11

ସକାଳୁ ଉଠିବା ମାତ୍ରେ ଦେଖନ୍ତୁ ଏହି ଜିନିଷ ଯାହା ବି ଇଚ୍ଛା ଥିବା ମାଗିବା ପୁର୍ବରୁ ହେବ ପୁରଣ |

NEWS

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ସକାଳୁ ଉଠିବା ମାତ୍ରେ ଏହି ସବୁ କାର୍ଯ୍ୟ କରିବା ଦ୍ୱାରା ଦୂର ହୋଇଥାଏ ଦରିଦ୍ରତା । ଭଗବାନ ଶ୍ରୀକୃଷ୍ଣ ମଣିଷର କଲ୍ୟାଣ ପାଇଁ ଗୀତା ମାଧ୍ୟମରେ ବହୁତ ଗୁଡିଏ ମହତ୍ୱପୂର୍ଣ୍ଣ ଉପଦେଶ ଦେଇଛନ୍ତି । ଭାଗବତ ଗୀତା ସମଗ୍ର ସଂସାରର ସର୍ବଶ୍ରେଷ୍ଟ ଗ୍ରନ୍ଥ ଅଟେ ।ସବୁ ବେଦ ଓ ପୁରାଣ ଠାରୁ ଏହା ମହାନ ଅଟେ । ଏହା ପରମାତ୍ମା ଭଗବାନ କୃଷ୍ଣ ଙ୍କର ବାଣୀ ଅଟେ । ତେଣୁ ପ୍ରତ୍ୟକ ମଣିଷ ଜିନର ଜୀବନର କଲ୍ୟାଣ ପାଇଁ ଭାଗବତ ଗୀତା ଅଧ୍ୟୟନ କରିବା ଅତି ଆବଶ୍ୟକ ଅଟେ ।

ଭଗବାନ ଶ୍ରୀକୃଷ୍ଣ ଦେବୀ ରୁକ୍ମିଣୀ ଙ୍କୁ ଅନେକ ମହତ୍ଵ ପୂର୍ଣ୍ଣ କଥା କହିଛନ୍ତି । ଦେବୀ ରୁକ୍ମିଣୀ ଙ୍କ ମାଧ୍ୟମରେ ଭଗବାନ କେଶବ ଏହି ଜ୍ଞାନ କୁ ସମଗ୍ର ବିଶ୍ୱକୁ ଦେଇଛନ୍ତି । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏହି ପରି ତିନୋଟି ଜ୍ଞାନ ବିଷୟରେ । ଯାହାକୁ ପ୍ରତ୍ୟକ ଦିନ ସକାଳୁ ଉଠି କରିବା ଦ୍ୱାରା ବ୍ୟକ୍ତିର ଜୀବନରୁ ଦୁଃଖ, ଦରିଦ୍ର ଏବଂ ନିରାଶା ଶେଷ ହୋଇଯାଏ ଏବଂ ମା ଲକ୍ଷ୍ମୀ ସଦା ସର୍ବଦା ଏହି ବ୍ୟକ୍ତିର ଜୀବନେ ବାସ କରିଥାନ୍ତି ।

ପରିବାର ର ପରସ୍ପର ମଧ୍ୟରେ ଭଲ ପାଇବା ବଢିଥାଏ ଏବଂ ଘରକୁ ଆସୁଥିବା ସମସ୍ତ ଅସୁବିଧା ଦୂର ହୋଇଥାଏ । ଏହି ତିନୋଟି କାମ ଏତେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଯେ ପ୍ରତ୍ୟକ ମଣିଷ ଏହାକୁ ପ୍ରତି ଦିନ କରିବା ଉଚିତ । ଏହି ବ୍ୟସ୍ତ ବହୁଳ ଜୀବନରେ ମଣିଷ ପିତୃପୁରୁଷ ଙ୍କ ଦ୍ଵାରା ଦିଆ ଯାଇଥିବା ସଂସ୍କାର କୁ ଭୁଲି ଯାଉଛନ୍ତି ଏବଂ ସକାଳେ ଯେଉଁ । ମହତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ଉଚିତ ତାହା କରିବା ବନ୍ଦ କରି ଦିଅନ୍ତି । ବିନା କାରଣ ରେ ଧନ ସମ୍ପତ୍ତି ପାଇବା ଆଶାରେ ଅନୁସରଣ କରିବା ଜାରି ରଖନ୍ତି । ଯେଉଁ କାରଣ ରୁ ସେମାନେ ପାଇଥିବା ସମ୍ପତି ସୁଖ ଏବଂ ଶାନ୍ତି ଦେଇ ନଥାଏ ।

money

ଯଦି କୌଣସି ବ୍ୟକ୍ତି ପ୍ରତ୍ୟକ ଦିନ ସକାଳେ ଏହି କାର୍ଯ୍ୟ କରନ୍ତି ତେବେ ତାଙ୍କୁ ଧନ ସମ୍ପତ୍ତି ପ୍ରାପ୍ତି ହେବା ସହିତ ସୁଖ, ଶାନ୍ତି ଏବଂ ସମୃଦ୍ଧି ସହିତ ଆଧ୍ୟାତ୍ମିକ ଶାନ୍ତି ର ମଧ୍ୟ ପ୍ରାପ୍ତି ହୋଇଥାଏ ।ଏହା ସହିତ ଇଶ୍ୱରଙ୍କ ଆଶୀର୍ବାଦ ସଦା ସର୍ବଦା ସେମାନଙ୍କ ମସ୍ତକରେ ରହିଥାଏ । ତେଣୁ ଭଗବାନ ଶ୍ରୀକୃଷ୍ଣ କରିଛନ୍ତି ପ୍ରତ୍ୟକ ଦିନ ସକାଳେ ଏହି ତିନୋଟି କାର୍ଯ୍ୟ ନିଶ୍ଚିତ ରୂପେ କରନ୍ତୁ । ସେଥିପାଇଁ ଆସନ୍ତୁ ଜାଣିବା ପ୍ରତ୍ୟକ ଦିନ ସକାଳେ କଣ କରିବ ଉଚିତ ଏବଂ କଣ କରିବା ଉଚିତ ନୁହେଁ :-

ପ୍ରଥମ କଥା ସକାଳୁ ଉଠିବା ମାତ୍ରେ, ଦୁଷ୍ଟ ଏବଂ ଦୁର୍ଜନା ବ୍ୟକ୍ତିକୁ ଦେଖିବା ଉଚିତ ନୁହେଁ । ଦୁଷ୍ଟ, ଦୁର୍ଜନା, ଚରିତ୍ରହୀନ ଏବଂ କଳହ ବ୍ୟକ୍ତି ଙ୍କୁ ଦେଖିଲେ ସକାଳୁ ନକାରାତ୍ମକ ଶକ୍ତି ବଢି ଥାଏ ଓ ତାହା ସହିତ କୌଣସି ଚରିତ୍ର ହୀନ ବ୍ୟକ୍ତି ଙ୍କୁ ଦେଖିବା ଉଚିତ ନୁହେଁ । ଚରିତ୍ର ହୀନ ଲୋକଙ୍କୁ ଦେଖିଲେ ମଣିଷ କାମ ଓ ବାସନାର ଚିନ୍ତାରେ ଜଳିବାକୁ ଲାଗେ ।
ଦ୍ୱିତୀୟ କଥା ସକାଳୁ ଉଠିବା ମାତ୍ରେ ଜଣେ ମଣିଷ କେବେ ବି ଅଶୁଭ କଥା କହିବା ଉଚିତ ନୁହେଁ କିମ୍ବା ଅପବ୍ୟବହାର କରିବା ଉଚିତ ନୁହେଁ ଏବଂ ସ୍ନାନ ନ କରି ଭଗବାନ ଙ୍କ ପୂଜା ସ୍ଥଳକୁ ଯିବା ଉଚିତ ନୁହେଁ । ସ୍ନାନ କରି ସେହି ସ୍ଥାନ କୁ ଯିବା ଉଚିତ ।

mony
ମନୁଷ୍ୟ ସକାଳୁ ଉଠି ନିଜର ମୁହଁ ନ ଧୋଇ ଆଇନା ରେ ଦେଖିବା ଉଚିତ ନୁହେଁ । ବାସ୍ତୁ ଶାସ୍ତ୍ର ଅନୁସାରେ ମନୁଷ୍ୟ ର ଜୀବନରେ ଅନେକ ସମସ୍ୟା ଆସିପାରେ । ଯେମିତିକି ଘରେ ଝଗଡା ହେବା, ଘରେ ବେମାରରେ ପଡିବା, ଟଙ୍କାର ସମସ୍ୟା ଦେଖା ଦେବା ଏମିତି ଅନେକ ସମସ୍ୟା ଆସିପାରେ। ସକାଳୁ ଉଠି ମନୁଷ୍ୟ ନିଜର ଛାଇ କୁ ଦେଖିବା ମଧ୍ୟ ଉଚିତ ନୁହେଁ, ଛାୟା ଦ୍ଵନ୍ଦ ସୃଷ୍ଟି କରିବା ସହିତ ଦୁର୍ଭାଗ୍ୟ କୁ ଆମନ୍ତ୍ରଣ କରେ ।

ଏବେ ଚାଲନ୍ତୁ ଜାଣିବା କେଉଁ ତିନୋଟି ଜିନିଷ ସକାଳୁ ଉଠି କରିବା ଦ୍ୱାରା ମଣିଷ ଧନୀ ଏବଂ ଭଗ୍ୟ ଶାଳୀ ହୋଇଥାଏ । ମନୁଷ୍ୟ ସକାଳୁ ଉଠି ନିଜର ହାତ ପାପୁଲି କୁ ଦର୍ଶନ କରିବା ଉଚିତ ହୋଇଥାଏ । ହାତ ପାପୁଲି ର ଅଗ୍ରଭାଗରେ ମାତା ଲକ୍ଷ୍ମୀ ଙ୍କର ବାସ ସ୍ଥାନ ରହିଥାଏ । ମଧ୍ୟ ଭାଗରେ ମାତା ସରସ୍ବତୀ ଏବଂ ମୂଳ ଭାଗରେ ଭଗବାନ ଶ୍ରୀକୃଷ୍ଣ ଗୋବିନ୍ଦଙ୍କର ବାସ ରହିଅଛି । ତେଣୁ ସକାଳୁ ଉଠିଲେ ମଣିଷ ଏହି ତିନି ଭଗବାନଙ୍କର ଦର୍ଶନ କରିଲେ ମଣିଷ ଙ୍କର ଭାଗ୍ୟର ଦ୍ୱାର ଖୋଲି ଯାଇଥାଏ ।

ଦ୍ୱିତୀୟ କଥା ହେଉଛି ବୟସ୍କ ବ୍ୟକ୍ତି ଙ୍କ ଆଶୀର୍ବାଦ, ଆଜି କାଲି ର ବ୍ୟକ୍ତି ଙ୍କୁ ବୟସ୍କ ବ୍ୟକ୍ତି ଙ୍କର ପାଦ ଛୁଇଁବା ବା ତାଙ୍କର ଆଶୀର୍ବାଦ ନେବାକୁ ଲଜ୍ୟା ଜନକ ଲାଗିଥାଏ । ଯେଉଁ ବ୍ୟକ୍ତି ମାନେ ସକାଳୁ ଉଠି ତାଙ୍କ ପିତା ମାତା ଏବଂ ବୟସ୍କ ବ୍ୟକ୍ତି ମାନଙ୍କର ପାଦଛୁଇଁ ବା ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରି ନିଜ ଦିନ ଆରମ୍ଭ କରନ୍ତି ସେମାନଙ୍କର ଆସୁଥିବା ବିପଦ ଟଳି ଯାଏ ଏବଂ ସୁଖ ସମୃଦ୍ଧି ସହିତ ଧନର ପ୍ରାପ୍ତି ମଧ୍ୟ ହୋଇଥାଏ ଓ ସେମାନେ ସଫଳତା ମଧ୍ୟ ପାଇଥାନ୍ତି ।

ତୃତୀୟ କଥା ହେଉଛି କ୍ଷେତ ଜମି, ଯଦି ପୁରୁଣା କଥା ଦେଖିବା ତେବେ ହେଉଛି କ୍ଷେତରେ ହୋଇଥିବା ସବୁଜ ଫସଲ ଏବଂ କ୍ଷେତରେ ହୋଇଥିବା ଫସଲକୁ ଦେଖୁଛନ୍ତି ତେବେ ଆପଙ୍କୁ ସଫଳତା ନିଶ୍ଚିତ ମିଳିବ ତା ସହିତ ସକାଳୁ ଉଠି ଯଦି ଗାଈର ଦର୍ଶନ କରୁଛନ୍ତି ତେବେ ତାହା ଅତ୍ୟନ୍ତ ଶୁଭ ଅଟେ । ଏହା କରିବା ଦ୍ୱାରା ଆପଣଙ୍କ ଜୀବନରେ ସମସ୍ତ ଇଛା, ମନୋକାମନା,ସୁଖ, ସମୃଦ୍ଧି, ଏବଂ ଧନର ପ୍ରାପ୍ତି ମଧ୍ୟ ହୋଇଥାଏ ।

Leave a Reply

Your email address will not be published. Required fields are marked *