4

ଓଜନ କମାଇବା ପାଇଁ ୭ ଟି ଉପାୟ ଅକ୍ଷୟ କୁମାରଙ୍କ ତୁଣ୍ଡରୁ |

HEALTH

ବର୍ତ୍ତମାନ ସମୟରେ ବଦଳୁଥିବା ଜୀବନ ଶୈଳୀ ଏବଂ ଖାଦ୍ୟ ପିୟ ପାଇଁ ଲୋକମାନଙ୍କ ଶରୀରରେ ଏକ ବିଶେଷ ସମସ୍ୟା ଦେଖା ଦେଇଛି ଯାହା ହେଉଛି ଓଜନରେ ବୃଦ୍ଧି ବହୁତ ଲୋକ ଓଜନ କମାଇବା ପାଇଁ ମଧ୍ୟ ଚେଷ୍ଟା କରନ୍ତି କିନ୍ତୁ ସଠିକ ଉପାୟରେ ଏବଂ ନିୟମିତ ଭାବରେ ଏହାର ପାଳନ ନାକରିବାରୁ ସେମାନେ କୌଣସି ବି ଫଳ ପାଇ ନଥାନ୍ତି । ଆସନ୍ତୁ ଜାଣିବା ଓଜନ କମାଇବା ପାଇଁ ୭ ଟି ଉପାୟ ଯାହା ନିଜେ ସିନେମା ଜଗତର ବହୁତ ବଡ଼ ତାରକା କହିଛନ୍ତି।

ଆପଣ ମାନେ ଜାଣିଥିବେ ଅକ୍ଷୟ କୁମାର ହେଉଛନ୍ତି ଏମିତି ଏକ ଅଭିନେତା ଯିଏ କି ନିଜକୁ ବହୁତ ସୁସ୍ଥ ରଖନ୍ତୁ ଏବଂ ବହୁତ ପ୍ରକାର ବ୍ୟାୟାମ ମଧ୍ୟ କରନ୍ତି । ତନକ୍ରି ମୁହଁରୁ ୭ ଟି ବ୍ୟାୟାମ ର ଉପାୟ ଯାହା ଦ୍ଵାରା ଓଜନ କମିବାରେ ସାହାଯ୍ୟ ମିଳିବ ।
୧- ସନ୍ଧ୍ୟା ସମୟରେ କୌଣସି ଭୋଜନ କରନ୍ତୁ ନାହିଁ ଅର୍ଥାତ୍ ସନ୍ଧ୍ୟା ସାଢ଼େ ୬ ଟା କି ୭ ଟା ପରଠାରୁ କୌଣସି ବି ଭୋଜନ କରନ୍ତୁ ଏହା ଶରୀରରେ ଠିକ୍ ଭାବରେ ହଜମ ହୋଇ ନଥାଏ ଏବଂ ସର୍ବଦା ଶୋଇବାର ତିନି ଘଣ୍ଟା ପୂର୍ବରୁ ଭୋଜନ କରନ୍ତୁ ।

exe
୨- ସର୍ବଦା ଦିନକୁ ୧ ଘଣ୍ଟା ନିହାତି ବ୍ୟାୟାମ କରନ୍ତୁ । ଅକ୍ଷୟଙ୍କ କହିବା ଅନୁସାରେ ନିୟମିତ ଦିନକୁ ୧ ଘଣ୍ଟା ବ୍ୟାୟାମ କଲେ ଆମ ଶରୀର ଭବିଷ୍ୟତରେ କୌଣସି ବି ସମସ୍ୟାର ସମ୍ମୁଖୀନ ହୋଇ ନଥାଏ ।
୩- ସବୁବେଳେ ଜଂକ୍ ଫୁଡ୍ ଅର୍ଥାତ୍ ବାହାରର ତେଲ ଯୁକ୍ତ ଖାଦ୍ୟ ଖାଇବା ପାଇଁ ଚେଷ୍ଟା କରନ୍ତୁ ଅଧିକାଂଶ ସମୟ ଘରେ ବନୁଥିବା ଖାଦ୍ୟ ଖାଆନ୍ତୁ ଏବଂ ଖାଇବା ସମୟରେ କିଛି ନା କିଛି ଘିଅ ର ବ୍ୟବହାର କରନ୍ତୁ ।

foot 2

୪- ସର୍ବଦା ଶୀଘ୍ର ଶୋଇବାକୁ ଯାଆନ୍ତୁ କାରଣ ପ୍ରଚୁର ପରିମାଣର ନିଦ୍ରା ଦ୍ଵାରା ଏହା ଶରୀରର ବହୁତ ଉପକାର କରିଥାଏ ।
୫- ସର୍ବଦା ଶୀଘ୍ର ଉଠନ୍ତୁ ଅର୍ଥାତ୍ ଆପଣ ଗୋଟିଏ ଦିନରେ ନିଜର ୮ ଘଣ୍ଟାର ନିଦ୍ରା ପୁରଣ କରି ଏକ ନିୟମିତ ସମୟରେ ସବୁବେଳେ ଉଠନ୍ତୁ ଏହା ଦ୍ଵାରା ଆପଣଙ୍କୁ ଯଦି ବ୍ୟାୟାମ କରିବା ପାଇଁ ସମୟ ନ ମିଳୁଛି ତାହା ମଧ୍ୟ ମିଳିଯିବ ।

୬- ସବୁବେଳେ ମିଠା ଏବଂ ଲୁଣିଆ ଖାଦ୍ୟ ପଦାର୍ଥକୁ ଖାଇବା ସମୟରେ କମ ବ୍ୟବହାର କରନ୍ତୁ ,କାରଣ ଅଧିକ ମିଠା ଖାଇବା ଦ୍ଵାରା ଏହା ଶରୀରରେ ଭୋକ ବଢ଼ାଇ ଥାଏ ଯାହା ଦ୍ଵାରା ଆପଣଙ୍କ ଓଜନ ମଧ୍ୟ ବୃଦ୍ଧି ଠିକ ସେହି ପରି ଅଧିକ ଲୁଣି ଜିନିଷ ଖାଇବା ଦ୍ଵାରା ଏହା ଶରୀରରେ ପାଣି ର ପରିମାଣକୁ ବଢ଼ାଇ ରଖିଥାଏ ଯାହା ଦ୍ଵାରା ଓଜନ ମଧ୍ୟ ବଢ଼ିଥାଏ ।
୭- ସବୁବେଳେ ସୂର୍ଯ୍ୟ ଉଦୟ ଦେଖନ୍ତୁ ଏବଂ ସୂର୍ଯ୍ୟ କିରଣ କୁ ନିଜ ଶରୀରରେ ଅନୁଭବ କରନ୍ତୁ ।କାରଣ ନିୟମିତ ୧୫ ମିନିଟ୍ ସୂର୍ଯ୍ୟ କିରଣ ଗ୍ରହଣ କରିବା ଦ୍ଵାରା ଶରୀରକୁ ଭିଟାମିନ ଡି ମିଳିଥାଏ ।

Leave a Reply

Your email address will not be published. Required fields are marked *