ଆଧୁନିକ ଜୀବନ ଯାପନ କାରଣରୁ ଲୋକମାନଙ୍କ କେଶ ଶୀଘ୍ର ଧଳା ହେଇଯାଉଛି। ଏମିତିକି ସ୍କୁଲ କଲେଜ ପିଲାଙ୍କର ମଧ୍ୟ କେଶ ଧଳା ହେଇଯାଉଛି। ଏହାର କାରଣ ହୋର୍ମୋନାଲ ଅସମ୍ଭାଳ, ଅଧିକ ଚିନ୍ତା କରିବା, ବ୍ୟାୟାମ ନକରିବା , କେଶ ରେ ରାସାୟନିକ ପଦାର୍ଥ ବହୁତ ବ୍ୟବହାର କରିବା ଏବଂ ବଂଶନୁଗତିକ କାରଣ ମଧ୍ୟ ହେଇଥାଏ।
ମେଥି- ଏଥିରେ ଭିଟାମିନ C ,
ପୋଟାସିୟମ, ଆଇରନ ଭଳି ପୋଷାକ ତତ୍ଵ ମିଳିଥାଏ। ଏହିସବୁ ପୋଷାକ ତତ୍ତ୍ୱ କେବଳ କେଶ କୁ ଧଳା ରୁ ବଞ୍ଚିତ କରେ ନାହିଁ ବରଂ କେଶ କୁ ବଢେଇବା ଆଉ ତାର ସୁଖା ପଣ ମଧ୍ୟ ଦୂର କରେ। କେଶ କୁ ଧଳା କରିବାରୁ ରକ୍ଷା କରିବା ପାଇଁ ୨ ଚାମଚ ମେଥି ଦାନା କୁ ଏକଚତୁର୍ଥ କପ୍ ରେ ପାଣି ରେ ଭିଯାନ୍ତୁ ଏବଂ ରାତିସାରା ଏହାକୁ ଫୁଲିବା ଦିଅନ୍ତୁ।
ସକାଳେ ଉପଯୁକ୍ତ ପାଣିରେ ଏହାକୁ ଭଲରେ ଚେଚି ମିଶ୍ରଣ କରି ମୁଣ୍ଡରେ ଏବଂ କେଶ ମୂଳରେ ଲଗାନ୍ତୁ ଏବଂ ୧ ଘଣ୍ଟା ରଖନ୍ତୁ।ତାପରେ ସାମ୍ପୋ କରିଦିଅନ୍ତୁ। ଧଳା କେଶ ରୁ ମୁକ୍ତି ମିଳିବା ପାଇଁ ଆପଣ ପିଆଜ ର ବ୍ୟବହାର କରନ୍ତୁ।ଏହା କେଶ କୁ ମଜବୁତ କରେ। ପ୍ରଥମେ ପିଆଜର ରସ ବାହାର କରିକି ଏଥିରେ ଗୋଟେ ଚାମଚ୍ ଅଲିଭ ତେଲ ପକାନ୍ତୁ ଏବଂ ଏହି ପେଷ୍ଟ କୁ ବାଳର ମୂଳରେ ଲଗାନ୍ତୁ।
ଏହାକୁ ୧୦ ମିନିଟ ଯାଏଁ ମସଜ କରନ୍ତୁ।ତାପରେ ମୁଣ୍ଡ ଧୋଇଦିଅନ୍ତୁ। ମନ୍ଦାର ଫୁଲ କୁ ପାଣିରେ ମିଶେଇ ପେଶନ୍ତୁ ଆଉ ଏଥିରେ ୩ ଚାମଚ ଅଁଳା ପାଉଡର ପକାନ୍ତୁ।ଏହି ପେଷ୍ଟ କୁ ବାଳ ମୂଳରେ ଭଲରେ ଲଗାନ୍ତୁ ଆଉ କିଛି ସମୟ ମାସାଜ କରନ୍ତୁ। ତାପରେ ମୁଣ୍ଡ ଧୋଇଦିଅନ୍ତୁ।ଚିନା ବାଦାମ ତେଲ ରୁ ୪ ଚାମଚ ଆଉ ଗୋଟେ ଚାମଚ ଅଁଳା ରସ ଆଉ ଗୋଟେ ଚାମଚ
ଲାଇମ ଜୁସ ମିଶେଇକି କେଶ ର ମୂଳରେ ଲଗାନ୍ତୁ । ତାପରେ ମୁଣ୍ଡ ଧୋଇଦିଅନ୍ତୁ। ତେଜପତ୍ର ର ଗୁଚ୍ଛା କୁ ଗୋଟେ କପ ପାଣିରେ ଭଲରେ ଗରମ କରନ୍ତୁ ଏବଂ ଥଣ୍ଡା ହେଲା ପରେ ଏହାକୁ ଭଲରେ କେଶ ରେ ସ୍ପ୍ରେ କରନ୍ତୁ।ଏହାପରେ ମୁଣ୍ଡ କୁ ସମ୍ପୁ ରେ ଧୋଇଦିଅନ୍ତୁ। ଏହା ମଧ୍ୟରୁ ଆପଣ କିଛି ଉପାୟ ବ୍ୟବହାର କରନ୍ତୁ ।ଏହାଦ୍ବାରା ଆପଣଙ୍କର ସମସ୍ୟା ଦୂର ହେବ।