ମଣିଷର ସୌନ୍ଦର୍ଯ୍ୟ ଚାଲି ଚଳଣୀ, ବେଶ ଭୂଷା ଉପରେ ନିର୍ଭର କରେ। କଳା ହେଉ କି ଗୋରା , ସମସ୍ତେ ଚାହାନ୍ତି କିପରି ନିଜକୁ ଫିଟ ରଖିବେ ଏବଂ ସର୍ବଦା ଆକର୍ଷଣୀୟ ହୋଇ ରହିବେ। ତେବେ ଆସନ୍ତୁ ଏ ସମ୍ପର୍କରେ ଆଲୋଚନା କରିବା। ଯଦି ଆପଣଙ୍କ ରଙ୍ଗ କଳା ହୋଇଥାଏ, ତେବେ ଆପଣ ନିଜ ସାର୍ଟ, ପ୍ୟାଣ୍ଟ ଏବଂ ନିଜ ପୋଷାକକୁ ଫିଟ ରଖି ନିଜକୁ ଏକ ନୂତନ ଲୁକ ଦେଇ ପାରିବେ।
ସର୍ବ ପ୍ରଥମେ ଆପଣ ଯତ୍ନ ନେବା ଆବଶ୍ୟକ ନିଜ ସାର୍ଟର। ଆପଣ ପିନ୍ଧୁଥିବା ସାର୍ଟର ଲମ୍ବ ନିଜ ପ୍ୟାଣ୍ଟର ଜିପକୁ ସମ୍ପୂର୍ଣ୍ଣ ନ ଘୋଡାଉଥିବା ଦରକାର। ଏହିପରି ସାର୍ଟ ବହୁତ ବଡ଼ ହୋଇଥାଏ। ତେଣୁ ଏତେ ଲମ୍ବର ସାର୍ଟ ନ ପିନ୍ଧିବା ଆବଶ୍ୟକ। ସାର୍ଟ ଲମ୍ବ ପ୍ୟାଣ୍ଟର ଜିପକୁ ଅଧା କିମ୍ବା ଟିକେ ଅଧିକ ଘୋଡାଉଥିବା ଆବଶ୍ୟକ। ଏହା ଦ୍ୱାରା ଆପଣଙ୍କ ସାର୍ଟ ବହୁତ ଆକର୍ଷଣୀୟ ଲାଗିବ।
ସାର୍ଟର ହାତ ମଧ୍ୟ ବଡ଼ ନ ହେବା ଆବଶ୍ୟକ। ଶରୀରର ଛାତି ଭାଗ ଫିଟ ହେବା ଆବଶ୍ୟକ ଏବଂ ପେଟ ଭାଗ ଟିକେ ଢିଲା ରହିବା ଆବଶ୍ୟକ। ଏହା ଦ୍ୱାରା ଏକ ସୁନ୍ଦର ଲୁକ ମିଳିଥାଏ। ସାର୍ଟଟି ଛାତି ଭାଗରେ ଅଧିକ ଫିଟ ହେବ ଉଚିତ ନୁହେଁ। ପିନ୍ଧିବା ପରେ ଆପଣ ଏହା ଜାଣି ପାରିବେ। ଏବେ ଆସନ୍ତୁ ଜାଣିବା ପ୍ୟାଣ୍ଟ ସମ୍ପର୍କରେ। ପ୍ୟାଣ୍ଟ ଟିକେ ଢିଲା ହେବା ଆବଶ୍ୟକ ଯେପରି ଏକ ଅଙ୍ଗୁଳି ଢିଲା ରହୁଥିବ।
ସହଜରେ ଲୋକାଲ ମାର୍କେଟରେ ଏହାକୁ ପରୀକ୍ଷା କରିବା ପାଇଁ ପ୍ୟାଣ୍ଟର ସିଟକୁ ଧରି ନିଜ ବେକରେ ଗୁଡ଼ାଇ ଦିଅନ୍ତୁ ଏବଂ ଏହା ମଧ୍ୟରେ ଏକ ଆଙ୍ଗୁଳି ମାପି ରଖି ଦେଖନ୍ତୁ। ଗୋଡ଼ର ଜଙ୍ଘ ଭାଗରେ ପ୍ୟାଣ୍ଟ ଟାଇଟ ହେବା ଆବଶ୍ୟକ ଏବଂ ଏହାର ତଳ ଭାଗକୁ ଟିକେ ଢିଲା ହେବା ଆବଶ୍ୟକ। ଜଙ୍ଘ ଭାଗରେ ଆପଣ ଗୋଟିଏ ଆଙ୍ଗୁଳି ଏବଂ ଏହାର ତଳ ଭାଗକୁ ଦୁଇଟି ଆଙ୍ଗୁଳି ରଖି ନିଜର ଫିଟିଙ୍ଗ ନିଜେ ବନେଇବେ।
ପ୍ୟାଣ୍ଟର ଲମ୍ବ ଏପରି ହେବା ଦରକାର ଯେପରି ଏହା ଗୋଡ଼ର ଗୋଇଠି ଉପରକୁ ରହୁଥିବା। ଏପରି ପ୍ୟାଣ୍ଟ ମିଳିବା କଷ୍ଟ। ତେଣୁ ଆପଣ ପ୍ୟାଣ୍ଟକୁ ନିଜେ ଫିଟିଙ୍ଗ କରିବା ଆବଶ୍ୟକ। ଟି ସାର୍ଟର ଫିଟିଙ୍ଗ ନର୍ମାଲ ସାର୍ଟ ଭଳି ଲମ୍ବର ହେବା ଆବଶ୍ୟକ। ଏହାର ହାତ ଭାଗ ଆପଣଙ୍କର ବାହୁର ଆରମ୍ଭରୁ ଆରମ୍ଭ ହେଉଥିବା ଦରକାର। ନିଜକୁ ଏପରି ଆପଣ ଆକର୍ଷଣୀୟ ଲୁକ ଦେଇ ପାରିବେ।