ଆଜିର ସମାଜରେ ଲୋକ ମାନେ ସାଧରଣତଃ ଖାଦ୍ୟ ପ୍ରିୟ ।କିନ୍ତୁ ଅଧିକ ପରିମାଣରେ ବାହାର ଜିନିଷ, ମସଲା ମସଲି ଖାଦ୍ୟ ଖାଇ ସେମାନେ ବିଭିନ୍ନ ରୋଗ କୁ ଆମନ୍ତ୍ରଣ କରିଚନ୍ତି। ସେହିପରି ଥାଇରଏଡ଼ ଏକ ପ୍ରକାର ରୋଗ। ଶରୀରରେ ଆୟନର ଅଭାବରେ ଥାଇରଏଡ଼ ରୋଗ ହୋଇଥାଏ। ଆଜି କାଲି ଲୋକମାନେ ମୋଟାପା ପାଇଁ ଅଧିକ ଚିନ୍ତାଶୀଳ ତେଣୁ ସେମାନେ ନିଜର ଖାଇବା ପିଇବାରେ ପରିବର୍ତ୍ତନ ଆଣୁଛନ୍ତି।
ଖାଦ୍ୟ ପାନରେ ଅସମ୍ଭାଳ, ରାତିରେ ଅଧିକ ସମୟ ଧରି ଅନିଦ୍ରା ରହିବା ଦ୍ଵାରା ଶରୀରରେ ମୋଟାପା ବଢେ। ଏବଂ ଶରୀର ଅସୁସ୍ଥ ରହେ। ଥାଇରଏଡ଼ ରୋଗ ଆୟନ୍ ଅଭାବରୁ ହୋଇଥାଏ ତେଣୁ ସାଧାରଣତଃ ଆୟନ ଯୁକ୍ତ ଖାଦ୍ୟ ଖାଇବା ଉଚିତ୍। ସରକାର ମଧ୍ୟ ଡାକ୍ତର ଦେଇଥିବା ପରାମର୍ଶ ଅନୁସାରେ ଆୟୋଡ଼ିନ ଯୁକ୍ତ ଖାଦ୍ୟ ତାସହ ଆୟୋଡ଼ିନ ଲୁଣ ଖାଇବା ପାଇଁ ନିୟମାବଳୀ ଜାରି କରିଛନ୍ତି। ଯେପରି କଦଳି,
ଅଣ୍ଡା, ଟମାଟୋ, ସବୁଜ ପନିପରିବା ଏଗୁଡ଼ିକୁ ଆମକୁ ନିୟମିତ ଭାବେ ଖାଇବା ଉଚିତ। ସମୁଦ୍ର ପାଣି ଲୁଣିଆ ହେତୁ ସେଥିରେ ଥିବା ସାମୁଦ୍ରିକ ଜୀବ ମାନେ ସାଧାରଣତଃ ଆୟନ ଯୁକ୍ତ ହୋଇଥାନ୍ତି। ତେଣୁ ଶରୀରରେ ଆୟନ ବଢ଼ାଇବା ପାଇଁ ସାମୁଦ୍ରିକ ମାଛ ଖାଇବା ଉଚିତ୍। ଏଥି ଯୋଗୁଁ ଶରୀରରେ ଆୟନ ମାତ୍ରା ମଧ୍ୟ ବୃଦ୍ଧି ପାଏ ଏବଂ ଥାଇରଏଡ଼
ରୋଗର ମଧ୍ୟ ନିରାକରଣ କରେ। ତେଣୁ ଆଇରନ ଯୁକ୍ତ ଖାଦ୍ୟ ନିହାତି ଖାଈବା ଉଚିତ୍। ସେପରି ଆୟନ ସହ କପର ଯୁକ୍ତ ଖାଦ୍ୟ ମଧ୍ୟ ଏହି ରୋଗର ନିରାକରଣ ପାଇଁ ବେଶ୍ ଜରୁରୀ। ସାଧାରଣତଃ କପର କାଜୁ, ବାଦାମ, ସୂର୍ଯ୍ୟମୁଖୀ ଭଳି ଖାଦ୍ୟରେ କପରର ପରିମାଣ ଅଧିକ ପରିମାଣରେ ଥାଏ।ଏବଂ କପର ମଧ୍ୟ ଥାଇରଏଡ଼
ରୋଗର ନିରାକରଣ ପାଇଁ ବହୁତ ଜରୁରୀ। ତେଣୁ ଆମକୁ କପର ଯୁକ୍ତ ଖାଦ୍ୟ ଖାଇବା ଉଚିତ୍। ଭିଟାମିନ ଏବଂ ମିନରାଲ୍ ଯୁକ୍ତ ଖାଦ୍ୟ ଖାଈବା ଦ୍ଵାରା ମଧ୍ୟ ଥାଇରଏଡ଼ ରୋଗ ହୋଇ ନଥାଏ।ତେଣୁ ଭିଟାମିନ ଏବଂ ମିନିରାଲ ଯୁକ୍ତ ଖାଦ୍ୟ ଯେପରି ପିଆଜ,ରସୁଣ, ଭେଣ୍ଡି, ଅଦା,ନଡ଼ିଆ,ଟମାଟୋ ଖାଈବା ଉଚିତ୍।