ଆମେ ନିତିଦିନ ଖାଉଥିବା ଖାଦ୍ୟକୁ ଠିକ୍ ଭାବେ ସମୟ ଅନୁସାରେ ଖାଇଲେ ଶରୀର ସୁସ୍ଥ, ସବଳ ରହେ ତେଣୁ ଖାଦ୍ୟ କୁ ସମାୟ ଅନୁସାରେ ଖାଇବା ଉଚିତ୍। ସାଧାରଣତଃ ଆମକୁ ସନ୍ଧ୍ୟାପରେ ଭାରି ଭୋଜନ ଖାଇବା ଉଚିତ ନୁହେଁ। କାରଣ ଆମେ ସକାଳେ ଏଵଂ ଅପରାହ୍ନ ରେ ଯେତେ ପରିମାଣରେ ଖାଦ୍ୟ ଖାଇଥାଉ ଦିନର କାମ
ଚର୍ଯା ଜିବନରେ ତାହା ଶରୀରରେ ଭଲ ଭାବେ ହଜମ ହୋଇଯାଏ । କିନ୍ତୁ ସନ୍ଧ୍ୟା ପରେ ଶରୀର ସକାଳ ଅପେକ୍ଷା ସତେଜ୍ ନଥାଏ ଏଵଂ ଶରୀର ସେତେ ପରିମାଣରେ ମଧ୍ୟ କାର୍ଯ୍ୟ ସକ୍ଷମ ନଥାଏ।ତେଣୁ ସନ୍ଧ୍ୟା ପରେ ଆମକୁ ଖାଦ୍ୟ କମ ଖାଇବା ଉଚିତ ଏହା ଦ୍ଵାରା ଶରୀରର ସୁସ୍ଥ ସବଳ ରୁହେ। ଶରୀରକୁ ଭଲ ଖାଦ୍ୟ ସହ ପାଣି ମଧ୍ୟ ନିତ୍ୟାନ୍ତ ଆବଶ୍ୟକ।
ସେଥିପାଇଁ ଦିନକୁ ୨-୩ ଲିଟର ପାଣି ପିଇବା ଉଚିତ। କିନ୍ତୁ ଖାଦ୍ୟ ଖାଇବାର ୪୫ ମିନିଟ୍ ପୂର୍ବରୁ ଏବଂ ଖାଇସାରିବାର ୪୫ ମିନିଟ ପରେ ପାଣି ପିଇବା ଉଚିତ୍। ପାଣି ଠିକ୍ ଭାବେ ପିଇବା ଦ୍ଵାରା ଶରୀରର ହଜମ ପ୍ରକ୍ରିୟା ମଧ୍ୟ ଠିକ୍ ଭାବେ ହୋଇଥାଏ। ଏଵଂ ତା ସହ ସହ ରାତି ଅପେକ୍ଷା ଦିନରେ ଅଧିକ ପାଣି ପିଇବା ଉଚିତ। ଦିନ ବେଳା ଶରୀର ଅଧିକ କାମଶିଳ ଥିବାରୁ ଶରୀରକୁ ଅଧିକ ପାଣି ଆବଶ୍ୟକ।
ସାଧାରଣତଃ ଦିନସାରା କାମ କରି କରି ଶରୀର ଥକି ଯାଇଥାଏ।ତେଣୁ ରାତିରେ ଖାଦ୍ୟ ଖାଇସାରିବା ପରେ ଶରୀର ଆରାମ ଖୋଜେ ତେଣୁ ଆମେ ଜଲଦି ଶୋଇବାକୁ ଚାଲିଯାଉ।କିନ୍ତୁ ଖାଇସାରିବା ପରେ ସଙ୍ଗେ ସଙ୍ଗେ ଶୋଇବା ଉଚିତ୍ ନୁହେଁ। କୁହାଯାଏ କ୍ଷୀର ଶରୀର ପାଇଁ ବହୁତ୍ ଭଲ। କ୍ଷୀର
ଶରୀରକୁ ଶକ୍ତି ପ୍ରଦାନ କରେ ତେଣୁ ରାତିରେ ଖାଦ୍ୟ ଖାଇସାରିବା ପରେ ଶୋଇବା ପୂର୍ବରୁ କ୍ଷୀର ପିଇବା ଉଚିତ୍। ଏହା ଦ୍ଵାରା ଶରୀର ସୁସ୍ଥ ରୁହେ। ମନୁଷ୍ୟ ଶରୀରକୁ ସଠିକ୍ ଖାଦ୍ୟ ଶହ ସଠିକ୍ ବ୍ୟାୟାମ ମଧ୍ୟ ଦରକାର ତେଣୁ ନିତିଦିନ ଆମକୁ ବ୍ୟାୟାମ ମଧ୍ୟ କରିବା ଉଚିତ୍।