୭ଟି ସ୍ୱଚ୍ଛତା ମନ୍ତ୍ର ଯାହାକୁ ସବୁ ପୁରୁଷମାନେ ନିଶ୍ଚୟ ମାନିବା ଦରକାର ।

NEWS

ଆଜି ଆମେ ଜାଣିବା ୭ ଟି ସ୍ୱଚ୍ଛତା ମନ୍ତ୍ର ଯାହାକୁ ସବୁ ଭାରତୀୟ ପୁରୁଷ ମାନେ ଜାଣିବା ନିହାତି ଦରକାର । ଆସନ୍ତୁ ଜାଣିବା ଏହି ମନ୍ତ୍ର ଗୁଡିକ ।
୧)କାନ କୁ ସଫା କରିବା :-
ଆପଣ ମାନେ ଦେଖିଥିବେ ଛୋଟବେଳେ ଆମେ କାନ ର ମଳି କୁ ସଫା କରିବା ପାଇଁ ଇଅର ବଡସ ବ୍ୟବହାର କରୁଥିଲେ , ଏବଂ ଆମେ କାନ ର ଭିତର ଅଂଶ କୁ ଏହି ଇଅର ବଡସ କୁ ପୁରାଇ ସଫା କରୁଥିଲେ ଯାହାକି ବହୁତ ଭୁଲ କାମ ଅଟେ ,ଯାହାକି ଆମକୁ କରିବାର ନୁହେଁ ।କାରଣ ଆମେ ଏମିତି କାନ ଭିତରକୁ ଇଅର ବଡସ କୁ ପୁରେଇବା ଦ୍ୱାରା ଆମର କାନ ର ମଳି ଆହୁରି ଭିତରକୁ ପଶିଯାଇଥାଏ ଯାହା ଦ୍ୱାରା ଭବିଷ୍ୟତ ରେ ଆପଣ ଙ୍କ କାନ କୁ ଏହା ଆହୁରି କ୍ଷତି ପହଞ୍ଚାଇଥାଏ। ତେଣୁ କେବେ ବି ଇଅର ବଡସ କୁ କାନ ସଫା କରିବା ପାଇଁ ବ୍ୟବହାର କରନ୍ତୁ ନାହିଁ। ତେଣୁ ଆପଣ କିଛି କ୍ଲିନଜିଙ୍ଗ

ମିଲକ ନିଅନ୍ତୁ ଆପଣଙ୍କ ହାତରେ ଏବଂ ଇଅର ବଡସ କୁ ଏଥିରେ ବୁଡାଇକରି ଏବଂ ବାହାରୁ ବାହାରୁ କାନକୁ ସଫା କରିବା ଦରକାର । ଏବଂ ଏହା ସହିତ କଣ ଭିତରେ ଥିବା ମଳି ପାଇଁ ଆପଣଙ୍କୁ କଣ କରିବାକୁ ହେବ , ଆପଣ ଗାଧେଇବା ସମୟରେ ଆପଣ ଙ୍କର ଯେଉଁ ସାଓଆର୍ ଜେଲ ଥାଏ ତାର ଫେଣ କୁ କାନ ର ଅଳ୍ପ ଭିତରକୁ ଆପଣ ଏହାକୁ ପକାନ୍ତୁ ଏହା ଦ୍ୱାରା ଯେଉଁ ମଲିଥିବ ସେ ଆପେ ଆପେ ତରଳି କରି ବାହାରକୁ ବାହାରିଯିବ ,ଯାହା ଦ୍ୱାରା ଆପଣଙ୍କ କାନ ପୁରା ସ୍ଵଛ ରହିବ ।ଏହା ସହିତ ଯାହାକୁ ଭାରତୀୟ ନାଗରିକ ମାନେ ଅନୁକରଣ କରନ୍ତି ନାହିଁ ,କାନ ର ଉପର ଭାଗରେ ଯେଉଁ କେଶ ଥାଏ ତାହାକୁ ସପ୍ତାହ ରେ ଗୋଟିଏ ଥର ଆପଣଙ୍କ ଟ୍ରିମର ଦ୍ୱାରା ଟ୍ରିମ କରନ୍ତୁ ଯାହା ଦ୍ୱାରା ଆପଣ ଆହୁରି ସୁନ୍ଦର ଲାଗିବେ ।

boy2
୨)ନଖ :-
ଅଧିକାଂଶ ପୁଅ ମାନଙ୍କୁ ଆମେ ଦେଖିଚୁ ଯେ ନଖ କୁ ଦାନ୍ତ ଦ୍ୱାରା ସେମାନେ ଛିଣ୍ଡାଇ ଦିଅନ୍ତି ଏବଂ ଏହା ସହିତ ସେମାନଙ୍କର ନଖ ମଧ୍ୟ ବହୁତ ବଡ ବଡ ହୋଇଯାଏ ଏବଂ ସନେ ଏହାକୁ ସଫା ମଧ୍ୟ କରନ୍ତିନାହିଁ,
ଏବଂ ବହୁତ ମଳି ଜମି ରହିଥାଏ। ଆମେ ବହୁତ ଥର ଏମିତି ଲକ୍ଷ୍ୟ କରିଛୁ କଲେଜ ସମୟରେ । ଦୟାକରି ଆପଣମାନେ ଏମିତି କରନ୍ତୁ ନାହିଁ । ସପ୍ତାହ ରେ ଗୋଟିଏ ଥର ଆପଣଙ୍କୁ ଆପଣ ଙ୍କ ନଖ କୁ ଭଲରେ କାଟିବା ନିହାତି ଦରକାର । କିଛି ବି ଭଲ ନଖ କଟା ନିଅନ୍ତୁ ଏବଂ ଏଥିରେ ଭଲ ଭାବରେ ନଖ କୁ କାଟନ୍ତୁ ଏବଂ ନଖ କଟା ର ବିପରୀତ ପାର୍ଶ୍ୱ ରେ ନଖ କୁ ସାଇଜ କରିବା ପାଇଁ ରହିଥାଏ ।ସେଥିରେ ଆପଣ ନଖ କୁ କାଟିବା ପରେ ସାଇଜ କରନ୍ତୁ ଯାହାଦ୍ୱାରା ଆପଣ ନଖ କାଟିବା ଦ୍ୱାରା ଆପଣଙ୍କ ନଖ ରେ ରହିଯାଇଥିବା ଖାଦଡା ଅଂଶ ପାଲିସ ହୋଇଯାଏ ଏବଂ କୋମଳ ଲାଗେ ।ଏବଂ ଆପଣ ଯେତେବେଳେ ବି ନଖ କଟା ବ୍ୟବହାର କରୁଛନ୍ତି ବ୍ୟବହାର କରିବା ପରେ ଆପଣ ଏହାକୁ ଡେଟଲ ସାହାଯ୍ୟ ରେ ଧୋଇଦିଅନ୍ତୁ ଯାହାଦ୍ୱାରା ଏହା ପୁରା ସ୍ଵଚ୍ଚ ହୋଇଯିବ ।

୩)ଦାଢ଼ି କୁ ସଫାରଖନ୍ତୁ:-
ଏ ବହୁତ ଲୋକଙ୍କୁ ଦେଖିଚୁ ଦାଢ଼ି ରଖିଦିଅନ୍ତି କିନ୍ତୁ ସେମାନେ ତାକୁ ଭଲ ଭାବରେ ସ୍ଵଚ୍ଚ ରଖନ୍ତି ନାହିଁ ଏବଂ ଭଲରେ କାଟନ୍ତି ନାହିଁ ମଧ୍ୟ । ଆପଣ ଯଦି ଦାଢ଼ି ରଖୁଛନ୍ତି ତେବେ ଆପଣ ଏହାକୁ ଭଲଭାବରେ ସଫା କରନ୍ତୁ ଏବଂ ଦାଢ଼ି ସଫା ପାଇଁ ମିଳୁଥିବା ବିଅରଡ ଔଆସ ବ୍ୟବହାର କରନ୍ତୁ ।
ନଚେତ ମୁହଁ ଏବଂ ଦାଢ଼ି ସଫା କରିବା ପାଇଁ ଯେଉଁ ଔଆସ ମିଳୁଛି ତାକୁ ବ୍ୟବହାର କରନ୍ତୁ । ଏହା ସହିତ ସମୟ କୁ ସମୟ ମଧ୍ୟ ସପ୍ତାହ ରେ ଗୋଟିଏ ଥର ଏହାକୁ କାଟି କରି ସାଇଜ କରନ୍ତୁ । ଏବଂ ଆପଣଙ୍କ ଗାଲ
ପାର୍ଶ୍ୱ ରେ ଯେଉଁ କେଶ ଥାଏ ତାହାକୁ ନା କାଟି ସୁତା ସାହାଯ୍ୟ ରେ ଥ୍ରେଡ
କରନ୍ତୁ ଯାହାଦ୍ୱାରା ଆପଣ ଙ୍କର ଗାଲ ଭାଗ ରେ ହେଉଥିବା କେଶ ମଧ୍ୟ ବହୁତ କୋମଳ ରହିଥାଏ । ଏବଂ ଆପଣଙ୍କ ବେକ ପାଖରେ ଉଠୁଥିବା କେଶ କୁ ମଧ୍ୟ ସବୁବେଳେ ଟ୍ରିମ କରିକି ରଖନ୍ତୁ ଯାହାଦ୍ୱାରା ଆପଣ ଅଧିକ ସ୍ଵଚ୍ଚ ଏବଂ ସୁନ୍ଦର ଲାଗିବେ ।

boy3
୪) ଅନ୍ତରଙ୍ଗ ଅଙ୍ଗ କୁ ସଫା ରଖନ୍ତୁ :-
ଆଗରୁ ଆମ ଶରୀର ର ଅନ୍ତରଙ୍ଗ ଅଙ୍ଗ କୁ ସଫା କରିବା ପାଇଁ କୌଣସି ଭି ଔଆସ ଉପଲବ୍ଧ ନଥିଲା କିନ୍ତୁ ଏବେ ଏହା ଆସିଯାଇଛି । ପ୍ରକୃତରେ ଆମର ଯେଉଁ ଅନ୍ତରଙ୍ଗ ଅଙ୍ଗ ହୋଇଥାଏ ଏହାକୁ ସଫା ରଖିବା ଏବଂ ସ୍ଵଚ୍ଚ ରଖିବା ନିହାତି ଦରକାର ହୋଇଥାଏ କାରଣ ଆପଣ ଙ୍କର ମୁତ୍ର ଏହି ଜାଗା ଦ୍ୱାରା ବାହାରକୁ ଆସିଥାଏ ତେଣୁ ଯାହାଦ୍ୱାରା ବହୁତ ଜୀବାଣୁ ବହରିଥାଏ ।ତେଣୁ ଆପଣଙ୍କୁ ଦିନରେ ଦୁଇଥର ଏହାକୁ ସଫା କରିବା ନିହାତି ଦରକାର । ଏମିତି ରେ ଭାରତ ରେ ବହୁତ ଗରମ ହୁଏ ତେଣୁ ଆମର ବହୁତ ଝାଳ ମଧ୍ୟ ବହରିଥାଏ, ତେଣୁ ଆମକୁ ଏହି ଜାଗା କୁ ସଫା ରଖିବା ନିହାତି ଦରକାର ।ଆପଣ ଏହାକୁ ସଫା କରିବା ପାଇଁ ବଜାର ରେ ମିଳୁଥିବା ଅନ୍ତରଙ୍ଗ ଔଆସ ନିଶ୍ଚୟ ବ୍ୟବହାର କରନ୍ତୁ ।

୫)ଅତର :-
ସବୁବେଳେ ଭଲ ଅତର ବ୍ୟବହାର କରିବା ନିହାତି ଦରକାର କାରଣ ଭାରତ ରେ ଯେଉଁ ଭଳି ଗରମ ହୁଏ ଏହା ଦ୍ୱାରା ବହୁତ ଝାଳ ବହରିଥାଏ ।ଏହି କାରଣରୁ ଆପଣ ଙ୍କୁ ଆପଣଙ୍କ ସ୍ୱଛତା କୁ ବଜାୟ ରଖିବା ପାଇଁ ଦିନକୁ ୨-୩ ଥର ଅତର ବ୍ୟବହାର କରିବା ନିହାତି ଦରକାର । ଏବଂ ଯଦି ଆପଣ ଅତର କିଣି ପାରୁନାହାନ୍ତି ତେବେ ବଜାର ରେ ମିଳୁଥିବା ଡ଼ିଇଓ ବ୍ୟବହାର କରନ୍ତୁ ଏହା ଆପଣଙ୍କୁ ଖୁବ କାମ ଦାମ ରେ ମିଳିଯିବ । ଆପଣ ଯେତେବେଳେ ବି ଅତର ମରିକରି ବାହାରକୁ ଯିବେ ଆପଣଙ୍କର ସ୍ୱଛତା ତ ଅଲଗା ସ୍ତର ରେ ରହିଥାଏ।
୬) ନାକ ର କେଶ କୁ ଟ୍ରିମ କରିବା କିମ୍ବା କାଟିବା :-
ଆମେ ଅଧିକାଂଶ ଲୋକ ଙ୍କୁ ଦେଖିଚୁ ଯିଏ କି ନିଜ ନାକ ରେ ହେଉଥିବା କେଶ କୁ ଟ୍ରିମ କରନ୍ତି ନାହିଁ କିମ୍ବା କାଟନ୍ତି ନାହିଁ ,ଯାହାକି ବାହାରକୁ ଦିସୁଥାଏ ଯାହାକି ଆପଣ ଙ୍କ ସୁନ୍ଦରତା କୁ ଖରାପ କରିଥାଏ ।ତେଣୁ ଯଦି ଆପଣଙ୍କ ପାଖରେ ଟ୍ରିମର ଅଛି ତେବେ ଆପଣ ଏହାକୁ ଟ୍ରିମ କରିଦିଅନ୍ତୁ ନଚେତ ତେବେ ମଧ୍ୟ କୌଣସି ଅସୁବିଧା ନାହିଁ ଆପଣ କିଛି ଭି ଛୋଟ କଇଁଚି କୁ ନେଇଯାନ୍ତୁ ଏବଂ ଏହା ସାହାଯ୍ୟ ରେ ନାକ ରେ ହେଇଥିବା କେଶ କୁ କାଟିଦିଅନ୍ତୁ ।

୭) ଶରୀର ରେ ଥିବା କେଶ କୁ ସଫକରିବା:-
ଆମେ ଦେଖିଛୁ ବହୁତ ଲୋକ କଣ କରନ୍ତି ନିଜ ଶରୀର ରେ ହୋଇଥିବା କେଶ କୁ ସଫା କରନ୍ତି ନାହିଁ କିମ୍ବା ଟ୍ରିମ କରନ୍ତି ନାହିଁ ଯାହା ଦ୍ୱାରା ଏହା ବହୁଵ୍ୟ ଅସନା ଲାଗିଥାଏ । ଏବଂ ଯେତେବେଳେ ଅଧିକା କେଶ ରହିଥାଏ ଶରୀର ରେ ସେତେବେଳେ ଆପଣଙ୍କର ଅଧିକ ଝାଳ ବହରିଥାଏ । ତେଣୁ ଆପଣ ସବୁବେଳେ ଶରୀର ର କେଶ କୁ ଟ୍ରିମ କରିଦିଅନ୍ତୁ ନଚେତ ଏହାକୁ ଔଆକ୍ସିଙ୍ଗ୍ କରିଦିଅନ୍ତୁ । ମୁଁ ଆପଣଙ୍କୁ କହିବି ଯେ ଆପଣ ସବୁବେଳେ ଏହା କୁ ଔଆକ୍ସିଙ୍ଗ୍ କରିଦିଅନ୍ତୁ କାରଣ ଔଆକ୍ସିଙ୍ଗ୍ କରିବା ଦ୍ୱାରା ଆପଣଙ୍କର ଶରୀର ରେ କେଶ ବଢିବା କାମ ହୋଇଯାଇଥାଏ ଏବଂ ଆପଣ ନ୍ମ ଶରୀର ସଫା ରହିଥାଏ।ଆପଣଙ୍କୁ ୨-୩ ମାସ ରେ ଥରେ ଆପଣଙ୍କୁ ଔଆକ୍ସିଙ୍ଗ୍ କରିବା ନିହାତି ଦରକାର ଯାହାଦ୍ୱାରା ଶରୀର ମଧ୍ୟ ସଫା ସଫା ଦେଖାଯାଏ । ମୁଁ ବହୁତ ଲୋକ ଙ୍କୁ ଦେଖିଛି ଯେ ସେମାନେ ରେଜର ସାହାଯ୍ୟ ରେ ଏହାକୁ ସଫା କରିଦିଅନ୍ତି ଆପଣ ଏମିତି ବି କରିପାରିବେ । ଏହା ଦ୍ୱାରା ଆପଣ ଙ୍କ ଶରୀର ବହୁତ ସଫା ଏବଂ ସୁନ୍ଦର ମଧ୍ୟ ଦେଖା ଯିବ । ଏବଂ ଆପଣ ଯଦି ଜିମ ଯାଉଛନ୍ତି ଆପଣ ଙ୍କ ଶରୀର ବହୁତ ସୁନ୍ଦର ଦେଖାଯିବ ।

Leave a Reply

Your email address will not be published. Required fields are marked *