୍ୱରୂପ ଯଦି ଗୋଟିଏ ପିଲା କୁ କିଛି ମନେରଖିବା କୁ କୁହାଯାଏ ତେବେ ସେ ସେହି ଜିନିଷ କୁ ବାର ବାର ପଢିବ ଏବଂ ଲେଖିବ କାରଣ ସେ ଏହି କାମ କୁ ସେ ପରୀକ୍ଷା ରେ ଯାଇ ଲେଖିବ କିନ୍ତୁ ପରୀକ୍ଷା ସମୟରେ ସେ ଏହାକୁ ବାର ବାର ମନେପକାଏ କିନ୍ତୁ ଭୁଲିଯାଏ । କିନ୍ତୁ ସେହି ଜିନିଷ କୁ ବାର ବାର ମାନେ ପକେଇବା ଦ୍ୱାରା ତାର ମସ୍ତିସ୍କ ଏହି ଜିନିଷ ରେ ଠିକ ହେଇଯିବ ଯେ ତାକୁ କେତେବେଳେ କଣ ମନେପକେଇ କଣ କରିବାର ଅଛି ।
୫) ୨ଲିଷ୍ଟ ପ୍ରକ୍ରିୟା :-
ଉଆରେନ୍ ବଫେଟ ତାଙ୍କର ସହକର୍ମୀ ମାନଙ୍କୁ ତାଙ୍କ କାମ ରେ ଭଲରେ ଧ୍ୟାନ ଯୁକ୍ତ କରିବା ପାଇଁ ଏହି ପ୍ରକ୍ରିଆ ର ବ୍ୟବହାର କରନ୍ତି । ଯେଉଁଥି ରେ ଆପଣଙ୍କ ଜୀବନ ର ୨୫ ଟି ଲକ୍ଷ୍ୟ କୁ ଲେଖନ୍ତୁ ଏବଂ ଯାହାକୁ ଆପଣ ଆପଣଙ୍କ ଜୀବନ ରେ ପାଇବାକୁ ଚାଁହୁଚନ୍ତି । ଏହି ୨୫ ଟି ଲକ୍ଷ୍ୟ ରୁ ୫ ଟି ଲକ୍ଷ୍ୟ ବାଛନ୍ତୁ ଏବଂ ଏହି ୫ ଟି କୁ ବ୍ରୁତ ମଧ୍ୟ ରେ ଲେଖନ୍ତୁ ।ଏବଂ ଏହି ୫ ଟି ଲକ୍ଷ୍ୟ କୁ ଗୋଟିଏ ପେପର ରେ ରଖନ୍ତୁ ଏବଂ ବାକି ୫ ଟି କୁ ଅଲଗା ପେପର ରେ ଲେଖନ୍ତୁ।ଏହା ପରେ ଏହି ୨୦ ଟି ଲକ୍ଷ୍ୟ ଥିବା ଲିଷ୍ଟ କୁ ଚିରି କରି ଫୋପାଡ଼ିଦିଅନ୍ତୁ ।କାରଣ ଆପଣ ଯେତେବେଳ ପର୍ଯ୍ୟନ୍ତ ଏହି ୫ ଟି ଲକ୍ଷ୍ୟ କୁ ପାଇପାରିନାହାନ୍ତି ସେତେବେଳ ପର୍ଯ୍ୟନ୍ତ ଆପଣ ଅଲଗା ରେ ଧ୍ୟାନ ଦିଅନ୍ତୁ ନାହିଁ ।ଏମିତି କରିବା ଦ୍ୱାରା ଆପଣଙ୍କ ମସ୍ତିଷ୍କ ବହୁତ ସକ୍ରିୟ ହୋଇଥାଏ। କାରଣ ଏହା ସେତେବେଳେ କେବଳ ସେହି କାମ କରେ ଯାହା ଆପଣଙ୍କ ପାଇଁ ବହୁତ ଦରକାର ଅଟେ।
୬) ସଫଳତା କୁ ଧ୍ୟାନ ଦିଅନ୍ତୁ ଘଟଣା କୁ ନୁହେଁ :-
ଅଧିକାଂଶ ଲୋକ ସଫଳତା କୁ ଗୋଟିଏ ଘଟଣା ଭଳି ଦେଖନ୍ତି । ଯାହାକୁ ସେ ଯେତେବେଳେ ପାଇଯାନ୍ତି ସେତେବେଳେ ତାଙ୍କ ଜୀବନ ର ଲକ୍ଷ୍ୟ ସରିଯାଏ ।ଯେମିତି କି ଲୋକ ଶରୀର କୁ ଦେଖନ୍ତି ଯେମିତି କି ଯଦି ମୁ ୧୦ କେଜି ଓଜନ କମାଇ ଦେବି ତେବେ ମୁଁ ସଠିକ ହୋଇଯିବି ।ଏବଂ ଚାକିରୀ କ୍ଷେତ୍ର ରେ ଦେଖିଲେ ଯଦି ମୁହଁ ଫରଚୂନ କମ୍ପାନୀ ରେ ପାଇଯିବି ତେବେ ମୋର ଲକ୍ଷ୍ୟ ପୂରଣ ହୋଇଯିବ । କିନ୍ତୁ ଆପଣ ଯେତେବେଳ ବି କାମ କରୁଛନ୍ତି ସେତେବେଳେ ବର୍ତ୍ତମାନ କୁ ଭାବି କାମ କରନ୍ତୁ । ଭବିଷ୍ୟତ କୁ ଭାବି କାମ କରନ୍ତୁ ନାହିଁ । କାରଣ ଆପଣ ଯେତେବେଳେ ଆପଣଙ୍କର ପୁରା ଲକ୍ଷ୍ୟ ଆପଣ ଙ୍କ କାମ ରେ ଲଗାଇବେ ତେବେ ଆପଣ ଙ୍କ କାମ ହେବ ସହିତ ଆପଣ ଙ୍କ ମସ୍ତିସ୍କ ମଧ୍ୟ ତେଜ ହୋଇଥାଏ ଏବଂ ଏହାର ଧ୍ୟାନ କେନ୍ଦ୍ରିତ ହୋଇଥାଏ ।
୭) ଆପଣଙ୍କ କାମ ର ଫଳ କୁ ମାପନ୍ତୁ :-
ଆମ ମସ୍ତିଷ୍କ ନିହାତି ଜାଣିବା ଦରକାର ଯେ ଆମେ ଆମ କାମ ରେ ଆଗକୁ ବଢୁଛେ ନା ନାହିଁ। ତେଣୁ ଆମେ ଯାହା ବି କରିବା ତାର ଫଳ କୁ ମଧ୍ୟ ମନେ ପକାଇବା ।କାରଣ ଆମ ଜୀବନ ରେ ଏମିତି କିଛି ଅଛି ଯାହା କୁ ଆମେ କରୁ କିନ୍ତୁ ଆମେ ଏହି କାମ ରେ କେତେ ଆଗକୁ ଯାଉଛେ ତାକୁ ଦେଖୁ ନାହେଁ କିନ୍ତୁ ଆମ ମସ୍ତିସ୍କ କୁ ଏହା ଜଣାଇବା ନିହାତି ଦରକାର ।କାରଣ ଆମେ ଯେତେବେଳେ ବି ଭାବୁ ଯେ ଆମେ କେତେ ଆଗକୁ ଯାଉଛେ ସେତେବେଳେ ଆମ ର ମସ୍ତିସ୍କ ଆହୁରି ଆଗକୁ ଯିବା ପାଇଁ ପ୍ରସ୍ତୁତ ହୁଏ ।
୮) ନିଜକୁ କିଛି ବି ଗପ କୁହନ୍ତୁ :-
ଦେଖନ୍ତୁ ବନ୍ଧୁ ମାନେ ଆମେ କିଛି ବି କାମ କରିବା ଆଗରୁ ଆମର ଲକ୍ଷ୍ୟ ସେଇଟା ରୁହେ ଯାହା ଆମେ ନିଜକୁ ଶୁଣେଇ ଥାଉ।ଏବଂ ଯାହା କରିବା ପାଇଁ ଆମେ ଭରସା ରଖିଥାଉ। ଯେମିତି କି କିଛି ଲୋକ ଙ୍କର ଲକ୍ଷ୍ୟ ଥାଏ ମୁଁ ବହୁତ ଭଲ ପଢ଼ିବି ଏବଂ ଜୀବନରେ ବହୁତ ଆଗକୁ ଯିବି । ଏବଂ ମୋତେ ମୋ ପସନ୍ଦ ର କଲେଜ ରେ ପଢିବାକୁ ସୁଯୋଗ ମିଳିବ ।ଏବଂ ମୁଁ ଭଲ କାମ କରି ମୋ କମ୍ପାନୀ କୁ ଆହୁରି ଆଗକୁ ନେବି ।ଏହି ଭଳି କଥା ନିଜକୁ କହିବ ଦ୍ୱାରା ଆମର ମସ୍ତିଷ୍କ ମଧ୍ୟ ସେହି ଦିଗରେ ଆଗକୁ ବଢିଥାଏ ।