1

ଏମିତି ଘଟୁଛି କି – ଭଗବାନ ଦେଉଛନ୍ତି ଏହି ସଂକେତ |

NEWS

ଆପଣ ଜାଣନ୍ତି ସମୟ ଏକ ଚକ୍ର ଯେପରି ଦିନ ପରେ ରାତି ଆସିଥାଏ ସେହିପରି ମନୁଷ୍ୟ ଜୀବନରେ ଦୁଃଖ ପରେ ସୁଖ ନିଶ୍ଚିତ ଆସିଥାଏ । ଭାଗ୍ୟରେ ଥିବା କିମ୍ବା ସମୟ ଆସିବା ପୂର୍ବରୁ ନା କିଛି ମିଳିଥାଏ ନା କିଛି ମିଳିବ ମଧ୍ୟ ଅର୍ଥାତ ଗୋଟେ ମନୁଷ୍ୟ ର ଭାଗ୍ୟରେ ଯାହା ରହିଥାଏ ତାହା ସେତିକି ଏବଂ ସମୟ ଆସିବା ପରେ ହିଁ ମିଳିଥାଏ । ସମୟ ମଣିଷ ଜୀବନରେ ଗୋଟେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ଆଜି ଯଦି ଆପଣଙ୍କ ଜୀବନରେ ଦୁଃଖ କଷ୍ଟ ଭରି ହୋଇ ରହିଅଛି ତେବେ କାଲି ଆପଣଙ୍କ ଜୀବନରେ ସୁଖ ନିଶ୍ଚିତ ଆସିବ । ସମୟ ର ଚକ୍ର ବା ଦୁଃଖ ସୁଖର ଚକ୍ର ଏପରି ହିଁ ଚାଲିଥାଏ । ଯେପରି ଦୁଃଖ ର ସମୟ ବେସି ଦିନ ରହିନଥାଏ, ସେହିପରି ଆପଣଙ୍କର ସୁଖର ସମୟ ମଧ୍ୟ୍ୟ ବେଶି ଦିନ ରୁହେ ନାହିଁ ଯେଉଁ ମନୁଷ୍ୟର ଜୀବନରେ ସୁଖ ଦୁଃଖ ମିସିକି ଚାଲି ଅଛି ସେ ଜୀବନରେ ପ୍ରତ୍ୟକ ସୁଖ ପାଇଥାଏ ।

ଆମ ଶାସ୍ତ୍ର ବା ପୌରାଣିକ ରେ ଏହି ସୁଖ ଦୁଃଖ ବିଷୟରେ ଅନେକ କଥା ବର୍ଣ୍ଣିତ ରହି ଅଛି । ସୁଖ ସମୟ ଆସିବା ପୂର୍ବରୁ ଏପରି କିଛି ସଂକେତ ଦ୍ୱାରା ସମୟ ଆପଣଙ୍କୁ ଜଣେଇ ଦେଇଥାଏ । ସେହିପରି କିଛି ଅଶୁଭ ଘଟଣା ଘଟିବା ପୂର୍ବରୁ ସମୟ ବି ଆପଣଙ୍କୁ ଜଣେଇ ଦେଇଥାଏ । ତେବେ ଚାଲନ୍ତୁ ଜାଣିବା ଆପଣଙ୍କର ଆଗକୁ ଆସୁଥିବା ସମୟ ଶୁଭ ନା ଅଶୁଭ ଅଟେ ।

laxmi
କେବେ କେବେ ଅଧିକ ରାତି ଯାଏ ବା ବିନା କାରଣ ରେ ନିଦ ଆସିନଥାଏ । ଏହି ଛୋଟ ଜିନିଷ ଟି ଆପଣଙ୍କର ଥିବା ବହୁତ ବଡ଼ ଇଛା ବା ସ୍ବପ୍ନ ପୁରଣ କରିବାର ସଂକେତ ଦେଇଥାଏ । ସକାଳର ନିଦ ଯଦି ମନ ସତେଜ ଏବଂ ସକାରାତ୍ମକ ଭାବନା ସହିତ ଯଦି ଭାଙ୍ଗିଥାଏ ତେବେ ଏହା ଏକ ଶୁଭ ସଂକେତ ହୋଇଥାଏ । ଆପଣ ଜାଣିନୀୟନ୍ତୁ କି ସେହି ଦିନ ଆପଣଙ୍କ ପାଇଁ ଶୁଭ ହୋଇଥାଏ । ଜୀବନରେ ଚାଲୁଥିବା କୌଣସି ଗୋଟିଏ ବଡ ସମସ୍ୟାର ସମାଧାନ ଏହି ଦିନ ହୋଇପାରେ ।

ଏହା ସହିତ ସକାଳୁ ଉଠିବା ମାତ୍ରେ କାଉ କିମ୍ବା କୋଇଲିର ରାବ ଶୁଣିବା ଦିନକୁ ଶୁଭ କରାଇ ଥାଏ । ଘରୁ ବାହାରିବା ସମୟରେ ଜଳ ପୂର୍ଣ୍ଣ ବାଲ୍ଟି ଦେଖିବା କାର୍ଯ୍ୟ ରେ ସଫଳତା ବା ଉନ୍ନତି ର ବାଟ ଖୋଲିଥାଏ । ଏବଂ ଅନ୍ୟ ପଟେ ପାଣି ବାଲ୍ଟିରୁ ପାଣି ବହରୁଥିବାର ଦୃଶ୍ୟ ଦେଖିଲେ ଏହା ଅଶୁଭ ହୋଇଥାଏ । ଏହା ଦ୍ୱାରା କାର୍ଯ୍ୟରେ ବାଧା ଏବଂ ଯାତ୍ରା ତ୍ରୁଟି ଭଳି ଅନେକ ଗୁଡିଏ ଅଶୁଭ ହୋଇଥାଏ ।

ମହିଳା ଙ୍କର ବାମ ଭାଗ ଏବଂ ପୁରୁଷ ଙ୍କର ଡାହାଣ ଭାଗର ଗୋଡ, ହାତ, ଏବଂ ଆଖି ଡେଇଁ ବାର ଅର୍ଥ ଶୁଭ ସମୟ ଆସିବାର ଅର୍ଥାତ ଘରକୁ ଧନ, ମାନସଂମାନ, ଆଦି ଆସିବାର ଶୁଭ ସଂକେତ ଦେଇଥାଏ । ଘର ମଧ୍ୟରେ ଯେତେ ଧ୍ୟାନ ରଖିବା ପରେ ମଧ୍ୟ କ୍ଷୀର ଉତୁରିଯିବା ଏକ ଶୁଭ ସଙ୍କେତ ହୋଇଥାଏ । ଏହା ଦ୍ୱାରା ଘରକୁ କିଛି ମୂଲ୍ୟବାନ ବସ୍ତୁ ଆସିପାରେ ।

laxmi1

ଘର ମଧ୍ୟରେ ରହୁଥିବା ଝିଟିପିଟିଙ୍କର ଝଗଡା ଘର ପାଇଁ ଅଶୁଭ ହୋଇଥାଏ । କିନ୍ତୁ, ସେହି ଝିଟିପିଟି ଯଦି ଅପଣାନଙ୍କ ଡାହାଣ କାନ୍ଦ ରେ ଖସି ପଡେ ତେବେ ଏହା ଏକ ଶୁଭ ସଂକେତ ଅଟେ ଆପଣଙ୍କ ବାଣିଜ୍ୟରେ ବ୍ୟବସାୟରେ ଲାଭ ଏବଂ ଦୂର ଯାତ୍ରା ଭଳି ଶୁଭ ଖବର ମିଳିଥାଏ । ଡାହାଣ ହାତର ପାପୁଲି ମଧ୍ୟ କୁଣ୍ଡେଇ ହବା ଧନ ଆସିବାର ଶୁଭ ସନଙ୍କେତ ହୋଇଥାଏ ।

ସକାଳର ନିଦ ଯଦି ସକାଳର ନିଦ କୌଣସି ଅଶୁଭ ସ୍ୱପ୍ନରେ ଭାଙ୍ଗି ଥାଏ ତେବେ ସେହି ଦିନ କୌଣସି ଶୁଭ କାର୍ଯ୍ୟ ହୋଇପାରିନଥାଏ । ଆପଣ ଦୂର ଯାତ୍ରା କରିବା ସମୟରେ ଯଦି ବିଲେଇ ଆପଣଙ୍କ ଆଖି ସହିତ ଆଖି ମିଶାଇ ବିକତାଳିଆ ରାବ ବୋବାଇଥାଏ ତେବେ ସେହି ଯାତ୍ରାରେ ଆପଣଙ୍କର ଅମଙ୍ଗଳ ହୋଇଥାଏ । ଅନ୍ୟ ପଟେ ଆପଣ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଯଦି ଆପଣ ଦେଖନ୍ତି ବିଲେଇ ତାର ଛୁଆ ସହିତ ଖେଳୁଥାଏ ତେବେ ଏହା ଆପଣଙ୍କ ପାଇଁ ଶୁଭ ହୋଇଥାଏ ।

ଆପଣଙ୍କ ଘର ବାହାରେ ଯଦି ଗାଈ ବା ଗୋମାତା ଆସି ଅପଣଙ୍କ ଘର ବାହାରେ ଆସି ଖାଇବା ପାଇଁ ଛିଡା ହୁଅନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଘରର ସ୍ଥିତି ବଦଳିବାକୁ ଯାଉଛି । ଘର ର ଉନ୍ନତି ମାର୍ଗ ସହିତ ଘରେ ଧନ ବୃଦ୍ଧିର ସଂକେତ ଦେଇଥାଏ । ଘରେ ଚାଲି ଯାଉଥିବା ସମୟରେ ଆପଣଙ୍କ ଅଜାଣତରେ ଯଦି ଘରର ଦୁଆର ବନ୍ଧରେ ଆପଣଙ୍କ କାନ୍ଧ ମାଡ ହୁଏ ତେବେ ଆପଣଙ୍କ ଘରର ଆର୍ଥିକ ସ୍ଥିତି ବିଗିଡିବାକୁ ଯାଉଛି । ପ୍ରତ୍ୟେକ ମଣିଷଙ୍କ ଜୀବନରେ ଦୁଃଖ ପରେ ସୁଖ ନିଶ୍ଚିତ ରହିଥାଏ ଏହି ସବୁ ଛୋଟ ଛୋଟ ସଂକେତ ଆପଣଙ୍କୁ କେବଳ ପୂର୍ବରୁ ସୂଚନା ଦେଇଥାଏ । ଭାଗ୍ୟରେ ରହିଥିବା ଘଟଣା ଶୁଭ ଏବଂ ଅଶୁଭର ଘଟଣା ଆପଣଙ୍କୁ ହିଁ କାଟିବାକୁ ପଡିଥାଏ । ତେଣୁ ଭଗବାନ ଙ୍କ ଉପରେ ବିଶ୍ୱାସ ଏବଂ ଭରସା ରଖି ଆଗକୁ ବଢି ଚାଲନ୍ତୁ ।

Leave a Reply

Your email address will not be published. Required fields are marked *