ମୁଡ଼ ସ୍ୱିଙ୍ଗ କହିଲେ ଅନେକ କଥାକୁ ବୁଝାଏ କିନ୍ତୁ ଝିଅ ମାନଙ୍କ କ୍ଷେତ୍ରରେ ହେଉ କିମ୍ବା ପୁରୁଷ ମାନଙ୍କ କ୍ଷେତ୍ରରେ ବିଭିନ୍ନ କାରଣରୁ ମୁଡ ସ୍ଵିଙ୍ଗ ଦେଖା ଦେଇଥାଏ । ଏହି ସମୟରେ ସେ ବ୍ୟକ୍ତି ଅତ୍ୟନ୍ତ ଚିଡି ଚିଡ଼ା ହୋଇ ଯାଇଥାନ୍ତି ,ଛୋଟ ଛୋଟ କଥାରେ ବିରକ୍ତ ଭାବ ପ୍ରକାଶ ପ୍ରକାଶ କରିଥାନ୍ତି ଆସନ୍ତୁ ଜାଣିବା ଏହି ମୁଡ୍ ସ୍ଵୀଙ୍ଗ ରୁ ମୁକ୍ତି ପାଇବାର ଉପାୟ ।
ମୁଡ ସ୍ଵିଙ୍ଗ ଏହା ସାଧାରଣତଃ ଭାବରେ ଖାଦ୍ୟ ସହ ଜଡ଼ିତ ହୋଇଥାଏ କାରଣ ଖାଦ୍ୟ ଖାଇବା ଦ୍ଵାରା ଏହା ଆମର ମନ ଏବଂ ହର୍ମୋନ ଉପରେ ସିଧା ସଳଖ ପ୍ରଭାବ ପକାଇ ଥାଏ । ତେଣୁ ମୁଡ ସ୍ଵିଙ୍ଗ ହେବା ସମୟରେ ଉତ୍ତମ ମାନର ଖାଦ୍ୟ ,ଉପଯୁକ୍ତ ପୋଷଣ ଗ୍ରହଣ କରିବା ନିହାତି ଜରୁରୀ ଅଟେ ଏବଂ ଏଥି ସହ ଏହା ମଧ୍ୟ ଧ୍ୟାନ ରଖିବା ନିହାତି ଜରୁରୀ ଅଟେ କି କୌଣସି ବି ପ୍ରକାରର ଜଙ୍କ ଫୁଡ୍ ଅଧିକ ବ୍ୟବହାର କରି ପାରିବେ ନାହିଁ ।
ଏହି ସମୟରେ ଅଧିକ ମିଠା,ଅଧିକ ଲୁଣିଆ ,ଏବଂ ଅଧିକ ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ଵାରା ଏହା ଆହୁରି ଖରାପ ପ୍ରଭାବ ପକାଇ ଥାଏ । ତେଣୁ ଏ ସବୁ ବିଷୟରେ ନିହାତି ଧ୍ୟାନ ଦେବା ଆବଶ୍ୟକ । ଏହି ସମୟରେ ଫଳ ମୂଳ ଏବଂ ସବୁଜ ପନିପରିବା ଗୁଡ଼ିକର ଅଧିକ ସେବନ କରିବା ଆବଶ୍ୟକ ନିୟମିତ ଭାବରେ ଯୋଗ ,ପ୍ରାଣାୟାମ ,ଏବଂ ବ୍ୟାୟାମ ଆଦି କରିବା
ଆବଶ୍ୟକ ଏହା ଦ୍ଵାରା ହର୍ମୋନ ମାନଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା ହୋଇଥାଏ ଏବଂ ମନ ମଧ୍ୟ ଠିକ ରହିଥାଏ । ମନ ଏବଂ ମସ୍ତିଷ୍କ କୁ ଖୁସି ରଖିବା ପାଇଁ ପ୍ରଚୁର ପରିମାଣରେ ଶୋଇବା ନିହାତି ଆବଶ୍ୟକ ତେଣୁ ଗୋଟିଏ ଦିନରେ ୮ ଘଣ୍ଟା ଶୋଇବା ଦ୍ବାରା ମନ ଓ ଶରୀର ଫୁର୍ତ୍ତି ରହିଥାଏ ଯାହା ଦ୍ଵାରା ଶରୀରରେ ଖୁସି ର ହର୍ମୋନ ଏଣ୍ଡିର୍ଫିନ ସୃଷ୍ଟି ହୋଇଥାଏ । ସମସ୍ତ ପ୍ରକାରର ଖରାପ ଚିନ୍ତା
ଧାରା ରୁ ନିଜକୁ ଦୂରରେ ରଖନ୍ତୁ ଓ ସର୍ବଦା ଖୁସି ରୁହନ୍ତୁ ଏବଂ ଖୁସି ମିଯାଜ୍ ଲୋକଙ୍କ ସହ ମିଳା ମିଶା କରନ୍ତୁ । ଏହା ଦ୍ଵାରା ଆପଣଙ୍କ ମନ ଅଧିକ ଖୁସି ରହିବ । ସଙ୍ଗୀତରେ ବହୁତ ଶକ୍ତି ଥାଏ ତେଣୁ ଯେତେବେଳେ ବି ମୁଡ ସ୍ଵିଙ୍ଗ ଦେଖା ଦେଇଛି ସେହି ସମୟରେ ଭଲ ସଙ୍ଗୀତ ଶୁଣନ୍ତୁ ଏହା ଦ୍ଵାରା ମନ ଖୁସି ରହିବା ସହ ଶରୀର ମଧ୍ୟ ଭଲ ରହିବ ।