ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ବିଷୟ ବସ୍ତୁ ହେଉଛି ଚମତ୍କାରି ବୃକ୍ଷ ଲତା , ଆଜି ଆମେ ଜାଣଛୁ ଯେ ବୃକ୍ଷ ହି ଆମ ଜୀବନ ତେବେ ବିଜ୍ଞାନ ଯୋଗୁଁ ହିଁ ଆମେ ଜାଣିପାରୁ ଛୁ ଯେ ଆଜି ବୃଷ ଆମ ପାଇ କେତେ ଉପକାରୀ ଅଟେ, ବୃକ୍ଷ ଲତା ଆମ ବାୟୁମଣ୍ଡଳରେ ଅମ୍ଳଜାନ ଓ ଅଙ୍ଗାରକାମ୍ଳର ପରିମାଣକୁ ନିୟନ୍ତ୍ରଣ କରିଥାଏ , ଏହା ତାର ଚେର ମୂଳ ମାଧ୍ୟମରେ ମାଟିକୁ ଜାବୁଡ଼ି ରଖେ ଓ ଭୂତଳର ଜଳକୁ ମଧ୍ୟ ନିୟନ୍ତ୍ରଣ କରିଥାଏ ,
ବୃଷ ଲତା ହି ଆମକୁ ଖାଦ୍ୟ ପେୟ ଯୋଗାଇଥାଏ , ବୃଷ ଲତାକୁ ଆମେ ଅନେକ କାମରେ ଲଗାଇଥାଉ ତେବେ ଏହା ଆମ ଶରୀରରେ ହେଉଥିବା ବିଭିନ୍ନ ପ୍ରକାରର ରୋଗକୁ ମଧ୍ୟ ଦୂର କରିଥାଏ ଏବଂ ସହ ଏହା ବିଭିନ୍ନ ପ୍ରକାରର ଆମ ଆସବା ପତ୍ର ରେ ମଧ୍ୟ ଲାଗିଥାଏ , ତେବେ କେତେକ ଚମତ୍କାରୀ ଗୁଣକୁ ଆଜି ପର୍ଯ୍ୟନ୍ତ ବିଜ୍ଞାନ ପ୍ରମାଣିତ କରିପାରିନାହିଁ , ତେବେ ପୂର୍ବରୁ ମୁନି ଋଷି ମାନେ ଏହି ବୃକ୍ଷ ଲତାକୁ ପ୍ରୟୋଗ କରି ବିଭିନ୍ନ ପ୍ରକାରର ଆୟୁର୍ବେଦ ଚିକିତ୍ସା ସହ ଔଷଧ ମଧ୍ୟ ତିଆରି କରୁଥିଲେ,
ତେବେ ଆଜି କାଲିର ଲୋକେ ଏହି ବୃକ୍ଷ ଲତାକୁ କାଟିବାରେ ଲାଗିଛନ୍ତି , ଯାହାଫଳରେ ଆଗକୁ କିଛି ବର୍ଷ ମଧ୍ୟରେ ଅମ୍ଳଜାନର ଅଭାବ ଦେଖାଯିବ , ଯେଉଁ ଗଛର ଡାଳ ପତ୍ର , ଫୁଲ , ଫଳ , ମୂଳ ସଂଗ୍ରହ କରିବାକୁ ହେବ ତେବେ ସଂଗ୍ରହ କରିବାରେ ପୂର୍ବ ଦିନ ବା ତାର ଗୋଟିଏ ଦିନ ଆଗରୁ ଆପଣ ସେ ଗଛ ମୂଳରେ ମୁଠାଏ ଅରୁଆ ଚାଉଳ ଓ ଗୋଟା ଗୁଆ କିଛି କଞ୍ଚା କ୍ଷୀର ଦେଇ ନିମନ୍ତ୍ରଣ କରି ଆସିବ ,
ଅଲୁଅ ଗଛର ଚମତ୍କାରୀ ଗୁଣ ବିଷୟରେ ଜାଣିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ , ଶନିବାର ରବିବାର ଚନ୍ଦ୍ର ଗ୍ରହଣ କିମ୍ଵା ସୂର୍ଯ୍ୟ ପରାଗ ଦିନ ସକାଳେ ସୁଦ୍ଧ ପୁତ ହୋଇ ଅଲୁଅ ଚେର ସଂଗ୍ରହ କରି ପୁରୁଷ ଦକ୍ଷିଣ ବାହୁ ଏବଂ ନାରୀ ବାମ ବାହୁରେ ଧାରଣ କଲେ ସଂକ୍ରାମକ ରୋଗ ହୁଏ ନାହିଁ ,ତୁଳା ସଂକ୍ରାନ୍ତି ଦିନ ସକାଳୁ ସ୍ନାନ କରି ଅଲୁଅକୁ ବିରି ଆକାରରେ ଛୋଟ ଛୋଟ କାଟି ସେଥିରୁ ସାତୋଟି ନେଇ ପାଣି ସହ ଗିଳି
ଦେଲେ ଏକ ବର୍ଷ ପର୍ଯ୍ୟନ୍ତ ଦୁଶ୍ଚିନ୍ତା ରୋଗ ଅପଘାତ ସଂତାପ ଆଦି ହୁଏ ନାହିଁ , ଅଲୁଅ ଗଛର ଚେର ନେଇ କଳିକଜିଆ ଲାଗିଥିବା ସ୍ଥାନରେ ଗୁପ୍ତରେ ପକାଇଦେଲେ କଳିକଜିଆ ଭାଙ୍ଗି ଯାଇଥାଏ ତେବେ ଜାଣିଲେ ଅଲୁଅ ଗଛର ଚମତ୍କାରୀ ଗୁଣ ବିଷୟରେ ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।