ବର୍ତ୍ତମାନ ସମୟରେ ମନୁଷ୍ୟ ତାର କେଶର ଯତ୍ନ ନେବା ପାଇଁ ବହୁତ କିଛି ଉପାୟ ଅବଲମ୍ବନ କରେ ଯାହା ମଧ୍ୟରେ ଶ୍ୟାମ୍ପୁ ଅଛି । ତେଣୁ ଠିକ ଶ୍ୟାମ୍ପୁ ବ୍ୟବହାର କରିବା ନିହାତି ଜରୁରୀ ଅଟେ ,କାରଣ ବିଭିନ୍ନ ଶ୍ୟାମ୍ପୁ କେମିକାଲ ଯୁକ୍ତ ହୋଇଥାଏ ଯାହା କେଶ ଉପରେ ବହୁତ ଖରାପ ପ୍ରଭାବ ପକାଏ ତେଣୁ ଏହା ନିହାତି ଜରୁରୀ କି କେମିକାଲ ମୁକ୍ତ ଶ୍ୟାମ୍ପୁ ବ୍ୟବହାର କରିବା ନିହାତି ଜରୁରୀ ଅଟେ ।ଆସନ୍ତୁ ଜାଣିବା ଏମିତି କିଛି ଶ୍ୟାମ୍ପୁ ଯାହା କେମିକାଲ ମୁକ୍ତ ହୋଇଥାଏ ।
କେମିକାଲ ମୁକ୍ତ ଶ୍ୟାମ୍ପୁ ମୁଖ୍ୟତଃ କେଶ କୁ ସୁଦୃଢ କରିବା ସହ ଏହା କେଶ କୁ ମଜବୁତ କରିବାରେ ମଧ୍ୟ ସାହାଯ୍ୟ କରେ । ତେଣୁ କେମିକାଲ ମୁକ୍ତ ଶ୍ୟାମ୍ପୁ ମୁଖ୍ୟତଃ ୫ ଟି ଲକ୍ଷଣ ନେଇ ବଛା ଯାଇଥାଏ ଯାହା ହେଉଛି | ୧- ଯେଉଁ ଶ୍ୟାମ୍ପୁ କମ୍ କେମିକାଲ ବ୍ୟବହାର କରି ପ୍ରସ୍ତୁତ କରା ଯାଇଥାଏ ଏବଂ କୌଣସି ବି ହାନି କାରକ କେମିକାଲ ବ୍ୟବହାର ହୋଇ ନ ଥାଏ ।
୨- ଏମିତି ଏକ ଶ୍ୟାମ୍ପୁ ଯାହା କମ୍ ମୂଲ୍ୟରେ ଉପଲବ୍ଧ ହୋଇଥାଏ ଅର୍ଥାତ୍ ଯେଉଁ ଶ୍ୟାମ୍ପୁ ଭଲ ବି ହୋଇଥିବ ଏବଂ କମ୍ ଟଙ୍କାରେ ମଧ୍ୟ ମିଳୁଥବା ।
୩- ଯାହା ସବୁ ପ୍ରକାରର ଖପୁରୀ କୁ ଖାପ ଖାଉ ଥିବ ଅର୍ଥାତ୍ ଖପୁରୀ ତେଲିଆ,ଶୁଖିଲା କିମ୍ବା ଅନ୍ୟ ଯେ କୌଣସି ବି ପ୍ରକାରର ହେଉ ନା କାହିଁକି ତାହା ଖାପ ଖାଇ ଯାଉଥିବା ।
୪- କେବେ ବି କୌଣସି ଶ୍ୟାମ୍ପୁ ର ବାନ୍ଧିବା ଶୈଳୀ ଏବଂ ବାସ୍ନା ପାଇଁ ଆକର୍ଷିତ ହେବ ନାହିଁ କାରଣ ବହୁତ ଶ୍ୟାମ୍ପୁ ଅଛନ୍ତି ଯାହାର ବାନ୍ଧିବା ଶୈଳୀ ଏବଂ ସୁଗନ୍ଧ ବହୁତ ଭଲ ହୋଇଥାଏ କିନ୍ତୁ ଏହା ଅନ୍ୟ କୌଣସି କାରଣରୁ ଭଲ ହୋଇ ନଥାଏ ।
୫- ଯେଉଁ ଗୋଟିଏ ଶ୍ୟାମ୍ପୁ ରେ ଅନ୍ୟ ବହୁତ ଗୁଣ ଥାଏ ଅର୍ଥାତ୍ ସେହି ଶ୍ୟାମ୍ପୁ ରେ କଣ୍ଡିସନର ଇତ୍ୟାଦି ଥିବାର ଲେଖା ଥିବ ତାହାଲେ ସେଭଳି ଶ୍ୟାମ୍ପୁ ବ୍ୟବହାର କରିବା ଉଚିତ ନୁହେଁ ।
ଯଦି ଆପଣଙ୍କ କେଶ ଝଡ଼ିବା ଆଦି ସମସ୍ୟା ଦେଖା ଦେଉଛି ତାହାଲେ ଆପଣ ଯେଉଁ ଶ୍ୟାମ୍ପୁ ରେ ଆମୋନିଆ,ସୋଡ଼ିୟମ, ପାରାବିନ ଆଦି ଉପାଦାନ ଥାଏ ତାହା ଠାରୁ ଦୂରରେ ରହିବା ନିହାତି ଜରୁରୀ ଅଟେ । ଶ୍ୟାମ୍ପୁ କିଣିବା ବିଷୟରେ ଏସବୁ ଜିନିଷର ଧ୍ୟାନ ନିହାତି ଦେବେ । ତେଣୁ ୧୦ ଟି କେମିକାଲ ମୁକ୍ତ ଶ୍ୟାମ୍ପୁ ହେଉଛି
୧- ଲାଷ୍ଟର ଆର୍ଗନ୍ ଶ୍ୟାମ୍ପୁ
୨- ଖାଦି ମୌରି ହର୍ବାଲ ଶ୍ୟାମ୍ପୁ
୩- ୱିସ କେୟାର କୋକୋ ନଟ ଶ୍ୟାମ୍ପୁ
୪- ଜିଓଭନି ଟ୍ରି ଶ୍ୟାମ୍ପୁ
୫- ଓରି ଫ୍ଲେମ୍ ଲଭ ନେଚର ଶ୍ୟାମ୍ପୁ
୬- ରି କ୍ୱିଲ ଆଣ୍ଟି ଡ୍ୟାନଡ୍ରଫ ଶ୍ୟାମ୍ପୁ
୭- ଖାଦୀ ନ୍ୟାଚୁରାଲ ଶିଖା ଶ୍ୟାମ୍ପୁ
୮- ମାମାଏର୍ଥ ବାଇଓଟିନ ଶ୍ୟାମ୍ପୁ
୯- ଶିବା ମେଡ ଶ୍ୟାମ୍ପୁ
୧୦- ଭେଦାଏର୍ଥ୍ ଶ୍ୟାମ୍ପୁ