ମହୁ ଏହା ପ୍ରାୟ ସମସ୍ତଙ୍କ ଘରେ ମିଳିଥାଏ କିନ୍ତୁ ବହୁତ ଲୋକଙ୍କ ମନରେ ଏହି ପ୍ରଶ୍ନ ଥାଏ ତାଙ୍କ ଘରେ ଥିବା ମହୁ ଅସଲି ମହୁ କି ନକଲି ମହୁ ଆସନ୍ତୁ ଜାଣିବା କିଛି ଉପାୟ ଯାହା ଦ୍ଵାରା ମହୁ ଅସଲି କି ନକଲି ଜଣା ପଡ଼ିଥାଏ।
୧- ପ୍ରଥମେ ଗୋଟିଏ ଗ୍ଲାସ୍ ପାଣି ନିଅନ୍ତୁ ଏବଂ ମହୁ କୁ ପାତ୍ର ରେ ନିଅନ୍ତୁ । ଏହା ପରେ ପାତ୍ର ରେ ଥିବା ମହୁକୁ ଗ୍ଲାସ୍ ଭିତରକୁ ଢ଼ାଳନ୍ତୁ ଯଦି ମହୁ ଟି ଅଧ ରାସ୍ତା ରେ ନିଜ ପ୍ରବାହ ଠାରୁ ଅଲଗା ହୋଇଗଲା ତାହାଲେ ଏହା ନକଲି ଅଟେ କିମ୍ବା ଯଦି ଏହା ଗ୍ଲାସ୍ ର ତଳ ଭାଗ ରେ ନ ବସିଲା ତାହାଲେ ଏହା ନକଲି ମହୁ ଅଟେ ।
୨- ଦ୍ଵିତୀୟ ଉପାୟ ଟି ହେଉଛି ଏକ ମହମବତୀ ଜଳାନ୍ତୁ ଏବଂ ଏକ କାଠି ସାହାଯ୍ୟରେ କିଛି ମହୁ କି ନେଇ ନିଆଁ ସମ୍ମୁଖରେ ଦେଖାନ୍ତୁ ,ଯଦି ମହୁ ଟି ଅସଲି ହୋଇଥିବା ତାହାଲେ ଏହା ଜଳିଯିବ ଯଦି ଏହା ନକଲି ହୋଇଥିବା ତାହାଲେ ମହୁ ଟି ଜଳିବ ନାହିଁ କିମ୍ବା ନିଆଁ ଟି ଲିଭିଯିବ ନଚେତ୍ ମହୁ ଟି ଜଳିବା ସମୟରେ କଳା ଧୂଆଁ ସୃଷ୍ଟି କରିବ ।
୩ – ମହୁ ଅସଲି କି ନକଲି ଜାଣିବାର ଆଉ ଏକ ଉପାୟ ହେଉଛି ଗୋଟିଏ ପାତ୍ରରେ କିଛି ମହୁ କି ଢାଳି ଖୋଲା ସ୍ଥାନରେ ରଖି ଦିଅନ୍ତୁ ଏବଂ ଏଥି ମଧ୍ୟରେ ମାଛି ବସିବା ପାଇଁ ଅପେକ୍ଷା କରନ୍ତୁ। ଯଦି ମହୁ ଟି ଅସଲି ହୋଇଥିବ ତାହାଲେ ମାଛି ଟି ମହୁ ସହ ଲାଗିଯିବ ନାହିଁ ସେ ଖୋଲା ଖୋଲି ଭାବରେ ଚାରି ଆଡେ ବୁଲିବ ଯଦି ମହୁ ଟି ନକଲି ହୋଇଥିବ ତାହାଲେ ମାଛି ଟି ଗୋଟିଏ ସ୍ଥାନରୁ ଆଗକୁ ଯାଇ ପାରିବ ନାହିଁ ।
୪- ଅନ୍ୟ ଏକ ଉପାୟ ଟି ହେଉଛି ଏକ ଚାମଚ ରେ କିଛି ମହୁ ନେଇ ଏକ କାଚ ଉପରେ ଢାଳନ୍ତୁ ଯଦି ମହୁ ଟି ଅସଲି ହୋଇଥିବ ତାହାଲେ ଏହା କାଚ ଉପରେ ଏକ ନିର୍ଦ୍ଦିଷ୍ଟ ଆକୃତିର ରୂପ ନେବ ଏବଂ ଯଦି ଏହା ନକଲି ହୋଇଥିବ ତାହାଲେ ଏହା କ୍ଷୀର କିମ୍ବା ପାଣି ଭଳି ଗୋଟିଏ କଡ କୁ ବୋହି ଚାଲିଯିବ ।