ବନ୍ଧୁଗଣ ପୂଜା ପାଠରେ ଫୁଲର ଏକ ଅଲଗା ମହତ୍ୱ ରହିଥାଏ । କେଉଁ ଭଗବାନ ଙ୍କର ପାଖରେ କେଉଁ ଫୁଲ ଚଢାଇଲେ ସେ ପସନ୍ନ ହୋଇଥାନ୍ତି ଏହି ବିଷୟରେ ନିହାତି ଜାଣିବା ଆବଶ୍ୟକ । ବନ୍ଧୁଗଣ ସେହି ଫୁଲ ମଧ୍ୟରୁ ଆଜି ଆମେ ଜାଣିବା ଅତି ଦୁଲ୍ଲଭ ଫୁଲ ମନ୍ଦାର ଫୁଲ ବିଷୟରେ । ଯାହାର ଅନ୍ୟ ନାମ ହେଉଛି ପାରିଜାତ ଫୁଲ ଦେବୀଙ୍କର ପୂଜାରେ ନାଲି ରଙ୍ଗ ଫୁଲର ବହୁତ ମହତ୍ଵ ରହିଥାଏ । ଏବଂ ଦେବତାଙ୍କ ପୂଜାରେ ହଳଦୀ ରଙ୍ଗର ଫୁଲକୁ ବହୁତ ଶୁଭ ମାନିଥାନ୍ତି ଏଣୁ ଆମେ ଆଜି ଆଲୋଚନା କରିବା ମନ୍ଦାର ଫୁଲର କିଛି ଚମତ୍କାରି ଗୁଣ ବିଷୟରେ କହିବାକୁ ଯାଉଅଛୁ । ଏହି ମନ୍ଦାର ଫୁଲ ଦ୍ୱାରା କିପରି ଦରିଦ୍ରତା ଦୁରକରି ମଣିଷକୁ ଧନୀ କରାଯାଇଥାଏ । ଏହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।
ବନ୍ଧୁଗଣ ମା ଲକ୍ଷ୍ମୀ ବା ମା ଦୁର୍ଗା ଙ୍କୁ ଏହି ମନ୍ଦାର ଫୁଲ ଅତ୍ୟନ୍ତ ପ୍ରିୟ ହୋଇଥାଏ । ଏହା ସହିତ ହନୁମାନଙ୍କର ମଧ୍ୟ ମନ୍ଦାର ଫୁଲ ଅତି ପ୍ରିୟ ହୋଇଥାଏ କାହିଁକି ନା ହନୁମାନ ଲାଲ ରଙ୍ଗ ପ୍ରତି ଆକୃଷ୍ଟ ଅଟନ୍ତି । ମଙ୍ଗଳ ବାର ଦିନ ହନୁମାନଙ୍କୁ କିମ୍ବା ଦେବୀ ନବଦୁର୍ଗାଙ୍କୁ ଏହି ମନ୍ଦାର ଫୁଲ ଅର୍ପଣ କରନ୍ତୁ । ଏବଂ ଶୁକ୍ରବାର ବାର ଦିନ ମା ଲକ୍ଷ୍ମୀଙ୍କ ସ୍ୱରୂପ ମା ସନ୍ତୋଷି ଙ୍କୁ ନଅଟି କିମ୍ବା ଏଗାରଟି କିମ୍ବା ଏକୋଇଶି ଟି ମନ୍ଦାର ଫୁଲର ମାଳା ଅର୍ପଣ କରନ୍ତୁ ଦେଖିବେ ସମସ୍ତ ପ୍ରକାରର ମନସ୍କାମନା ପୁରଣ ହୋଇଯାଇଥାଏ । ଏଥିରେ ଗ୍ରହ ପୀଡା ମଧ୍ୟ ପୂରଣ ହୋଇଥାଏ ।
ଯେଉଁମାନେ ନବଦୁର୍ଗା ଏବଂ ସୁର୍ଯ୍ୟନାରାୟଣ ଙ୍କର ଉପାସନା କରିଥାନ୍ତି, ସେମାନଙ୍କ ପାଇଁ ଏହି ମନ୍ଦାର ଫୁଲ ଅତ୍ୟନ୍ତ ଶୁଭ ଦାୟୀ ଅଟେ ଏହା ମାନ୍ୟତା ଅଛି କି ଏହି ମନ୍ଦାର ଫୁଲ ମଧ୍ୟରୁ ଯଦି ଗୋଟିଏ ଲେଖାଏଁ ମନ୍ଦାର ଫୁଲ ପ୍ରତ୍ୟକ ଦିନ ଦେବୀ ନବ ଦୁର୍ଗା ଙ୍କୁ ଅର୍ପଣ କରାଯାଏ ତେବେ ଆପଣ ଦେବୀ ମାତା ଆପଣଙ୍କ ସମସ୍ତ ଶତ୍ରୁଙ୍କୁ ଦମନ କରିଥାନ୍ତି । ଏହି ମନ୍ଦାର ଫୁଲକୁ ଜଳରେ ପକାଇ ସୁର୍ଯ୍ୟ ନାରାୟଣଙ୍କୁ ଅର୍ପଣ କଲେ ଦୀର୍ଘାୟୁ ପ୍ରାପ୍ତ ହୋଇଥାଏ ଏବଂ ସମସ୍ତ ରୋଗ ନାଶ ହୋଇଥାଏ ।
ଘରେ ଥିବା ଫୁଲତୋଡ଼ାରେ କିମ୍ଵା କଳସ ଜୋଡରେ ସର୍ବତ୍ର ରଖିଲେ ଘରେ ସ୍ନେହ ଶ୍ରଦ୍ଧା ଏବଂ ସହାନୁଭୂତି ବଢିଥାଏ ଏବଂ ପରିବାରରେ ଏକତା ଦେଖା ଦେଇଥାଏ ଏବଂ ପରିବାର ର ସମସ୍ତ ସଦସ୍ୟ ମାନେ ମିଳିମିଶି ଚାଲିବାକୁ ପସନ୍ଦ କରିଥାନ୍ତି । ଯଦି ଘରେ ପତି ପତ୍ନୀ ଙ୍କ ମଧ୍ୟରେ ସଦାସର୍ବଦା ଝଗଡା ଲାଗି ରହୁଥାଏ ଏବଂ ଦୁଃଖ ଓ ନୈରାଶରେ ଜୀବନ ବିତୁଥାଏ ତେବେ ମଙ୍ଗଳବାର ଦିନ ହନୁମାନଙ୍କୁ
ଏଗାରଟି ମନ୍ଦାର ଫୁଲ ଅର୍ପଣ କରନ୍ତୁ ତେବେ ଦାମ୍ପତ୍ୟ ଜୀବନରେ ଥିବା ସମସ୍ତ ସମସ୍ୟା ମାନ ଦୂର ହୋଇଯାଏ ଏବଂ ପତି ପତ୍ନୀଙ୍କ ମଧ୍ୟରେ ଥିବା କଲହର ସମାଧାନ ଆପେ ଆପେ ହୋଇଯାଏ ଏବଂ ଜୀବନ ଖୁସି ରେ ବିତିଥାଏ । ପ୍ରତ୍ୟକ ଫୁଲ ଏବଂ ଗଛ ମାନଙ୍କରେ ଦେବୀ ଏବଂ ଦେବତା ମାନଙ୍କର ଶକ୍ତି ସମାହିତ ହୋଇ ରହିଥାଏ । କେବଳ ଏହା ଆମମାନଙ୍କୁ ଜାଣିବାର ଅଛି ତେବେ ବନ୍ଧୁଗଣ ଏହା ଥିଲା ମନ୍ଦାର ଫୁଲକୁ ନେଇ କିଛି ଅତ୍ୟନ୍ତ ଜରୁରୀ କଥା ଯାହାକି ପ୍ରତ୍ୟକ ବ୍ୟକ୍ତିଙ୍କୁ ଜାଣିବା ଦରକାର ।