13

ଖାଉଛନ୍ତି କି ଭେଣ୍ଡି ସଚେତନ ହୋଇ ଯାନ୍ତୁ |

HEALTH

ଭେଣ୍ଡି ହେଉଛି ଏକ ସବୁଜ ପନିପରିବା ଜାତୀୟ ଖାଦ୍ୟ ଏହାକୁ ଓକ୍ରା ମଧ୍ୟ କୁହାଯାଏ। ଏହାର ବହୁତ୍ ଗୁଡ଼ାଏ ଲାଭ ମଧ୍ୟ ଅଛି ଯାହା ଶରୀର ପାଇଁ ବହୁତ ହିତକର ମଧ୍ୟ ଅଟେ। କିଛି ଲୋକଙ୍କର ଭେଣ୍ଡି ବହୁତ୍ ପ୍ରିୟ ହୋଇଥାଏ। ଯାହା ତାଙ୍କୁ ବହୁତ ଭଲ ଲାଗେ କିନ୍ତୁ କିଛି ଲୋକଙ୍କୁ ଏହା ପସନ୍ଦ ଆସିନଥାଏ। କିନ୍ତୁ ସମସ୍ତଙ୍କୁ ଭେଣ୍ଡି ଖାଇବା ଉଚିତ୍। ଏହାର ଅନେକ ଗୁଡ଼ାଏ ଉପକାରିତା ରହିଅଛି।

କହିବାକୁ ଗଲେ ଭେଣ୍ଡିରେ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ, ଯାହାକି କ୍ୟାନ୍ସର କୋଷିକାର ବିକଶିତ ପ୍ରଣାଳୀକୁ ରୋକିଥାଏ। କୋଲେନ୍ କ୍ୟାନ୍ସରର ନିରାକରଣ ପାଈଁ ଏହା ବହୁତ ଲାଭଦାୟକ ଅଟେ। ଯାହାକି ଆମେରିକା ରିସର୍ଚ୍ଚ ସେଣ୍ଟରରୁ ପରୀକ୍ଷା ଦ୍ବାରା ଜଣା ପଡ଼ିଛି। ଏଥିରେ ଥିବା ଫାଇବର ତଥ୍ଯ ଶରୀରରେ ବିସଜୁକ୍ତ ପଦାର୍ଥକୁ ନଷ୍ଟ କରିଦେଇଥାଏ। ଏହାର ଆଉ ଏକ ଉପକାରିତା ମଧ୍ୟ ଅଛି।

14

କହିବାକୁ ଗଲେ ଏବେ ସାଧାରଣତଃ ମଧୁମେହ ରୋଗ ଅଧିକ ଦେଖିବାକୁ ମିଳୁଛି। ସାଧାରଣତଃ ମଧୁମେହ ରୋଗରେ ପୀଡ଼ିତ ଥିବା ଲୋକମାନଙ୍କର ଇଁସୁଲିନର ପରିମାଣ ଅଧିକ ଥାଏ ନଚେତ କମ ଥାଏ । ତେଣୁ ଭେଣ୍ଡିରେ ଥିବା ହିୟୁଗଲିନ ନାମକ ତତ୍ତ୍ଵ ସରିରରେ ଇଁସୁଲିନର ମାତ୍ରାକୁ ସନୁଳନ କରି ରଖିଥାଏ। ଯାହା ଦ୍ବାରା ମଧୁମେହ ରୋଗ ଏତେ ସହଜରେ ହୋଇନଥାଏ।

15

ଭେଣ୍ଡିର ଉପକାରିତା ଦେଖିବାକୁ ଗଲେ ଏହା ହୃଦ୍ ରୋଗ ପାଇଁ ମଧ୍ୟ ବିଶେଷ ଫାଇଦା ଜନକ ଅଟେ। କୁହାଯାଏ ଯେବେ ହୃଦୟ ଭଲ ରୁହେ ତେବେ ଶରୀର ବହୁତ୍ ଭଲ ରହେ ତେଣୁ ଭେଣ୍ଡିର ନିୟମିତ ସେବନ କରିବା ଉଚିତ୍। ଭେଣ୍ଡିର ନିୟମିତ ସେବନ ଦ୍ବାରା ରକ୍ତରେ ଭଲ କେଲିଷ୍ଟ୍ରନର ପରିମାଣ ବଢ଼ିଇଥାଏ ଏବଂ ଖରାପ କୋଲେଷ୍ଟ୍ରଲକୁ କମାଇଥାଏ। ଏହାର ଆଉ ଏକ ଫାଇଦା ଏନିମୀୟ ରୋଗୀ ମାନଙ୍କ ପାଇଁ,

ଏନୀମୀୟର ମାନେ ହେଉଛି ଶରୀରରେ ରକ୍ତର କମି। ଭେଣ୍ଡିରେ ଆୟନର ମାତ୍ରା ବହୁତ୍ ଅଧିକ ଥାଏ, ଯାହା ଶରୀରରେ ହିମୋଗ୍ଲୋବିନ ର ମାତ୍ରାକୁ ବଢ଼ିବାରେ ସାହାର୍ଯ୍ୟ କରେ। ଭେଣ୍ଡି ରେ ଭିଟାମିନ-k ରହିଥାଏ ଯାହାକି ଶରୀରର ହାଡ଼ ଶକ୍ତ ରଖିବାରେ ସାହାର୍ଯ୍ୟ କରେ। ଏଥିରେ ଏକ ଲାଳ ଅଂଶ ରହିଥା ଯାହାକି ହାଡ଼ର ଯୋଡ୍ଡେଇକୁ ମଜବୁତ୍ କରେ। ଯାହା ଦ୍ବାରା ଶରୀର ଶକ୍ତ ରହେ। ତେଣୁ ଭେଣ୍ଡିର ନିୟମିତ ସେବନ କରିବା ଶରୀର ପାଈଁ ବହୁତ୍ ଭଲ । ଦିନକୁ ୪-୫ଟି ଭେଣ୍ଡି ଖାଇବା ଉଚିତ୍। ତେଣୁ ଆମକୁ ନିଜ ଶରୀରର ଯତ୍ନ ନେବା ପାଇଁ ସବୁଜ ପନିପରିବା ଖାଇବା ଉଚିତ।

Leave a Reply

Your email address will not be published. Required fields are marked *