ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ । ବନ୍ଧୁଗଣ ଆପଣମାନେ ଶୋଉଥିବା ସେଜ ଉପରେ ବସି ଖାଦ୍ୟ ଖାଉଛନ୍ତି କି….? ତେବେ ପଢନ୍ତୁ କଣ ହେବ ଏହା ଦ୍ୱାରା ଆଧୁନିକ ଯୁଗରେ ଲୋକମାନେ ଆମର ଓଡ଼ିଶାର ସଂସ୍କୃତି କୁ ଭୁଲି ସାରିଲେଣି । ଯାହାର ପ୍ରଭାବ ସେମାନଙ୍କର ଜୀବନ ଉପରେ ପଡୁଛି । ପ୍ରାଚୀନ କାଳର ଲୋକମାନେ ଅଧିକ ସମୃଦ୍ଧି ବା ଅଧିକ ଆୟୁ ପର୍ଯ୍ୟନ୍ତ ବଞ୍ଚି ରହୁଥିଲେ କିନ୍ତୁ ଏବେ ଲୋକମାନଙ୍କର ଆୟୁ ଦିନଙ୍କୁ ଦିନ କମିବାରେ ଲାଗିଛି । ସେତେବେଳେ ଲୋକ ମାନେ ଚଟାଣ ବା ତଳେ ଖାଉଥିଲେ ବା ସେହି ଚଟାଣରେ ଶୋଉଥିଲେ ଯାହା ଫଳରେ ସେମାନଙ୍କର ଶରୀରର ବା ପୃଥିବୀର ଉଜ୍ଜା ର ମିଳନ ହୋଇପାରିଥିଲା । ତେଣୁ ସେମାନେ ଶକ୍ତି ଏବଂ ବିଶାଳୀନ ଥିଲେ ।
ଏବଂ ବାସ୍ତୁ ଶାସ୍ତ୍ର ରେ ଘର ମଧ୍ୟରେ ସକରାତ୍ମକ ବଜାଇ ରଖିବା ପାଇଁ ସୁଖ ସମୃଦ୍ଧି ଆଣିବା ପାଇଁ ବିଶେଷ ମହତ୍ୱପୂର୍ଣ୍ଣ ଉପାୟ କୁହାଯାଏ । କିଛି ଏପରି କାର୍ଯ୍ୟ ମଧ୍ୟ ଅଛି ଯାହା ମଣିଷମାନେ କରିବା ଅନୁଚିତ ବୋଲି କୁହାଯାଇ ଅଛି । ସେହିପରି ଶାସ୍ତ୍ର ଏବଂ ଗ୍ରନ୍ଥ ରେ ଖାଦ୍ୟ ଖାଇବାକୁ କେତୋଟି ନିୟମ କୁହାଯାଇ ଅଛି । ଯାହାକି ଆପଣଙ୍କ ପାଇଁ ଧ୍ୟାନ ରଖିବା ଆବଶ୍ୟକ । ଏହି ସବୁ ନିୟମ ବିଜ୍ଞାନ ରେ ମଧ୍ୟ ସାବ୍ୟସ୍ତ କରାଯାଇଛି । ଯାହାକି ପ୍ରାଚୀନ କାଳରେ ମୁନିଋଷିମାନଙ୍କର ଦ୍ୱାରା କୁହାଯାଇଥିଲା । ଖାଦ୍ୟ ଖାଇବା ଦ୍ୱାରା ଜନ୍ମ କୁଣ୍ଡଳୀରେ ମଧ୍ୟ ଅନେକ ପ୍ରଭାବ ପଡିଥାଏ । ଆଜି ଆମେ ଆପଣଙ୍କ ଜଣେଇବାକୁ ଯାଉଛୁ କି ଯେ ଖାଦ୍ୟ ଖାଇବା ସମୟରେ କେଉଁ କେଉଁ ସବୁ ଜିନିଷରେ ଧ୍ୟାନ ରଖିବା ଆବଶ୍ୟକ । ପ୍ରଥମରେ ଖାଦ୍ୟ ଖାଇବା କକ୍ଷ ବା ଭୋଜନ କରାଯାଉଥିବା କକ୍ଷ ବାସ୍ତୁ ବିଜ୍ଞାନ ଅନୁସାରେ ଗ୍ରହ ବୃହସ୍ପତି ଙ୍କ ସହିତ ତୁଳନା କରାଯାଇଛି ।
ପ୍ରାଚୀନ କାଳରେ ରାଜା ମହାରାଜାଙ୍କ ଭୋଜନ କକ୍ଷ ଏହି କଥାକୁ ଧ୍ୟାନ ରଖି ନିର୍ମାଣ ଯାଉଥିଲା । ଭୋଜନ କକ୍ଷ କୁ କଦାପି ସ୍ନାନ ଘର ଉପରେ ବା ସ୍ନାନ ଘରର ତଳେ କରିବା ଅନୁଚିତ । ଏହା ସହିତ ଭୋଜନ କକ୍ଷ ବା ସ୍ନାନ କକ୍ଷ କୁ ସାମ୍ନା ସାମ୍ନି ରଖିବା ଅନୁଚିତ ବୋଲି କୁହାଯାଏ । ଏହା ସହିତ ଭୋଜନ ଗ୍ରହଣ କରିବା ସମୟରେ ଦିଗ ଗୁଡିକ ଉପରେ ବିଶେଷ ଧ୍ୟାନ ରଖିବା ଉଚିତ । ପୂର୍ବ ଏବଂ ଉତ୍ତର ଦିଗକୁ ମୁହଁ କରି ଖାଦ୍ୟ ଗ୍ରହଣ କରିବା ଶୁଭ ହୋଇଥାଏ ।ଏହି ୨ଦିଗକୁ ମୁହଁ କରି ଭୋଜନ କରିବା ଦ୍ୱାରା ମଣିଷର ସ୍ୱାସ୍ଥ ସୁସ୍ଥ ରହିଥାଏ । ଘର ମଧ୍ୟରେ ଦେବା ଦେବୀଙ୍କର ଆଶୀର୍ବାଦ ସଦା ସର୍ବଦା ରହିଥାଏ । ଦକ୍ଷିଣ ଦିଗକୁ ମୁହଁ କରି ଖାଦ୍ୟ ଖାଇଲେ ମନୁଷ୍ୟ କୁ ପିତୃପୁରୁଷଙ୍କର ଆଶୀର୍ବାଦ ପ୍ରାପ୍ତ ହେବା ସହିତ ।
ମାନସଂମାନ ଆଦି ପ୍ରାପ୍ତ ହୋଇଥାଏ । କିନ୍ତୁ ଯେଉଁ ମାନଙ୍କର ମାତା ପିତା ଏବେ ଜୀବିତ ଅଟନ୍ତି ସେମାନେ ପଶ୍ଚିମ ଦିଗକୁ ମୁଖ କରି ଖାଇବା ଅତ୍ୟନ୍ତ ଶୁଭ ଅଟେ । ଧନ ବୃଦ୍ଧି ହେବା ସହିତ ଆପଣଙ୍କର ଉନ୍ନତିର ବାଟ ମଧ୍ୟ ଖୋଲିଥାଏ । ପଶ୍ଚିମ ଏବଂ ଦକ୍ଷିଣ ଦିଗର ମଝିରେ ଥିବା କୋଣକୁ କଦାପି ମୁଖ କରି ଖାଦ୍ୟ ଖାଆନ୍ତୁ ନାହିଁ । ଏହା ଶରୀରରେ ପାଚନ କ୍ରିୟା ରେ ବଧା ସୃଷ୍ଟି କରିବା ସହିତ ଶରୀରରେ ବାସ୍ତୁ ଜନିତ ସମସ୍ୟା ସୃଷ୍ଟି କରିଥାଏ । ଖାଦ୍ୟ ଖାଇବା ପୂର୍ବରୁ ହାତ ଗୋଡ ମୁହଁକୁ ଭଲ ଭାବରେ ଧୋଇ ଓଦା ଗୋଡ଼ରେ ଖାଦ୍ୟ ଖାଇବା ଦ୍ୱାରା ଖାଦ୍ୟ ଭଲ ହଜମ ହେବା ସହିତ ରାଜଯୋଗର ପ୍ରାପ୍ତି ହୋଇଥାଏ । ଜଳ ଆମର ପାଞ୍ଚୋଟି ତତ୍ୱ ମଧ୍ୟରୁ ଗୋଟେ ହୋଇଥାଏ ଯାହାର ସ୍ପର୍ଶ ପ୍ରତ୍ୟକ ଯିବ ଜନ୍ତୁଙ୍କୁ ସ୍ୱଚ୍ଛ କରିଥାଏ ।
ତଳେ ବସି ଖାଇଲେ ଶରୀର ଏବଂ ଉର୍ଜା ର ସଠିକ ମିଳନ ହେବ ଫଳରେ ମନ ଶାନ୍ତ ଏବଂ କ୍ରୋଧ ନାଶ ହୋଇଥାଏ । ଶାସ୍ତ୍ରରେ ମଧ୍ୟ ତଳେ ବସି ଖାଇବା ସର୍ବୋତ୍ତମ ବୋଲି ବର୍ଣିତ ହୋଇଛି । ଯେଉଁମାନଙ୍କୁ ଧନର ଅଭାବ ରହିଛି ସେମାନଙ୍କୁ ପଶ୍ଚିମ ଦିଗକୁ ମୁହଁ କରି ଖାଇବା ସର୍ବୋତ୍ତମ ହୋଇଥାଏ । ଏହି ଦିଗକୁ ମୁହଁ କରିଖଇବା ଦ୍ୱାରା ବ୍ୟକ୍ତି ର ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିଥାଏ । କଦାପି ଭଙ୍ଗା କିମ୍ବା ଚେପା ହୋଇଥିବା ଖାଦ୍ୟ ବାସନରେ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ ।ଏହା ଆପଣଙ୍କର ଦରିଦ୍ରତା ଏବଂ ଅଭାବକୁ ନିମନ୍ତ୍ରଣ କରିଥାଏ । ଶୟନ କକ୍ଷ ର ସେଜ ଉପରେ ବସି କଦାପି ଖାଦ୍ୟ ଖାଆନ୍ତୁ ନାହିଁ କାରଣ ସେହି ସମୟରେ ଶରୀରରୁ ବାହାରୁଥିବା ଉର୍ଜା ପୃଥିବୀର ଉର୍ଜା ସହିତ ସଠିକ ମିଳନ ହୋଇପାରେ ନାହିଁ ।
ଫଳରେ ସେହି ଉର୍ଜା ଆପଣଙ୍କର ଶରୀରରେ ହିଁ ରହିଥାଏ ଫଳରେ ମନର ରାଗ ମାନସିକ ଦୁର୍ବଳତା ବଢ଼ିବାରେ ଲାଗିଥାଏ । ତେଣୁ ସଦା ସର୍ବଦା ତଳେ ବସି ଖାଦ୍ୟ ଗ୍ରହଣ କରନ୍ତୁ । କେତେକ ଲୋକ ଏମିତି ବି ଅଛନ୍ତି ଯେଉଁମାନେ କି ଖାଦ୍ୟ ଖାଇବା ପରେ ସେହି ଅଇଁଠା ଥାଳିରେ ହାତ ଧୋଇଥାନ୍ତି । ଏପରି କରିବା ଦ୍ୱାରା ଆପଣଙ୍କ ଜୀବନରେ ଗ୍ରହ ରାହୁ ଏବଂ କେତୁକୁ ଆମନ୍ତ୍ରିତ କରିଥାଏ ଏବଂ ଜୀବନରେ ଅନେକ ସମସ୍ୟାର ସୃଷ୍ଟି କରିଥାଏ । ଶେଷରେ ଆପଣ ଅଧିକ ଖାଦ୍ୟ ଆଣି ନଷ୍ଟ କରିବା ହେଉଛି ମାତା ଲକ୍ଷ୍ମୀ ଙ୍କୁ ଅପମାନିତ ହୋଇଥାଏ ଯାହା ଦ୍ୱାରା ଆପଣଙ୍କ ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ କରିବାକୁ ପଡିଥାଏ । ତେଣୁ ଖାଇବା ସମୟରେ ଏହି ସବୁ ପ୍ରତି ଦୃଷ୍ଟି ଦୀୟନ୍ତୁ।