4

ଖାଦ୍ୟ ଖାଇ ସାରିଲା ପରେ ଆମ୍ବିଳା ହାକୁଡ଼ି ଆସିବାର କାରଣ |

HEALTH

ଖାଦ୍ୟ ଖାଇ ସାରିଲା ପରେ ଆମ୍ବିଳା ହାକୁଡି ଆସିବା ସ୍ବାଭାବିକ କଥା କିନ୍ତୁ ଯଦି ଏହି ହାକୁଡି ଆପଣଙ୍କ ଶରୀରରେ ଅଧିକ କିମ୍ବା ନିୟମିତ ଭାବରେ ଦେଖା ଯାଉଛି ତାହାଲେ ଏହାର ଉପଚାର ନିହାତି ଜରୁରୀ ଅଟେ ଆସନ୍ତୁ ଜାଣିବା ଏହି ଆମ୍ବିଳା ହାକୁଡି ର ଉପଚାର କରିବାର ଘରୋଇ ଉପାୟ । ଶରୀରରେ ଆସୁଥିବା ଆମ୍ବିଳା ହାକୁଡ଼ି କୁ ବର୍ଫିଂ ବୋଲି କୁହାଯାଏ ।

ଖାଇବା ପରେ ଆମ୍ବିଳା ହାକୁଡ଼ୀ ଖରାପ ଖାଦ୍ୟ ଖାଇବା ଦ୍ଵାରା ନଚେତ୍ ଅଧିକ ଖାଦ୍ୟ ଖାଇବା ଦ୍ଵାରା ହୋଇଥାଏ । ଏହାର କାରଣ ଏହା ହେଉଛି କି ଆମ ଶରୀରରେ ଖଦୁ ପଦାର୍ଥ ହଜମ କରିବା ପାଇଁ ହାଇଡ୍ରୋକ୍ଲୋରିକ ଏସିଡ ନାମକ ଉପାଦାନ ଥାଏ ଯିଏ କି ଆମ ଶରୀରରେ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ । ଏହି ଏସିଡ ଶରୀରରେ ଅଧିକ ଖାଦ୍ୟ ଖାଇବା ଦ୍ଵାରା ସୃଷ୍ଟି ହୋଇଥାଏ ଯାହା ଦ୍ଵାରା ଆମ୍ବିଳା ହେକୁଡି ହୋଇ ଥାଏ ।

ଏହାକୁ ଗ୍ୟାସ କିମ୍ବା ଏସିଡିଟି ବୋଲି ମଧ୍ୟ କୁହାଯାଏ । ଏହାକୁ ଉପଚାର କରିବାର ଘରୋଇ ଉପାୟ ହେଉଛି ହେଁଗୁ । ହେଙ୍ଗୁ ର ସେବନ ଦ୍ଵାରା ଶରୀରରୁ ଗ୍ୟାସ ଏବଂ ଆମ୍ବିଳା ହିକୁଡ଼ି ଭଲ ହୋଇ ଯାଇଥାଏ । ତେଣୁ ହିଙ୍ଗୁ କୁ ପାଣିରେ ମିଶାଇ କରି ପିଇଲେ ଆମ୍ବିଳା ହେକୁଡ଼ି ଭଲ ହୋଇ ଯାଇଥାଏ । ଆମ୍ବିଳା ହେକୁଡି ଭଲ କରିବାର ଆଉ

ଏକ ଉପାୟ ହେଉଛି ପାନ ମଧୁରୀ ଏବଂ ମିଶ୍ରି । ପାନ ମଧୁରୀ ଓ ମିଶ୍ରି ରେ ଥିବା ଉପାଦାନ ଗ୍ୟାସ କୁ ଫଳ କରିବା ସହ ଆମ୍ବିଳା ହେକୁଡି ରୁ ମଧ୍ୟ ଆରାମ ଦେଇ ଥାଏ । ଗ୍ୟାସ କୁ ଭଲ କରିବାର ଆଉ ଏକ ଉପାୟ

ହେଉଛି ଗୁଜୁରାତି । ଗୁଜୁରାତି ଖାଇବା ଦ୍ଵାରା ଗ୍ୟାସ ଏବଂ ଆମ୍ବିଳା ହେକୁଡ଼ି ରୁ ଆରାମ ମିଳିଥାଏ । ଏ ସବୁ ଛଡା ଏସିଡ୍ଡିଟି ଭଲ କରିବାର ଆଉ ଏକ ଉପାୟ ହେଉଛି ଜିରା । ଜିରା ଖାଇବା ଦ୍ଵାରା ଆମ୍ବିଳା ହେକୁଡ଼ି ଏବଂ ଗ୍ୟାସ ରୁ ତୁରନ୍ତ ଆରାମ ମିଳିଥାଏ ।

Leave a Reply

Your email address will not be published. Required fields are marked *