ରକ୍ତ ଦାନ ବିଷୟରେ ଜାଣିକରି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ |

HEALTH

ଆସନ୍ତୁ ଆଜି ଜାଣିବା ରକ୍ତ ଦାନ କରିବା ଦ୍ୱାରା ଆପଣ ଙ୍କୁ କଣ ସୁବିଧା ହୋଇଥାଏ।ଆପଣ ଙ୍କୁ ଆପଣ ଙ୍କ ଫୁସଫୁସ ର ସାଇଜ ଜଣା ଅଛି କି ?
ବ୍ରାସିଲ ନଟସ ଇଣ୍ଡିଆ ରେ କାହିଁକି ବନ୍ଦ ଅଛି।ବହୁତ ଲୋକ ରକ୍ତ ଦେବା ପାଇଁ ଡରିଥାନ୍ତି, ଏହା ଭାବନ୍ତି ଯେ ରକ୍ତ ଦେବା ଦ୍ୱାରା ତାଙ୍କ ଶରୀର ରେ ରକ୍ତ ର କମି ହୋଇଯାଏ।ଏହା ସତ ଅଟେ କି ? ନା ଏହା ସତ୍ୟ ନୁହେଁ ରକ୍ତ ଦାନ ଦ୍ୱାରା ଆପଣ ଙ୍କର ଫାଇଦା ମଧ୍ୟ ରହିଛି । ଏହା ସହିତ ଏହା ଜାଣିବା ଯେ ସେମାନେ କେଉଁ ବ୍ୟକ୍ତି ଯେଉଁ ମାନେ ରକ୍ତ ଦାନ
କରିପାରିବେ ନାହିଁ।ଏବଂ ଯଦି ଆପଣ ରକ୍ତ ଦାନ ପାଇଁ ଯାଉଛନ୍ତି ତେବେ କେଉଁ ଜିନିଷ ର ଧ୍ୟାନ ରଖିବେ।ଏହା ସହିତ ଜାଣିବା ରକ୍ତ ଦାନ ର କିଛି ଟି ପ୍ରକ୍ରିଆ।

୧) ରକ୍ତ ଦାନ କରିବା ଦ୍ୱାରା ଆପଣ ଙ୍କୁ କଣ ସୁବିଧା ହୋଇଥାଏ:-
କିଛି ଡାକ୍ତର ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କର ଏହା ମତ ଯେ ରକ୍ତ ଦାନ ଆପଣ ଙ୍କ ଶରୀର ପାଇଁ ବହୁତ ଫାଇଦାବାନ ହୋଇଥାଏ। ଏବଂ ଆପଣ ଦାନ କରିଥିବା ୧ ୟୁନିଟ ରକ୍ତ ରେ ୩ ଜଣ ଲୋକ ଙ୍କର ଜୀବନ ବଞ୍ଚି ଯାଇପାରେ।ଏହାର ମାନେ ରକ୍ତ ଦାନ କେବଳ ଆପଣ ଙ୍କ ପାଇଁ ସୁବିଧାଜନକ ନୁହେଁ କିନ୍ତୁ ଅଲଗା ଲୋକ ମାନଙ୍କ ପାଇଁ ମଧ୍ୟ ଏହା ସୁବିଧାଜନକ ଅଟେ।ରକ୍ତ ଦାନ କରିବା ଦ୍ୱାରା ଆମ ହାର୍ଟ ରେ ମଧ୍ୟ ସୁଧାର ଆସିଥାଏ।ନିୟମିତ ରକ୍ତ ଦାନ କରିବା ଦ୍ୱାରା ଶରୀର ରେ ଆଇରନ ର ଅଧିକତ୍ଵ କୁ ମଧ୍ୟ କମା ଯାଇପାରେ।ରକ୍ତ ଦାନ କରିବା ପରେ ଶରୀର ରକ୍ତ ର କମି କୁ ପୁରା କରିବାରେ ସାହାଯ୍ୟ କରିଥାଏ ।ଏହା ନୂଆ ରକ୍ତକୋସିକା ର ଉତ୍ପାଦନ କରିଥାଏ। ଯାହା ଭଲ ସ୍ଵାସ୍ଥ୍ୟ ରେ ଆପଣ ଙ୍କୁ ସାହାଯ୍ୟ କରିଥାଏ।

blood
୨)କେଉଁ ଲୋକ ରକ୍ତ ଦାନ କରିପାରିବେ ନାହିଁ:-
୧୮ ବର୍ଷ ରୁ କମ ଏବଂ ୬୫ ବର୍ଷ ରୁ ଅଧିକ ଲୋକ ଏହି ରକ୍ତ ଦାନ କରିପାରିବେ ନାହିଁ।ଯଦି ଆପଣ ଙ୍କୁ ଥଣ୍ଡା ,ଜର କିମ୍ବା କସା ହୋଇଛି ତେବେ ମଧ୍ୟ ଆପଣ ରକ୍ତ ଦାନ କରିପାରିବେ ନାହିଁ। ଯଦି ଆପଣ ମଧୁମେହ ରୋଗ ରୋଗ ରେ ପୀଡିତ ଅଛନ୍ତି ତେବେ ମଧ୍ୟ ଆପଣ ରକ୍ତ୍ ଦାନ କରିପାରିବେ ନାହିଁ।ରକ୍ତ ଦାନ କରିବା ପାଇଁ ଆପଣ ଙ୍କର ଓଜନ ୪୫ କେଜି ରୁ ଅଧିକା ହୋଇଥିବା ଦରକାର । ଏବଂ ଆପଣ ଙ୍କର ହିମୋଗ୍ଲୋବିନ ୧୨.୫୦ ଗ୍ରାମ ରୁ ଅଧିକ ହେବା ଦରକାର।ମହିଳା ମାନଙ୍କ ପାଇଁ ଏହା ଧ୍ୟାନ ରଖିବା ଜରୁରୀ ଅଟେ ଯେ ସେ ତାଙ୍କର ଡେଲଭରି ର ୧ବର୍ଷ ପରେ ରକ୍ତ ଦାନ କରିପାରିବେ।ଡୋନର କୁ କୌଣସି ପ୍ରକାର ଇନ୍ଫେକ୍ସନ ନା ହେଇଥିବା ଦରକାର। ହାର୍ଟ ରୋଗୀ ମାନେ ରକ୍ତ ଦେବା ଉଚିତ ନୁହେଁ।

blood
୩) କେଉଁ କେଉଁ କଥାର ଧ୍ୟାନ ରଖିବାକୁ ହେବ:-
ଆପଣ ଯେଉଁଠି ବି ରକ୍ତ ଦେଉଛନ୍ତି ସେଠି ଡାକ୍ତର ଙ୍କ ଉପସ୍ଥିତି ରେ ରକ୍ତ ଦାନ କରନ୍ତୁ।ରକ୍ତ ଦାନ କରିବା ପୂର୍ବରୁ କିଛି ହାଲକା ଖାଦ୍ୟ ଖାନ୍ତୁ ଯାହା ଆପଣ ଙ୍କ ଦୁର୍ବଳ ପଣ କୁ ଦୂର କରିବାରେ ସାହାଯ୍ୟ କରେ।ରକ୍ତ ଦାନ ର ୧ ଦିନ ଆଗରୁ ମଦ ପିଅନ୍ତୁ ନାହିଁ। ଏବଂ ୩-୪ ଘଣ୍ଟା ଆଗରୁ ଧୁମ୍ର ପାନ କରନ୍ତୁ ନାହିଁ।ରକ୍ତ ଦାନ ପାଇଁ ଯିବା ପୂର୍ବରୁ ଆପଣ ଆପଣଙ୍କ ପରିଚୟ ପାତ୍ର ରଖିବାକୁ ଭୁଲନ୍ତୁ ନାହିଁ।ରକ୍ତ ଦାନ କରିବା ପରେ ନିହାତି ୫-୧୦ ମିନିଟ ଆରାମ କରନ୍ତୁ। ରକ୍ତ ଦାନ ର ୨୪-୪୮ ଘଣ୍ଟା ପର୍ଯ୍ୟନ୍ତ ଅଧିକ ପାଣି ପିଅନ୍ତୁ।ରକ୍ତ ଦାନ ଆରେ ୪-୫ ଘଣ୍ଟା ପର୍ଯ୍ୟନ୍ତ ଅଧିକ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ଏବଂ ୨୪ ଘଣ୍ଟା ପର୍ଯ୍ୟନ୍ତ ଆପଣ ସନ୍ତୁଳିତ ଖାଦ୍ୟ ହାନି ଖାନ୍ତୁ।ରକ୍ତ ଦାନ ର ୨୪ ଘଣ୍ଟା ପର୍ଯ୍ୟନ୍ତ ଧୁମ୍ରପାନ ସେବନ କରନ୍ତୁ ନାହିଁ।

୪) ପରମ୍ପରାଯୁକ୍ତ କଥା :-
ଆପଣ ଏହା ଭାବୁଛନ୍ତି ଯେ ରକ୍ତ ଦାନ କରିବା ହନିକାରକ ଅଟେ। ଏବଂ ଏହା ଆପଣ ଙ୍କ ଶରୀର କୁ ଦୁର୍ବଳ କରିଦିଏ,ଏହା ସମ୍ପୂର୍ଣ ଭୁଲ ଅଟେ। ରକ୍ତ ଦାନ ର ବହୁତ ଫାଇଦା ଥାଏ ଆପଣ ଙ୍କ ଶରୀର ପାଇଁ।ଯଦି ଆପଣ ଭାବୁଛନ୍ତି ଯେ ରକ୍ତ ଦାନ ପରେ ଆପଣ ଙ୍କ ଶରୀର ରେ ରକ୍ତ ର ପରିମାଣ କମିଯିବ ତେବେ ଆପଣ ସମ୍ପୂର୍ଣ ଭୁଲ ଅଟନ୍ତି।ରକ୍ତ ଦାନ ର ୪୮ ଘଣ୍ଟା ମଧ୍ୟ ରେ ହିଁ ଆପଣ ଙ୍କ ଶରୀର ସେହି ରକ୍ତ କୁ ପୁଣି ଭରପୁର କରିଦିଏ।ଆପଣ ଯଦି ଜଣେ ସୁସ୍ଥ ଲୋକ ଅଟନ୍ତି ତେବେ ଆପଣ ୩-୪ ମାସ ରେ ଥରେ ରକ୍ତ ଦାନ କରିପାରିବେ।ରକ୍ତ ଦାନ ଦ୍ୱାରା ଆପଣ ଭାବନ୍ତି ଯେ ଏଚଆଇଭି ରୋଗ ହୋଇପାରେ କିନ୍ତୁ ଏହା ସମ୍ପୂର୍ଣ ଭୁଲ ଅଟେ।

୫)କୋଭିଡ ଭାକ୍ସିନ୍ ନେବାର କେତେ ଦିନ ପରେ ରକ୍ତ ଦାନ କରିପାରିବେ:-
କୋଭିଡ ଭାକ୍ସିନ୍ ନେବାର ୧୪ ଦିନ ପରେ ଆପଣ ରକ୍ତ ଦାନ କରିପାରିବେ। ସରକାର ଙ୍କ ହିସାବ ରେ ଆପଣ କୋଭିଡ ର ୨୮ ଦିନ ପରେ ରକ୍ତ ଦାନ କରିପାରିବେ।
୬)ଦେଶ ରେ ରକ୍ତ ର କମି ଦ୍ୱାରା କେଉଁ କ୍ଷତି ହୋଇଥାଏ:-
ଆମ ଦେଶ ଇ ଜରୁରୀ ହିସାବରେ ମିଲିଅନ ୟୁନିଟ ରକ୍ତ ର କମି ରହିଛି।ଆପଣ ଦେଇଥିବା ରକ୍ତ ଦ୍ୱାରା କେତେ ଲୋକ ଙ୍କର ଜୀବନ ବଞ୍ଚିଯାଏ।କ୍ୟାନ୍ସର ରୋଗୀ ମାନଙ୍କୁ ମଧ୍ୟ ରକ୍ତ ର ଦରକାର ହୁଏ।ଏହା ବ୍ୟତୀତ ଗର୍ଭବତୀ ମହିଳା ମାନ ଙ୍କୁ ମଧ୍ୟ ଡେଲିଭରି ପରେ ରକ୍ତ ର ଦରକାର ହୁଏ।
୭)ଫୁସ ଫୁସ ବିଷୟ ରେ କିଛି ତଥ୍ୟ:-
ଆପଣ ଙ୍କ ମସ୍ତିସ୍କ ଆପଣ ଙ୍କ ଫୁସ ଫୁସ କୁ ପରିଚାଳନା କରିଥାଏ।ଏହା ତାକୁ କହିଥାଏ କେତେ ନିଶ୍ୱାସ ଭିତରକୁ ନେବାର ଅଛି ଏବଂ କେତେ ନିଶ୍ୱାସ ବାହାରକୁ ଛାଡିବାର ଅଛି।

Leave a Reply

Your email address will not be published. Required fields are marked *