ପ୍ରତ୍ୟେକ ମନୁଷ୍ୟ ନିଜ ଶରୀରର ଯତ୍ନ ନେବା ପାଇଁ ସର୍ବଦା ଚେଷ୍ଟା କରିଥାଏ। ସ୍ୱାସ୍ଥ୍ୟ ହିଁ ସମ୍ବଳ ହୋଇଥାଏ। ଏକ ଉତ୍ତମ କେଶ ପାଇବାକୁ ହେଲେ ଏହାର ସଠିକ ଯତ୍ନ ନେବା ଏକାନ୍ତ ଆବଶ୍ୟକ। ସାଧାରଣତଃ ଆମେ ଆମ କେଶ ପାଇଁ ବିଭିନ୍ନ ପ୍ରକାରର ଅଏଲ , ସାମ୍ପୁ ,ଅନେକ ଔଷଧୀୟ ଦ୍ରବ୍ୟ ଏବଂ କେମିକାଲ ଆଦି ବ୍ୟବହାର କରିଥାଉ। ସେଥିଲାଗି କେଶ ଘନ ଓ ସୁନ୍ଦର ହେବା ପରିବର୍ତ୍ତେ ଖରାପ ଓ ନିସ୍ତେଜ ହୋଇଯାଏ। ଆଜିକାଳୀର ବ୍ୟସ୍ତବହୁଳ ଜୀବନରେ ମନୁଷ୍ୟ ନିଜ ଦୁର୍ବଳ କେଶ ପାଇଁ ହେଉଥିବା ଚନ୍ଦାପଣକୁ ନେଇ ଚିନ୍ତିତ। ତେବ ଆସନ୍ତୁ ଜାଣିବା କିପରି ଯତ୍ନ ନେବେ ନିଜ କେଶର।
ଆଜିକାଲି ସମୟରେ ଅତି କମ୍ ବୟସରୁ କେଶ ଝଡିବା, ଚନ୍ଦାପଣ, କେଶ ଧଳା ହୋଇଯିବା ପରି ସମସ୍ୟା ଦେଖା ଦେଉଛି। କେଶ ଝଡିବାର ସମସ୍ୟା ବହୁତ କାରଣ ହୋଇପାରେ। ହରମୋନର ଅଭାବ, ସ୍ୱାସ୍ଥ୍ୟ ସମସ୍ୟା, ଖାଦ୍ୟରେ ଅଭାବ, ଭିଟାମିନର ଅଭାବ ଆଦି କେଶକୁ ବହୁତ ଦୁର୍ବଳ କରିଦେଇଥାଏ। ତେଣୁ ଏହାର ଉପଚାର ପାଇଁ ଘରେ ବ୍ୟବହୃତ ପରିବା ଆମେ ବ୍ୟବହାର କରିପାରିବା। ପ୍ରଥମ ଉପଚାର ହେଉଛି ପିଆଜ। ପିଆଜର ଆଣ୍ଟି ବ୍ୟାକ୍ଟେରିଆଲ ଉପଚାର କେଶରେ ଦେଖା ଦେଉଥିବା ଚର୍ମଜାତୀୟ ସମସ୍ୟା ଦୂର କରିଥାଏ। ଏହାକୁ ଦୈନିକ ବ୍ୟବହାର କରିବା ଦ୍ୱାରା କେଶ ଝଡିବା ସବୁଦିନ ପାଇଁ ବନ୍ଦ ହୋଇଯାଏ।
ପ୍ରଥମେ ଏକ ବଡ଼ ପିଆଜ ନେଇ ଏହାକୁ ଭଲସେ ଛେଚିବା। ତାହାକୁ ଏକ ପାତ୍ରରର ରଖି ତାହାର ରସ ବାହାର କରିବା। ଏହି ରସକୁ କେଶରେ ଏବଂ ମୁଣ୍ଡର ଚର୍ମରେ ଭଲରେ ୧୫ ମିନିଟ ପର୍ଯ୍ୟନ୍ତ ଲଗେଇବା ଦରକାର। କିଛି ସମୟ ପରେ ଏହାକୁ ଭଲରେ ସାମ୍ପୁରେ ଧୋଇ ଦେବା ଦରକାର। ଦ୍ଵିତୀୟ ଉପାୟ ହେଉଛି ଏକ ପାତ୍ରରେ ଦୁଇଟି ବଡ଼ ବଡ଼ ପିଆଜ ରସ ନେଇ ସେଥିରେ ମହୁ ଏକ ଚାମଚ ମିଶାଇବା ଆବଶ୍ୟକ।
ଏହି ରସକୁ କେଶରେ ଏବଂ ମୁଣ୍ଡର ଚର୍ମରେ ଭଲରେ ୩୦ ମିନିଟ ପର୍ଯ୍ୟନ୍ତ ଲଗେଇବା ଦରକାର। କିଛି ସମୟ ପରେ ଏହାକୁ ଭଲରେ ସାମ୍ପୁରେ ଧୋଇ ଦେବା ଦରକାର। ସପ୍ତାହକୁ ତିନିଥର ଏପରି କରିବା ଆବଶ୍ୟକ। ତୃତୀୟ ପଦ୍ଧତି ହେଉଛି ପିଆଜ ରସ ସହିତ ଅଦା ରସ ମିଶାଇ ଏହାକୁ କେଶରେ ଲଗେଇବା ଆବଶ୍ୟକ। ଏହି ରସକୁ କେଶରେ ଏବଂ ମୁଣ୍ଡର ଚର୍ମରେ ଭଲରେ ୩୦ ମିନିଟ ପର୍ଯ୍ୟନ୍ତ ଲଗେଇବା ଦରକାର।
କିଛି ସମୟ ପରେ ଏହାକୁ ଭଲରେ ସାମ୍ପୁରେ ଧୋଇ ଦେବା ଦରକାର। ଚତୁର୍ଥ ପଦ୍ଧତି ହେଉଛି ପିଆଜ ରସ ସହିତ ଗୋଲାପ ଜଳ ମିଶାଇ ତାହାକୁ କେଶର ଲଗେଇବା ଆବଶ୍ୟକ। ଏହା କେଶକୁ ଘନ ଓ ସୁନ୍ଦର କରିଥାଏ। ଏହାକୁ ସପ୍ତାହରେ ଦୁଇ ଥର କରିବା ଆବଶ୍ୟକ। ପିଆଜ ରସ ସହିତ ନଡ଼ିଆ ତେଲ କିମ୍ବା ପିଆଜ ରସ ସହିତ ଦହି ମିଶାଇ ତାହାକୁ ମୁଣ୍ଡରେ ଏବଂ କେଶରେ ଲଗେଇବା ଆବଶ୍ୟକ। ଏହା କେଶକୁ ସତେଜ ରଖେ।