ମନୁଷ୍ୟ ଶରୀରରେ ତାର ଜୀବନରେ କିଛି ନା କିଛି କରଣାରୁ ମାନସିକ ଚିନ୍ତା,ଶାରୀରିକ ମାନ୍ଦା ଇତ୍ୟାଦି ରହିଥାଏ ଯାହା ଫଳରେ କି ସେ ବହୁତ ହଇରାଣ ହେବା ସହ ଶରୀର ଅସୁସ୍ଥ ମଧ୍ୟ ରହିଥାଏ । ଆସନ୍ତୁ ଜାଣିବା ଏହି ସବୁ ଚିନ୍ତା ରୁ ମୁକ୍ତି ପାଇବାର ଉପାୟ । ମନୁଷ୍ୟ ଜୀବନରେ ଯେତେ ସବୁ ସମସ୍ୟା ଥାଉ ନା କାହିଁକି ସବୁ ସମସ୍ୟାର ଏକ ମାତ୍ର ସମାଧାନ ହେଉଛି ଯୋଗ ।
ଯୋଗ ବି ଅନେକ ପ୍ରକାରର ହୋଇଥାଏ ସେହି ଯୋଗ ମାନଙ୍କ ମଧ୍ୟରୁ ଅନୂଲୋମ ଵିଲୋମ , ବ୍ରାହ୍ମଣୀ ଏବଂ ଉଦ୍ ଗିଦ୍ ଏହି ୩ ଟି ଯୋଗ କରିବା ଦ୍ଵାରା ମନୁଷ୍ୟ ଜୀବନରେ ଯେତେ ଚିନ୍ତା ଥାଉ ନା କାହିଁକି ତାହା ସବୁ ସମାଧାନ ହୋଇଥାଏ । ବର୍ତ୍ତମାନ ସମୟରେ ମନୁଷ୍ୟ ସ୍ଵଭାବ ଏମିତି ହୋଇ ଗଲାଣି କି ଯେ କୌଣସି ସମୟରେ ବି ଅର୍ଥାତ କାର୍ଯ୍ୟାଳୟରେ ହେଉ
କିମ୍ବା ଘରେ ହେଉ କୁ ଅନ୍ୟ ଯେ କୌଣସି ସ୍ଥାନରେ ବି ହେଉ ମନୁଷ୍ୟ ର ଝଗଡ଼ା ହୋଇ ଯାଉଛି । ମନୁଷ୍ୟ ବର୍ତ୍ତମାନ ସମୟରେ ବହୁତ ଜୋରରେ ରାଗ କରୁଛି ,ବିରକ୍ତ ପ୍ରକାଶ କରିଛି ନିଜର ଭାବନା କୁ ନିୟନ୍ତ୍ରିତ କରିବାର ଶକ୍ତି ଖୁବ୍ କମ ହୋଇ ଗଲାଣି ,ମନୁଷ୍ୟ ଅନ୍ୟର କଥା କୁ ସହି ପାରୁନି ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରୁଛି ଯାହା ଦ୍ଵାରା କି ମନୁଷ୍ୟ ମାନସିକ ଚିନ୍ତା,
ଶାରୀରିକ ମାନ୍ଦା ଆଦି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛି । ଏହି ସବୁ ସମସ୍ୟାରୁ ମୁକ୍ତି ପାଇବାର ଉପାୟ ହେଉଛି ଅନୁଲୋମ ଵିଲୋମ୍, ବ୍ରାହ୍ମଣୀ,ଏବଂ ଉଦ୍ ବିଦ୍ ପ୍ରାଣାୟାମ ଯାହା ଦ୍ଵାରା ଏହି ସବୁ ଚିନ୍ତାରୁ ମୁକ୍ତି ମିଳେ । ଏହି ସବୁ ପ୍ରାଣାୟମ ସହିତ ମନୁଷ୍ୟକୁ ହାସ୍ୟା ସନ କରିବା ନିହାତି ଜରୁରୀ ଅଟେ
ଏହା ଦ୍ଵାରା ମନ ଉଲ୍ଲସିତ ରହିଥାଏ । ତେଣୁ ଆପଣଙ୍କୁ ନିୟମିତ କିଛି ନା କିଛି ମାତ୍ରାରେ ହସିବା ଦରକାର ଏହା ଦ୍ଵାରା ଶରୀରରେ ଷ୍ଟ୍ରେସ ହର୍ମୋନ କମି ଯାଇଥାଏ ଏବଂ ଭଲ ହର୍ମୋନ ଉତ୍ପାଦନ ବୃଦ୍ଧି ହୋଇଥାଏ ଯାହା ଶରୀର ପାଇଁ ଫଳ ପ୍ରଦ ହୋଇଥାଏ । ତେଣୁ ସର୍ବଦା ଖୁସି ରୁହନ୍ତି ଓ ସୁସ୍ଥ ରୁହନ୍ତୁ ।