10

ଆସନ୍ତୁ ଜାଣିବା ବାମ ପାର୍ଶ୍ୱରେ ଶୋଇବା କାହିଁକି ଲାଭ ଦାୟକ ହୋଇଥାଏ ।

NEWS

ଆମ ଶରୀର ଉପରେ ଆମ ଶୋଇବାର ସ୍ଥିତି ଯୋଗୁଁ ମଧ୍ୟ କିଛି ପ୍ରଭାବ ପଡିଥାଏ।ଯେପରି ତଳ ମୁଁହ ହୋଇ ଶୋଇବାକୁ ହାନି କାରକ ବୋଲି କୁହାଯାଏ।ତେବେ ଆସନ୍ତୁ ଜାଣିବା ବାମ କଡ଼ରେ ଶୋଇବା ଦ୍ବାରା ହେଉଥିବା ଫାଇଦା ଗୁଡ଼ିକ ବିଷୟରେ। ବାମ ପାର୍ଶ୍ୱରେ ଶୋଇବା ଶରୀର ପାଇଁ ବହୁତ୍

ଲାଭ ଦାୟକ ହୋଇଥାଏ ଏବଂ ଭଲ ପ୍ରଭାବ ମଧ୍ୟ ପକାଇ ଥାଏ। ବାମ ପାର୍ଶ୍ୱରେ ଶୋଇବା ଦ୍ବାରା ଆମ ଶରୀରରେ କିଡନୀ ଏବଂ ହୃତପିଣ୍ଡ ସଠିକ୍ ଭାବରେ ପରିଚାଳିତ ହୋଇଥାନ୍ତି।ସମସ୍ତ ପେଟ ସମ୍ବନ୍ଧୀୟ ରୋଗ ଯେପରି ଏସିଡିଟି,

SLEEP

ଗ୍ୟାସ୍ ଭଳି ସମସ୍ୟାରୁ ମୁକ୍ତି ମିଳିପାରେ।ପେଟ ବଢିଥିଲେ ମଧ୍ୟ ବାମ କଡ଼ରେ ଶୋଇବା ଦ୍ଵାରା କିଛି ଉପଚାର ମିଳିଥାଏ।ବାମ କଡ଼ରେ ଶୋଇବା ଦ୍ବାରା ଖାଦ୍ୟ ସଂପୂର୍ଣ୍ଣ ରୂପେ ହଜମ ହୋଇଯାଏ।

ପାଚନ ସମ୍ବନ୍ଧୀୟ ସମସ୍ତ ପ୍ରକାର ରୋଗ ମଧ୍ୟ ବାମ କଡ଼ରେ ଶୋଇବା ଦ୍ଵାରା ଦୂର ହୋଇ ଯାଇଥାଏ।ଗର୍ଭବତୀ ମହିଳା ମାନେ ସର୍ବଦା ବାମ କଡ଼ରେ ଶୋଇବା ଆବଶ୍ୟକ ଏହା ଦ୍ଵାରା ପିଲା ର ସ୍ବାସ୍ଥ୍ୟ ଠିକ୍ ରହିଥାଏ।

ବାମ କଡ଼ରେ ଶୋଇବା ଦ୍ବାରା ଶରୀର ଉପରେ କମ୍ ଚାପ ପଡ଼ିଥାଏ,ଯାହା ଦ୍ଵାରା ଯେଉଁ ମାନଙ୍କ ପାଖରେ କମର କୁ ନେଇ ରୋଗ ସୃଷ୍ଟି ହେଉଛି,ଯେପରି କମର ବିନ୍ଧିବା ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ମିଳି ଥାଏ।

Leave a Reply

Your email address will not be published. Required fields are marked *