ଆପଣ ମାନେ ଯାଦୁ ଦେଖିଥିବେ ଯାଦୁ ଦେଖିବା କାହାକୁ ପସନ୍ଦ ନୁହେଁ କିନ୍ତୁ ଆପଣ କେବେ ଏହି ଯାଦୁ ଗୁଡ଼ିକ ପଛର ରହସ୍ୟ ଜାଣିବାକୁ ଚାହିଁଛନ୍ତି ସେମାନେ ଏମିତି କେମିତି କରି ପାରନ୍ତି ଆସନ୍ତୁ ଜାଣିବା ଏହା ବିଷୟରେ । ଆପଣ ଆମେରିକାର ପ୍ରତିଭା କାର୍ଯ୍ୟକ୍ରମ ରେ ଦେଖିଥିବେ ବିଭିନ୍ନ ଲୋକ ଜାଦୁଗର କାର୍ଯ୍ୟ କ୍ରମ ଦେଖାଇ ଥିବେ କିନ୍ତୁ ସେମାନେ କେବଳ ନିଜର ବୁଦ୍ଧି ଅନୁସାରେ ଲୋକଙ୍କୁ ବୋକା ବନାଇ ଥାଆନ୍ତି ।
ଏହି କାର୍ଯ୍ୟକ୍ରମ ରେ ଜଣେ ଯାଦୁଗର ଖାଲି ବ୍ୟାଗ୍ ରୁ ବିଅର ବୋତଲ ବାହାର କରିବାରେ ଲାଗିଛନ୍ତି ଏବଂ ଛୋଟ ବୋତଲ କୁ ବଡ଼ ବୋତଲରେ ପରିଣତ କରୁଛନ୍ତି ,ନିଜ ଜୋତା ରୁ ଖାଲି କାଚ ଗ୍ଲାସ କିମ୍ବା ବିଅର୍ ଥିବା ଗ୍ଲାସ୍ ଗୁଡ଼ିକ ବାହାର କରୁଛନ୍ତି ,କିନ୍ତୁ ଭଲ ଭାବରେ ଆପଣ ଏହାକୁ ଦେଖିଲେ ଜାଣିବେ କି ସେ ବ୍ୟାଗ୍ ଟି ଗୋଟେ ପାଖରୁ କଟା ହୋଇଥାଏ ଏବଂ ସେ ଵିଅର ବୋତଲ କୁ ନିଜ ପିନ୍ଧିଥିବା ଜ୍ୟାକେଟ ପକେଟ୍ ରେ ରଖିଥାନ୍ତି ।
ଯାହା ଫଳରେ ସେ ବ୍ୟାଗ୍ ରେ ହାତ ପୁରାଇ ବଡ଼ ଚାଲାକ ଭାବରେ ନିଜ ଜ୍ୟାକେଟ ପକେଟରୁ ଗ୍ଲାସ୍ ବାହାର କରି ଲୋକଙ୍କୁ ଦେଖାନ୍ତି।ଆପଣ ଏହି ସବୁ ଜିନିଷକୁ ଭଲ ଭାବରେ ଲକ୍ଷ୍ୟ କଲେ ଜାଣି ପାରିବେ । ଏହି କାର୍ଯ୍ୟକ୍ରମ ରେ ଆଉ ଏକ ଜାଦୁଗର୍ ନିଜ ମସ୍ତିଷ୍କ ର ଶକ୍ତି ବଳରେ ଚାମଚ ମୋଡ଼ି ଦେବାର ଦୃଶ୍ୟ ଦେଖାଇଥିଲେ କିନ୍ତୁ ଆପଣ ଭଲ ଭାବରେ ଦେଖିଲେ ଜାଣି ପାରିବେ ଯେ କି ଯାଦୁଗର୍ ନିଜ ହାତରେ ପ୍ରଥମରୁ ହିଁ ମୋଡା
ଚାମଚ ରଖି ଦେଇଥିଲେ ଯାହାକି ସେ ମଞ୍ଚ ଉପରେ ଏମିତି ଚାଲକି ଭାବରେ ଦେଖାଇ ଥିଲେ କି ଲୋକମାନଙ୍କୁ ଲାଗିବ କି ଯେ ଜଦୁଗର ଜଣଙ୍କ ନିଜ ମସ୍ତିଷ୍କ ବଳରେ ଚାମଚ କୁ ମୋଡୁଛନ୍ତି । ଠିକ୍ ସେହି ପରି ଏହି ଯାଦୁଗର ନିଜ ଦୁଇ ହାତ ମଝିରେ ଟଙ୍କା କୁ ଝୁଲାଇ ରଖୁଛନ୍ତି କିନ୍ତୁ ଆପଣ ଏହାର କୌଶଳ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ବଜାରରେ ଏମିତି ଏକ ସୂତା ବିକ୍ରି ହୋଇଥାଏ ଯାହାକି
କେବଳ ଜାଦୁଗର ମାନଙ୍କ ବ୍ୟବହାର କରିଥାନ୍ତି ସେମାନେ ଏହି ସୂତା ଟୀକୁ ଅଠା ସାହାଯ୍ୟରେ ଅତ୍ୟନ୍ତ କୁଶଳତା ସହ ଟଙ୍କା ପଛରେ ମାରି ଦେଇଥିଲେ ଯାହାକି ଲୋକ ମାନଙ୍କ ଦ୍ଵାରା ଦେଖିବା ପ୍ରାୟ ଅସମ୍ଭବ ହୋଇଥାଏ ସେ ଏହି ଭାବରେ ଟଙ୍କା କୁ ନିଜ ଦୁଇ ହାତ ମଧ୍ୟରେ ଝୁଲାଇ ରଖିବାର ଯାଦୁ ଦେଖାଇ ଥାଆନ୍ତି । ଆପଣ ଏହି ସବୁ ଯାଦୁ ଗୁଡ଼ିକର କୌଶଳକୁ କେବଳ ଭଲ ଭାବରେ ନିରୀକ୍ଷଣ କରି ଦେଖିଲେ ଜାଣି ପାରିବେ ।