ବର୍ତ୍ତମାନ ସମୟରେ ଚା ଓ କଫି ଭାରତରେ ସବୁଠାରୁ ଅଧିକ ପ୍ରଚଳିତ ହେଉଥିବା ଦୁଇଟି ପାନୀୟ କିନ୍ତୁ ପ୍ରଶ୍ନ ଉଠେ କି ଏହି ଦୁଇଟି ଭିତରୁ କେଉଁଟି ଶରୀର ପାଇଁ ହିତକର ଅଟେ । ଆସନ୍ତୁ ଜାଣିବା ଏହା ବିଷୟରେ ଭାରତୀୟ ଲୋକଙ୍କ ଦିନ ବେଳେ ହେଉ କୁ ସନ୍ଧ୍ୟା ବେଳେ ବିନା ଚା କୁ କଫି ରେ ଆରମ୍ଭ ହୁଏ ନାହିଁ। ଚା ଓ କଫି ଏମିତି ଦୁଇଟି ଜିନିଷ ଯାହା ଭାରତରେ ବହୁଳ ଭାବେ ପିଇବା ପାଇଁ ବ୍ୟବହୃତ ହୋଇଥାଏ ।
ଚା ପିଇବାର ଆରମ୍ଭ ଇଷ୍ଟ ଇଣ୍ଡିଆ କମ୍ପାନୀ ଅର୍ଥାତ୍ ଇଂରେଜ ମାନଙ୍କ ଦ୍ଵାରା ୧୮୩୦ ମସିହାରେ ଆରମ୍ଭ ହୋଇଥିବା ବେଳେ ଏହାର ବହୁତ ବର୍ଷ ପୂର୍ବରୁ ପ୍ରାୟ ୧୬ସହ ଶତାବ୍ଦୀରେ କଫି ପିଇବା ର ଆରମ୍ଭ ହୋଇଥିଲା । ଆଧୁନିକ ବିଜ୍ଞାନର କହିବା ଅନୁସାରେ ଚା ଶରୀର ବହୁତ ଭଲ ଅଟେ ତେଣୁ ସେ ଚା ର ଯେ କୌଣସି ରଙ୍ଗ ହେଉ ନା କାହିଁକି ଏହା ଦ୍ଵାରା ଶରୀରରେ ପାଚନ କ୍ରିୟା ଭଲ ହୋଇଥାଏ ,
ଏହା ଓଜନ କମିବା ସହ ରକ୍ତ ଚାପ ଏବଂ ହୃଦୟ ଜନିତ ରୋଗରୁ ରକ୍ଷା କରିଥାଏ । କଫି ଏହା ଦ୍ଵାରା ମଧ୍ୟ ଶରୀରରେ ପାଚନ କ୍ରିୟା ବୃଦ୍ଧି ହୋଇଥାଏ,ଏହା ଶରୀରକୁ ତୁରନ୍ତ ଶକ୍ତି ପ୍ରଦାନ କରିବାରେ ସହାୟକ ହୋଇଥାଏ ,ଏହା ଓଜନ କମିବାରେ ମଧ୍ୟ ସାହାଯ୍ୟ କରେ କିନ୍ତୁ ଡାକ୍ତର ଏବଂ ଆଧୁନିକ ବିଜ୍ଞାନର କହିବା ଅନୁସାରେ ଚା ଓ କଫି ଅଧିକ ମାତ୍ରାରେ ପିଇବା ଦ୍ଵାରା ଏହା ଶରୀର ପାଇଁ ଅଧିକ ହାନି କାରକ ହୋଇଥାଏ ।
ଚା ରେ ଅଧିକ ମାତ୍ରାରେ ଟ୍ୟାନିନ ନାମକ ଉପାଦାନ ଥାଏ ଯାହା ଦ୍ଵାରା ଦାନ୍ତ ହଳଦିଆ ପଡିବା ସହ ଏହା ଶରୀରର ଆଇରନ ସୋକିବାର ଗୁଣ କୁ କମାଇ ଦେଇଥାଏ ଯାହା ଦ୍ଵାରା ଶରୀରରେ ଆଣେମିଆ ରୋଗ ସୃଷ୍ଟି ହୋଇପାରେ ସେହି ପରି ଭାବରେ କଫି କୁ ଅଧିକ ମାତ୍ରାରେ ପିଇବା ଦ୍ଵାରା ଏହା ଶରୀରରେ ରକ୍ତ ଚାପ ବଢାଇବା ସହ ହାଡ଼ରୁ ହଠାତ୍ କ୍ୟାଲସିୟମ ର ପରିମାଣ କମାଇ ଦେଇଥାଏ । ଏହା ଛଡା ଏହା ଶରୀରକୁ ତୁରନ୍ତ ଫୁର୍ତ୍ତି
ପ୍ରଦାନ କରେ ଏବଂ ହଠାତ୍ ଶରୀରକୁ ଏକ ମାନ୍ଦାଳିଆ ଅବସ୍ଥାରେ ନେଇ ଛାଡି ଦିଏ ,ଏହା ଲୋକମାନଙ୍କୁ ଏକ ପ୍ରକାର ନିଶା କରାଇ ଦେଇଥାଏ । ତେଣୁ ସର୍ବଦା ଏହାର ଅଳ୍ପ ବ୍ୟବହାର କରନ୍ତୁ । ଚା ଓ କଫି କୁ କେବେ ବି ଖାଲି ପେଟରେ ପିଆନ୍ତୁ ନାହିଁ ଏହାକୁ ସର୍ବଦା ଖାଇବାର ୩୦ ମିନିଟ୍ ପରେ ପିଇବା ଦରକାର । ଏହି କଥାର ଧ୍ୟାନ ରଖିବେ କି ଚା ଓ କଫି କୁ ଦିନକୁ ୪ ଥର ପିଇଲେ ଏହା ଶରୀରର କୌଣସି ପ୍ରକାରର କ୍ଷତି କରି ନଥାଏ । ତେଣୁ ସର୍ବଦା ଧ୍ୟାନ ରଖିବେ ଚା ଓ କଫି ଶରୀର ପାଇଁ ହିତକର କିନ୍ତୁ ଏକ ସଠିକ ମାତ୍ରାରେ ପିଇବା ଦ୍ଵାରା।