9

ଯେଉଁ ସ୍ତ୍ରୀ ନିଜର ଏହି ୪ ଟି ଜିନିଷ ଅନ୍ୟ ସ୍ତ୍ରୀ କୁ ଦେଇଥାଏ ତାଙ୍କ ସ୍ୱାମୀର ଅମଙ୍ଗଳ ହୋଇଥାଏ |

NEWS

ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଜଣେଇବାକୁ ଯାଉଛୁ ଯେ, ନିଜର ସ୍ୱାମୀ ଓ ପରିବାରର ମଙ୍ଗଳ କାମନା କରୁଥିବା ଝିଅ ମାନେ ଭୁଲରେ ବି କାହାକୁ ଦିଅ ନାହିଁ ଏହି ଚାରିଟି ଜିନିଷ । ନଚେତ ସ୍ୱାମୀ ଓ ସ୍ତ୍ରୀ ର ସମ୍ପର୍କରେ ତିକ୍ତତା ଆସିବା ସହିତ ଘର ଓ ପରିବାରରେ ଅନେକ ସମସ୍ୟା ର ସାମ୍ନା କରିବାକୁ ପଡିଥାଏ । ବନ୍ଧୁଗଣ ବିବାହ ପରେ ଗୋଟିଏ ଝିଅକୁ ବହୁତ ଗୁଡିଏ ନୂଆ ସମ୍ପର୍କ ସବୁ ମିଲିଥାଏ, ଯେମିତିକି ଶାଶୁ, ଶଶୁର, ଦିଅର ନଣନ୍ଦ ଓ ସେଠିକାର ନୂଆ ପଡୋଶୀ ଏମିତି ବହୁତ କିଛି ନୂଆ ସମ୍ପର୍କୀୟ ମାନେ । କିନ୍ତୁ, ବିବାହିତ ମହିଳା ମାନଙ୍କର ଏମିତି କିଛି ଜିନିଷ ରହିଛି ଯାହାକି କୌଣସି ପରିସ୍ଥିତି ଆସିଲେ ମଧ୍ୟ ଅନ୍ୟ ଏକ ବିବାହିତ ମହିଳାଙ୍କୁ ଦେବା ଉଚିତ ନୁହେଁ ।

ସେହି ଜିନିଷ ଗୁଡିକ ମଧ୍ୟରୁ ପ୍ରଥମ ଜିନିଷ ଟି ହେଉଛି ସିନ୍ଦୁର ଗୋଟିଏ ବିବାହିତ ମହିଳା ର ସିନ୍ଦୁର ପ୍ରଥମ ଗହଣା ହୋଇଥାଏ ତେଣୁ ଗୋଟେ ମହିଳାଙ୍କୁ କେବେବି ତାର ସିନ୍ଦୁର କାହା ସହିତ ସେୟାର କରିବା ଉଚିତ ନୁହେଁ । ତେଣୁ ଯେବେ ବି ଆପଣ ସୁନ୍ଦର ଲଗାଉଛନ୍ତି ସଦାବେଳେ ଏକୁଟିଆ ହିଁ ଲଗାନ୍ତୁ ନ ଓଢଣା ପକାଇକି ଲଗାନ୍ତୁ ନହଲେ କାହାର ନଜର ଲାଗିଯାଇ ପାରେ ବିଶେଷ କରି ଅନ୍ୟ ଏକ ବିବାହିତ ନାରୀକୁ କେବେହେଲେ ସିନ୍ଦୂର ଦିଅନ୍ତୁ ନାହିଁ ।

marrage 2

ଦ୍ୱିତୀୟ ରେ ହେଉଛି କଜଳ ବିବାହିତ ମହିଳା ମାନେ ନିଜକୁ ଆକର୍ଷଣ କରିବା ପାଇଁ ଆଖିରେ କଜଳ ଲଗାଇଥାନ୍ତି । କିନ୍ତୁ କିଛି ମହିଳା ମାନେ ଜାଣତରେ ହେଉ କିମ୍ବା ଅଜାଣତରେ ହେଉ ଅନ୍ୟ ମହିଳା ମାନଙ୍କୁ ଲଗେଇବାକୁ ଦେଇଥାନ୍ତି । ଏହା କରିବା ଦ୍ୱାରା ଆପଣଙ୍କ ସ୍ୱାମୀଙ୍କର ଆପଣଙ୍କ ପାଇଁ ଭଲ ପାଇବା କମି ଯାଇଥାଏ । ତେଣୁ କଜଳ କାହା ସହିତ ବି ସେୟାର କରିବା କଥା ନୁହେଁ ।

ତୃତୀୟ ରେ ହେଉଛି ମଥାର ବିନ୍ଦି କୌଣସି ବି ମହିଳା ନିଜର ମଥାରୁ ବିନ୍ଦି କାଢି କି ଅନ୍ୟ ଏକ ମହିଳାଙ୍କୁ ଦେବା ଅଶୁଭ ମନା ଯାଇଥାଏ । ଏଥିରେ ଆପଣଙ୍କର ବହୁତ ଅଶୁଭ ହୋଇଥାଏ ଏବଂ ଆପଣଙ୍କ ସ୍ୱାମୀଙ୍କ ଉପରକୁ ସଙ୍କଟ ମାଡି ଆସିଥାଏ । ତେଣୁ ଆପଣଙ୍କ ମଥାରୁ ବିନ୍ଦି କାଢ଼ିକି କେବେ ହେଲେ କାହାରିକୁ ଦିଅନ୍ତୁ ନାହିଁ ।

ଚତୁର୍ଥ ରେ ହେଉଛି ଚୁଡି ଓ ପାଉଁଜି ବିବାହିତ ମହିଳା ମାନେ ହାତରେ ଚୁଡି ଏବଂ ପାଦରେ ପାଉଁଜି ପିନ୍ଧିବା ଶୁଭ ହୋଇଥାଏ । କିନ୍ତୁ ବେଳେବେଳେ କିଛି ମହିଳା ମାନେ ନିଜର ଶାଢ଼ୀର ରଙ୍ଗକୁ ମ୍ୟାଚ କରିଲା ଭଳି ଚୁଡି ଅନ୍ୟ ମାନଙ୍କ ଠାରୁ ମାଗିକରି ଆଣି ପିନ୍ଧି ଥାନ୍ତି । ଯଦି କେହି ବିବାହିତ ମହିଳା ଆପଣଙ୍କୁ ଚୁଡି କି ପାଉଁଜି ମାଗନ୍ତି ତେବେ କେବେ ହେଲେ ଦିଅନ୍ତୁ ନାହିଁ । ଏହା ଦ୍ୱାରା ଆପଣମାନଙ୍କ ପ୍ରତି ସ୍ୱାମୀଙ୍କର ଭଲ ପାଇବା କମିଯାଇଥାଏ ଏବଂ ବୈବାହିକ ସମ୍ପର୍କ ମଧ୍ୟ ଖରାପ ହୋଇଥାଏ । ତେବେ ବନ୍ଧୁଗଣ କେବେହେଲେ ବିବାହିତ ମହିଳା ମାନେ ଏହି ଚାରୋଟି ଜିନିଷ ଅନ୍ୟ ମହିଳା ମାନଙ୍କ ସହିତ ଶେୟାର କରିବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *