ଆପଣ ଯେ କୌଣସି ଘର କାମ ଯେପରିକି ରୋଷେଇ କରିବା ଏବଂ ଅନ୍ୟ କିଛି କାରଣ ଦ୍ଵାରା ମଧ୍ୟ ଆପଣଙ୍କ ଚର୍ମ ପୋଡ଼ି ଜଳି ଯାଇଥାଏ । ଚର୍ମରେ ପୋଡିବା ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ ଆସନ୍ତୁ ଜାଣିବା ଏହା ବିଷୟରେ ଏବଂ ଏହାର ଉପଚାର ଓ କେଉଁ କେଉଁ ଉପାୟ ଅବଲମ୍ବନ କରିବା ଦ୍ଵାରା ଆପଣ ପୋଡ଼ିବା ରୁ ବଞ୍ଚି ପାରିବେ ।
ଚର୍ମ ପୋଡ଼ିବା ବିଭିନ୍ନ ପ୍ରକାର ରେ ହୋଇଥାଏ ଯେପରିକି ଏସିଡ ପଡ଼ିବ ଦ୍ଵାରା ଯାହାକୁ କେମିକାଲ ପୋଡ଼ା ବୋଲି ମଧ୍ୟ କୁହାଯାଏ ,
ଏହା ଛଡ଼ା ବିଦ୍ୟୁତ୍ ଜନିତ ଆଘାତରୁ ପୋଡ଼ି ଯିବା ,ଖରା ଦ୍ଵାରା ଚର୍ମ ପୋଡ଼ି ଯିବା ,ଗରମ ପାଣି କିମ୍ବା ଗରମ ତେଲ ଦ୍ଵାରା ଚର୍ମ ପୋଡ଼ି ଯିବା କିମ୍ବା ନିଆଁ ଧାସ ଦ୍ଵାରା ମଧ୍ୟ ଚର୍ମ ପୋଡ଼ି ଯାଇଥାଏ । ଚର୍ମ ପୋଡ଼ିବା କୁ ବିଭିନ୍ନ ତାପ ମାତ୍ରା ରେ ବିଭକ୍ତ କରା ଯାଇଛି ଯେପରିକି ପ୍ରଥମ ଡ଼ିଗ୍ରୀ , ଦ୍ଵିତୀୟ ଡ଼ିଗ୍ରୀ ଏବଂ ତୃତୀୟ ଡ଼ିଗ୍ରୀ ,ଆସନ୍ତୁ ଜାଣିବା ଏମାନଙ୍କ ଭିତରେ ପାର୍ଥକ୍ୟ ।
ପ୍ରଥମ ଡ଼ିଗ୍ରୀ ପୋଡ଼ା ହୋଇଥିଲେ ଆପଣଙ୍କ ଚର୍ମ କେବଳ ନାଲି ଦେଖା ଯିବ ,ଯନ୍ତ୍ରଣା ହେବ ମାତ୍ର କୌଣସି ପ୍ରକାରର ଛାଲ ସୃଷ୍ଟି ହେବା ନାହିଁ । ଏହି ପୋଡ଼ା କମ କ୍ଷତି କାରକ ହୋଇଥାଏ ,ଏହି ପ୍ରକାରର ପୋଡ଼ା ୭ ରୁ ୧୦ ଦିନ ମଧ୍ୟରେ ଭଲ ହୋଇଯାଇଥାଏ । ଏହି ପ୍ରକାରର ପୋଡ଼ା ଥିଲେ ଆପଣ ସଙ୍ଗେ ସଙ୍ଗେ ପାଣିରେ ନିଜର ପୋଡ଼ା ସ୍ଥାନକୁ ବୁଡାଇ ପାରିବେ ,ପୋଡ଼ା ସ୍ଥାନରେ ମଲମ ମାରିବେ ଏବଂ ଆବଶ୍ୟକ ହେଲେ ଡ଼ାକ୍ତରଙ୍କୁ ମଧ୍ୟ ଦେଖାଇ ପାରିବେ ।
ଦ୍ଵିତୀୟ ଡ଼ିଗ୍ରୀ ର ପୋଡ଼ା ରେ ପ୍ରଥମ ଡ଼ିଗ୍ରୀ ପୋଡ଼ା ର ସମସ୍ତ ଲକ୍ଷଣ ଦେଖା ଯିବ ମାତ୍ର ଏଥିରେ ଆପଣଙ୍କ ଚର୍ମ ରେ ଛାଲ ପଡ଼ିଯିବା ଯାହାକି ଅତ୍ୟନ୍ତ କ୍ଷତି କାରକ ହୋଇଥାଏ କାରଣ ଏହି ଛାଲ ଅଂଶ ଫାଟିବା ଦ୍ଵାରା ଏହା ମଧ୍ୟରୁ ବାହାରି ଥିବା ପାଣି କିମ୍ବା ରସ ଦ୍ଵାରା ପୋଡ଼ା ଯାଇଥିବା ଅଂଶ ର ଆଖ ପାଖ ଅଂଶରେ ସଂକ୍ରମଣ ହୋଇ ପାରେ । ଏହି ପୋଡ଼ା ଟି ଭଲ ହେବାକୁ ପ୍ରଥମ ଡ଼ିଗ୍ରୀ ପୋଡ଼ା ଠାରୁ ଅଧିକ ସମୟ ହୋଇଥାଏ ଏବଂ ଏହା ଭଲ ହୋଇ
ସାରିଲା ପାରେ ମଧ୍ୟ ପୋଡ଼ି ଯାଇଥିବା ଅଂଶର ଚର୍ମ ର ରଙ୍ଗ ଆପଣଙ୍କ ସାଧାରଣ ଚର୍ମ ରଙ୍ଗ ଠାରୁ ଭିନ୍ନ ହୋଇଥାଏ ।ତୃତୀୟ ଡ଼ିଗ୍ରୀ ପୋଡ଼ା ବହୁତ ହାନି କାରକ ହୋଇଥାଏ ଏଥିରେ ଆପଣଙ୍କୁ ତୁରନ୍ତ ଡ଼ାକ୍ତର ଖାନା କୁ ଯିବାକୁ ପଡିଥାଏ । ଏହି ପ୍ରକାରର ପୋଡ଼ା ଭଲ ହୋଇ ସାରିଲା ପାରେ ମଧ୍ୟ ଚର୍ମରେ ଦାଗ ରହି ଯାଇଥାଏ । ଯଦି ଏହି ପ୍ରକାର ପୋଡ଼ା ଆପଣଙ୍କ ଗଣ୍ଠି ଥିବା ସ୍ଥାନରେ ହୋଇ ଯାଇଥାଏ ତାହାଲେ ଭଲ ହୋଇ ସାରିବା ପରେ ବି ଆପଣଙ୍କୁ ଯନ୍ତ୍ରଣା ଅନୁଭୂତ ହେବ ।