10

ମକର ରାଶି 2022 ମାର୍ଚ୍ଚ ମାସରେ 5ଟି ବଡ଼ ଘଟଣା l

RASIPHALA

ବନ୍ଧୁଗଣ ଆଜି ଆମେ ଜାଣିବା ମକର ରାଶିର ମାସିକ ରାଶିଫଳ ବିଷୟରେ ଏହି ମାସିକ ରାଶିଫଳ ଗ୍ରହଙ୍କ ସ୍ଥିତି ଓ ଚଳନ କୁ ନେଇ ଆଧାରିତ । ଏହି ଗ୍ରହଙ୍କ ଚଳନ ଆମର ଜୀବନରେ ବହୁତ ପ୍ରଭାବ ପକାଇ ଥାଏ । ଯେମିତିକି ବୈବାହିକ ଜୀବନ, ଚାକିରୀ, ବ୍ୟବସାୟ, ପାରିବାରିକ ଇତ୍ୟାଦି ରେ ଅନେକ ପ୍ରଭାବ ପକାଇଥାଏ ।
ବନ୍ଧୁଗଣ ଏହି ରାଶି ପାଇଁ ୨୦୨୨ ମସିହାର ମାର୍ଚ୍ଚ ମାସଟି ବହୁତ ଅନୁକୂଳ ରହିବ ।

ଶନି ଦେବଙ୍କର ଦଶମ ଭାଗରେ ପୂର୍ଣ୍ଣ ଦୃଷ୍ଟି ଚାକିରୀ କ୍ଷେତ୍ରରେ ପଦଉନ୍ନତି ର ଯୋଗ ଉତ୍ପନ କରିବ ଏହା ବ୍ୟତୀତ ପଞ୍ଚମ ଭାଗରେ ରାହୁଙ୍କ ଉପସ୍ଥିତ ବିଦ୍ୟାର୍ଥୀ ଓ ଛାତ୍ର ଛାତ୍ରୀମାନଙ୍କୁ ଶିକ୍ଷା କ୍ଷେତ୍ରରେ ଉତ୍ତମ ଯୋଗ ଉତ୍ପନ୍ନ କରିବ କିନ୍ତୁ ଛାତ୍ର ଛାତ୍ରୀ ମାନେ ମନୋରଂଜ ରେ ଅଧିକ ବ୍ୟସ୍ତ ରହିବେ । ସେଥିପାଇଁ ଶିକ୍ଷା କ୍ଷେତ୍ରରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବାର ଦୃଷ୍ଟି ରହିବା ଉଚିତ । କ୍ୟାରିଅର ଦୃଷ୍ଟିରୁ ମାସଟି ସଫଳତା ଦାୟକ ସୃଷ୍ଟି ହେବ । କାହିଁକି ନା ପଞ୍ଚମ ଓ ଦଶମ ଭାଗର ସ୍ୱାମୀ ଶୁକ୍ର ପଞ୍ଚମ ଭାଗର ଶନି ଓ ମଙ୍ଗଳ ଙ୍କ ସହିତ ଜ୍ୟୋତି କରିବେ । ଯାହାର ସକାତ୍ମକ ଶକ୍ତି ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ଦେଖିବାକୁ ମିଳିବ ।

rasi4
କାର୍ଯ୍ୟ କ୍ଷେତ୍ରରେ ପୂର୍ବରୁ ଆସୁଥିବା ଅବରୋଧ ଦୂର ହେବାକୁ ଲାଗିବ । ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟ ର ପ୍ରସଂଶା କରିବେ ଏବଂ ରୋଜଗାର ସନ୍ଧାନ କରୁଥିବା ବ୍ୟକ୍ତିଙ୍କୁ ଉତ୍ତମ ରୋଜଗାର ଅବସର ମିଳିବ । ମାସର ଦ୍ୱିତୀୟାର୍ଦ୍ଧରେ ସୂର୍ଯ୍ୟ ତୃତୀୟ ଭାଗକୁ ଗୋଚର କରି ଭାଗ୍ୟ ସ୍ଥାନରେ ଦୃଷ୍ଟି ରଖିବେ ଯାହାଫଳରେ ସରକାରୀ ଚାକିରୀ ର ବ୍ୟକ୍ତିଙ୍କର ପଦଉନ୍ନତି ମିଳିବ । କୌଣସି ନୂଆ ବ୍ୟବସାୟରେ ମଧ୍ୟ ପ୍ରାରମ୍ଭ କରିପାରନ୍ତି । ତଥା ବବ୍ୟସାୟ କ୍ଷେତ୍ରରେ ମଧ୍ୟ ଅପେକ୍ଷିକ ସଫଳତା ପ୍ରାପ୍ତି ହେବ । ଏବଂ ଅପେକ୍ଷିକ ସ୍ଥିତି ଦୃଷ୍ଟିରୁ ମାସଟି ଲାଭ ଦାୟକ ସୃଷ୍ଟି ହେବ ।

ତୃତୀୟ ଭାଗରେ ବୃହସ୍ପତି ଙ୍କ ସହିତ ସୂର୍ଯ୍ୟ ଏବଂ ବୁଧ ଙ୍କ ସହିତ ଜ୍ୟୋତି ହେବ ଯାହାକି ଆପଣଙ୍କୁ ଧନ ସମ୍ବନ୍ଧିତ ଲାଭ ପ୍ରଦାନ କରିବ । ଆପଣଙ୍କ ଆୟର ସ୍ରୋତରେ ବୃଦ୍ଧି ଘଟିବ ଏବଂ ପୂର୍ବରୁ ଫସିରହିଥିବା ଧନ ପ୍ରାପ୍ତି ହେବ । ଏହି ସମୟରେ ଆପଣଙ୍କ ଆର୍ଥିକ ସ୍ଥିତି ଆହୁରି ମଜବୁତ ହେବାକୁ ଲାଗିବ । ଆପଣଙ୍କ ସଞ୍ଚିତ ଧନରେ ମଧ୍ୟ ବୃଦ୍ଧିର ସମ୍ଭାବମା ରହିଛି ।

rasi1
ସେହିପରି ପ୍ରେମ ଜୀବନ ଦୃଷ୍ଟିରୁ ମାସଟି ସାମାନ୍ୟ ରହିବ ରାହୁଙ୍କ ପଞ୍ଚମ ଭାଗରେ ଉପସ୍ଥିତ କାରଣରୁ ମନୋମାଳିନ୍ୟ ର ସ୍ଥିତି ଉପୁଜୀବ ଏବଂ କୌଣସି କଥାକୁ ନେଇ ପରସ୍ପର ମଧ୍ୟରେ ଦୂରତ୍ୱ ବୃଦ୍ଧି ପାଇବ । ପଞ୍ଚମ ଭାଗର ସ୍ୱାମୀ ଶୁକ୍ରଙ୍କ ପ୍ରଥମ ଭାଗରେ ଶନିଙ୍କ ସହିତ ଜ୍ୟୋତି ହେବାରୁ ଆପଣଙ୍କ ଭିତରେ ଅହଙ୍କାର ର ବୃଦ୍ଧି ହେବ । ଯାହାଫଳରେ ପ୍ରେମୀଙ୍କ ସହିତ ସାମଞ୍ଜସ୍ୟ ବଜାୟ ରଖିବା କଷ୍ଟକର ହେବ । କିନ୍ତୁ ବୈବାହିକ ଜୀବନ ସୁଖମୟ ହେବ ।

ଜୀବନ ସାଥୀଙ୍କ ସହିତ ପୂର୍ବରୁ ଥିବା ମନୋମାଳିନ୍ୟ ଦୁରହେବାକୁ ଲାଗିବ ଏବଂ ଜୀବନ ସାଥୀଙ୍କ ପୂର୍ଣ୍ଣ ସହଯୋଗ ପ୍ରାପ୍ତି ହେବ ତଥା କୌଣସି ଧାର୍ମିକ ଯାତ୍ରାର ମଧ୍ୟ ରୂପରେଖା ପ୍ରସ୍ତୁତ କରିବେ । ପାରିବାରିକ, ବ୍ୟବସାୟ, ଧନ ସମ୍ପତ୍ତି କ୍ଷେତ୍ରରେ ଏହି ମାସଟି ମକର ରାଶିର ବ୍ୟକ୍ତି ମାନଙ୍କ ପାଇଁ ଉତ୍ତମ ଓ ଅନୁକୁଳ ରହିବ ।

Leave a Reply

Your email address will not be published. Required fields are marked *