ଯଦି କୌଣସି ବ୍ୟକ୍ତି ଙ୍କୁ ଥଣ୍ଡା କିମ୍ବା ଜର ହୋଇଥାଏ ତେବେ ପୁରା ଦିନଯାକ ଖାଇବା ପିଇବା ପାଇଁ ଇଚ୍ଛା ହୁଏନାହିଁ। ଏବଂ ଥଣ୍ଡା ଜର ସମୟ ରେ ଆମର ପାଚନତନ୍ତ୍ର ସହ ଯୋଡିତ କିଛି ସମସ୍ୟା ଯେମିତି କି ବାନ୍ତି ହେବା, ପତଳା ଝାଡା ହେବା ଏବଂ ଦୁର୍ବଳ ଲାଗିବା ଏହି ସବୁ ଜିନିଷ ମଧ୍ୟ ଦେଖିବାକୁ ମିଳିଥାଏ।ସେଥିପାଇଁ ଥଣ୍ଡା ଏବଂ ଜର ରେ ଆପଣ ଙ୍କୁ ସଠିକ ଖାଇବା ଦରକାର ଏବଂ ଏହା ସହିତ ଆପଣ ଙ୍କୁ କିଛି ଖାଦ୍ୟ କୁ ପୁରାପୁରି ଏହି ସମୟ ରେ ପୁରାପୁରି ଛାଡ଼ିେଦେବା ଦରକାର । ଆଜି ଆମେ ଆପଣ ଙ୍କୁ ୭ ଟି ଖାଦ୍ୟ କହିବୁ ଯାହାକୁ ଆପଣଙ୍କୁ ପୁରା ଦୂରେଇବାକୁ ହେବ ଯଦି ଆପଣ ଙ୍କର ଶରୀର ରେ ଥଣ୍ଡା ଏବଂ ଜର ରହୁଛି ।
୧)ମିଠା ଖାଦ୍ୟ ଏବଂ ମିଠା ପାନୀୟ:-
ଏମିତି ରେ ତ ସବୁ ପରିସ୍ଥିତି ରେ ଅଧିକ ମିଠା ଖାଦ୍ୟ ଏବଂ ମିଠା ପାନୀୟ ପିଇବା ଆମ ଶରୀର ପାଇଁ ଭଲ ହୋଇନଥାଏ। କିନ୍ତୁ ଥଣ୍ଡା ଏବଂ ଜର ସମୟ ରେ ଆପଣ ଙ୍କୁ ମିଠା କୁ ପୁରାପୁରି ଭାବରେ ଛାଡିବାକୁ ହେବ । କାରଣ ଯଦି ଆପଣ ବେଶୀ ମିଠା ଖାଦ୍ୟ ଏବଂ ଥଣ୍ଡା ପିଉଛନ୍ତି ତେବେ ଶରୀର ରେ ଯେଉଁ ଗଠନ ଥାଏ ,ଖାସ କରି ଆମ ଗଳା ରେ ଉତେଜନା ବଢିଯାଏ।ଏବଂ ଥଣ୍ଡା ଜର ର ଲକ୍ଷଣ ବେଶୀ ବଢ଼ିପାରେ ସେଥିପାଇଁ ଥଣ୍ଡା ଜର ସମୟରେ ଏହାକୁ ମିଠା କୁ ପୁରା ତ୍ୟାଗ କରିଦେବା ଦରକାର ।
୨) ମଦ:-
ଏମିତି ରେ ମଦ ର ସେବନ ଆମର ଶରୀର ପାଇଁ ଆମର ସ୍ଵାସ୍ଥ ପାଇଁ ଖରାପ ଅଟେ। କିନ୍ତୁ ଥଣ୍ଡା ଏବଂ ଜର ସମୟରେ ଆପଣଙ୍କୁ ସମ୍ପୂର୍ଣ ଭାବେ ତ୍ୟାଗ କରିଦେବା ଦରକାର।କାରଣ ଆପଣ ଯେତେ ଅଧିକ ମଦ ସେବନ କରିବେ ଆପଣଙ୍କୁ ସେତେ ଜଳୀୟଅଂଶବିହୀନ ଭଳି ଅନୁଭବ ହେବ । ସେଥିପାଇଁ ଆପଣ ଙ୍କୁ ଥଣ୍ଡା ଏବଂ ଜର ସମୟ ରେ ମଦ କୁ ସମ୍ପୂର୍ଣ ଭାବରେ ତ୍ୟାଗ କରିଦେବା ଦରକାର।
୩)ଚିକ୍କଣିଆ ଖାଦ୍ୟ:-
ଯଦି ଆପଣ ଅଧିକ ମାତ୍ରା ରେ ଚିକ୍କଣିଆ ଖାଦ୍ୟ ର ସେବନ କରୁଛନ୍ତି ତେବେ ଆପଣଙ୍କ ର ପାଚନତନ୍ତ୍ର ପାଇଁ ସଠିକ ନୁହେଁ।କାରଣ ଏହି ଯୋଉ ଖାଦ୍ୟ ପଦାର୍ଥ ହୋଇଥାଏ ହଜମ ହେବା ରେ ବହୁତ ଅସୁବିଧା କରିଥାଏ ଯାହାକି ସହଜରେ ହଜମ ହୁଏ ନାହିଁ।ଯାହା କାରଣ ରୁ ଥଣ୍ଡା ଜର ସମୟ ରେ ବାନ୍ତି ହେବା, ପତଳା ଝାଡା ହେବା ଏବଂ ଦୁର୍ବଳ ଲାଗିବା ଆରମ୍ଭ ହେବ ଏବଂ ଆପଣ ଙ୍କ ଶରୀର ରୁ ପାଣି ର ମାତ୍ରା କମିଯିବ ଏବଂ ଥଣ୍ଡା ଜର ର ଲକ୍ଷଣ ଅଧିକ ବଢ଼ିପାରେ।
୪) ଦୁଗ୍ଧ ଜାତୀୟ ଖାଦ୍ୟ :-
ଥଣ୍ଡା ଜର ସମୟ ରେ ଆପଣ ଙ୍କୁ ଦୁଗ୍ଧ ଜାତୀୟ ଖାଦ୍ୟ ଯେମିତି କି ପନିର, ଘିଅ ଏବଂ ଲହୁଣୀ ସବୁକୁ ତ୍ୟାଗ କରିବାର ଅଛି।କାରଣ ଯଦି ଆପଣ ଥଣ୍ଡା ଜର ସମୟ ରେ ବେଶୀ ଦୁଗ୍ଧ ଜାତୀୟ ଖାଦ୍ୟ ଖାଇବେ ତେବେ ଆପଣ ଙ୍କ ଶରୀର ରେ ମ୍ୟୁକସ ର ପରିମାଣ ବଢ଼ିଯାଏ ଯାହା ଦ୍ୱାରା ଆପଣଙ୍କୁ ବହୁତ ଅସୁବିଧା ର ସାମ୍ନା କରିବାକୁ ପଡିବ। ସେଥିପାଇଁ
ଥଣ୍ଡା ଜର ସମୟ ରେ ଆପଣ ଙ୍କୁ ଦୁଗ୍ଧ ଜାତୀୟ ଖାଦ୍ୟ ସମ୍ପୂର୍ଣ ରୂପ ରେ ତ୍ୟାଗ କରିବା ଦରକାର।
୫)ସନ୍ସୋଧିତ କିମ୍ବା ପ୍ରସ୍ତୁତ ହୋଇରହିଥିବା ଖାଦ୍ୟ :-
କାରଣ ଯେଉଁ ସନ୍ସୋଧିତ କିମ୍ବା ପ୍ରସ୍ତୁତ ହୋଇରହିଥିବା ଖାଦ୍ୟ ହୋଇଥାଏ ସେଥିରେ ବହୁତ କମ ପରିମାଣ ରେ ପୋଷଣ ଥାଏ ଏବଂ ସୋଡ଼ିଅମ ର ପରିମାଣ ଅଧିକ ହୋଇଥାଏ । ଏବଂ ସୋଡ଼ିଅମ ର ମାତ୍ରା ବୃଦ୍ଧି ହେଲେ ଆପଣ ଙ୍କ ଶରୀର ରେ ଥଣ୍ଡା ଜର ଆହୁରି ଅଧିକ ହୋଇଥାଏ।ସେଥିପାଇଁ ଥଣ୍ଡା ଜର ସମୟ ରେ ସନ୍ସୋଧିତ କିମ୍ବା ପ୍ରସ୍ତୁତ ହୋଇରହିଥିବା ଖାଦ୍ୟ କୁ ମଧ୍ୟ ଖାଇବା ଉଚିତ ନୁହେଁ।
୬)ଶକ୍ତ ଖାଦ୍ୟ:-
ଶକ୍ତ ଖାଦ୍ୟ ମାନେ ହେଉଛି ଯେଉଁ ଖାଦ୍ୟ ର ଚାରିଭାଗ ଏବଂ ଖାଦ୍ୟ ବହୁତ ଟାଣ ହୋଇଥାଏ । ଯେମିତି କି ଚିପ୍ସ, ଯଦି ଆପଣ ଏହି ଭଳି ଖାଦ୍ୟ ଆପଣ ଥଣ୍ଡା ସମୟ ରେ ଖାଇବେ ତେବେ ଆପଣ ଙ୍କ ଗଳା ରେ ଖଣ୍ଡିଆ ହୋଇଯାଏ ଏବଂ ଗଳା ଇନ୍ଫେକ୍ସନ ହେବାର ବହୁତ ସମ୍ଭାବନା ରହିଥାଏ।
୭)ସପୁରି:-
ଏମିତି ରେ ସପୁରି ବହୁତ ଭଲ ଫଳ ଏତେ କିନ୍ତୁ ଥଣ୍ଡା ଜର ସମୟ ରେ ଆପଣ ଙ୍କୁ ଏହା ଠାରୁ ଦୂର ରେ ରହିବାକୁ ହେବ କାରଣ ଏହାର ଯେଉଁ ଖଦଡା ଅଂଶ ଥାଏ ଏହା ତଣ୍ଟି ରେ ଲାଗିଲେ ରାମ୍ପି ହୋଇଯାଏ ଏବଂ କାଶ ମଧ୍ୟ ହୋଇଥାଏ। ତେଣୁ ଆପଣ ଙ୍କୁ ଥଣ୍ଡା ଜର ସମୟ ରେ ଆପଣ ଙ୍କୁ ଏହା ଠାରୁ ଦୂର ରେ ରହିବାକୁ ହେବ । ଏହା ଥିଲା ୭ ଟି ଖାଦ୍ୟ ଯାହା କି ଆପଣ ଥଣ୍ଡା ଜର ସମୟ ରେ ଖାଇବା ଉଚିତ ନୁହେଁ।