ବନ୍ଧୁମାନେ ଏମିତି ରେ ଶରୀର ସବୁ ଅଙ୍ଗ ବହୁତ ଗୁରୁତ୍ୱପୂର୍ଣ୍ଣ ।ଯଦି କୌଣସି ଗୋଟେ ଅଙ୍ଗ ରେ ଗଡବଡ ହୁଏ ତାହେଲେ ଦେହ ଖରାପ ହୁଏ। ତା ମଧ୍ୟରୁ କିଡ୍ନୀ ଅନ୍ୟତମ। ଆପଣଙ୍କ ଶରୀରରେ ଯେଉଁ ଅମ୍ଳ ଥିବା ତାକୁ ବାହାର କରିଦିଏ। ରକ୍ତ କୁ ମଧ୍ୟ ସଫା କରେ। ଶରୀରରେ କୋଉ ଅଙ୍ଗରେ କେତେ ରକ୍ତ ର ସନ୍ଧ୍ରତା ରହିବ ତାହା ମଧ୍ୟ ନିର୍ଧାରଣ କରେ। ଶରୀରରେ କେତେ ପରିମାଣ ରେ ପାଣି ରହିବା କଥା ତାହା ମଧ୍ୟ ନିର୍ଦ୍ଧାରଣ କରେ।
ଅଧିକ ଲୁଣ ବ୍ୟବହାର କରିବା – ଏମିତିରେ ତ ଶରୀରକୁ ଲୁଣ ଦରକାର।ହେଲେ ଏହାର ଅଧିକ ଉପଯୋଗ ଦ୍ଵାରା କିଡ୍ନୀ ଉପରେ ପ୍ରଭାବ ପଡେ। ଏହା ଦ୍ୱରା କିଡ୍ନୀର ନେଫ୍ରନ ରେ ମଧ୍ୟ ପ୍ରଭାବ ପଡେ । ତେଣୁ ଗୋଟେ ଦିନରେ ୧୨୦୦ ମିଲିଗ୍ରାମ ରୁ ଅଧିକ ଲୁଣ ବ୍ୟବହାର କରିବା ନାଇ ଜଣେ ସୁସ୍ଥ ବ୍ୟକ୍ତି ପାଇଁ। କଷ୍ଟରୁ ଆରାମ ମିଳୁଥିବା ଔଷଧ – ଲୋକ ମାନଙ୍କ କିଡ୍ନୀକୁ ଖରାପ କରୁଥିବା ସବୁଠାରୁ ବଡ଼ କାରଣ ହଉଛି ଯନ୍ତ୍ରଣା ରୁ ଆରାମ ମିଳୁଥିବା ଔଷଧ । ଏହା ଦ୍ବାରା କିଡ୍ନୀ ତାର କ୍ଷମତା ଧୀରେ ଧୀରେ ହରାଇ ବସେ। ତେଣୁ ଚେଷ୍ଟା କରନ୍ତୁ ଯେମିତି ଯନ୍ତ୍ରଣା ରୁ ମୁକ୍ତି ମିଳୁଥିବା ଔଷଧ ସେବନ କରିବେନି।
ଅସନ୍ତୁଳିତ ଜୀବନ ଶୈଳୀ – ସବୁବେଳେ ନିଜର କାମ ଖାଇବା ପିଇବା ଗାଧେଇବା ଶୋଇବା ଏସବୁ ଠିକ୍ ସମୟରେ କରିବା ଉଚିତ। ଏହା ମଧ୍ୟ ଆମ କିଡ୍ନୀ ଉପରେ ପ୍ରଭାବ ପକାଇବ । ମିଠା ଏକ ବିଷ – ଚିନି ,ମିଠା ଏଗୁଡ଼ା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହାନିକାରକ। ଏହା ଆପଣଙ୍କ ରକ୍ତ ଚାପ କୁ ପ୍ରଭାବ ପକାଏ। ଏହା ଆପଣଙ୍କ କିଡ୍ନୀ, ଯକୃତ ଉପରେ ମଧ୍ୟ ପ୍ରଭାବ ପକାଏ।
ମଦ, ଧୂଆଁ ର ସେବନ। କଫିନ ର ସେବନ – କେତେଲୋକ ଥଣ୍ଡା ନହେଲେ ଚା ନହେଲେ କଫି ର ସେବନ କରୁଛନ୍ତି।ଥଣ୍ଡା ରେ ବହୁତ ମାତ୍ରାରେ କଫିନ ଥାଏ। କଫି ରେ ଥିବା କଫିନ ମଧ୍ୟ ବୃକକ ପାଇଁ ବହୁତ ଖରାପ। କମ ପାଣି ପିଇବା ମଧ୍ୟ କିଡ୍ନୀ ପାଇଁ ବହୁତ ଖରାପ ଅଟେ। ପାଣି ଶରୀର ରୁ ବିସଲ୍ୟ ତତ୍ତ୍ୱ କୁ ବାହାର କରିଦିଏ। ତେଣୁ କାମ ପାଣି ପିଇବା ଦ୍ବାରା କିଡ୍ନୀ ଉପରେ ପ୍ରଭାବ ପକାଏ।
ତେଲ ଯୁକ୍ତ ଖାଦ୍ୟ ମଧ୍ୟ କିଡ୍ନୀ ପାଇଁ ବହୁତ ଖରାପ ଅଟେ। ଏଥିରେ ଥିବା ବିଭିନ୍ନ ପ୍ରକାର ଲୁଣ ଆପଣଙ୍କ ଦେହ ପାଇଁ ବହୁତ ଖରାପ। ରାତି ଅନିଦ୍ରା ହେବା ମଧ୍ୟ କିଡ୍ନୀ ଉପରେ ବହୁତ ପ୍ରଭାବ ପକାଏ। ବ୍ୟାୟାମ ନକରିବା ମଧ୍ୟ ବହୁତ ପ୍ରଭାବ ପକାଏ। ସବୁବେଳେ ବ୍ୟାୟାମ କରିବା ନିହାତି ଦରକାର। ବୃକକ ପାଇଁ ରଙ୍ଗ ବିରଙ୍ଗ ଫଳ ବହୁତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଏହି ସବୁ କାରଣ ରୁ ଦୂରରେ ରୁହନ୍ତୁ ।ନିଜ ଦେହ ପାଇଁ ଯତ୍ନ ନିଅନ୍ତୁ। ତେବେ କିଛି ଅସୁବିଧା ହେଲେ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ତାଙ୍କ ଅନୁସାରେ କାର୍ଯ୍ୟ କରନ୍ତୁ।