କଣ ଆପଣ ଜାଣିଛନ୍ତି କି ଦୁନିଆର ସବୁଠାରୁ ଲମ୍ବା ବ୍ୟକ୍ତି କିଏ ଏହା ମଧ୍ୟ ସତ୍ୟ କି ବର୍ତ୍ତମାନ ଯିଏ ଦୁନିଆର ସବୁଠାରୁ ଲମ୍ବା ବ୍ୟକ୍ତି ଅଛନ୍ତି ତାଙ୍କ ଠାରୁ ବି ଅଧିକ ଲମ୍ବା ବ୍ୟକ୍ତି ଅତୀତରେ ଥିଲେ ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ ।
୧- ବିକାଶ ଉତ୍ପଳ – ୧୯୮୬ ମସିହାରେ ହରିୟାଣା ରେ ବିକାଶ ଜନ୍ମ ଗ୍ରହଣ କରିଥିଲେ ଯିଏ କି ଭାରତର ସବୁଠାରୁ ଲବ ବ୍ୟକ୍ତି ଥିଲେ । ତାଙ୍କର ଉଚ୍ଚତା ୮ ଫୁଟ ୨ ଇଞ୍ଚ ଥିଲା ଯେଉଁଥିପାଇଁ ତାଙ୍କର ମୃତ୍ୟୁ ୨୧ ବର୍ଷ ବୟସରେ ହୋଇ ଯାଇଥିଲା ।
୨- ଡନ କୋହିଲାର – ଡନ ଙ୍କ ଉଚ୍ଚତା ୧୯୭୦ ମସିହାରେ ୮ ଫୁଟ ୨ ଇଞ୍ଚ ଥିଲା ଯିଏ କି ୧୯୭୦ ଦଶକରେ ସବୁଠାରୁ ଉଚ୍ଚ ବ୍ୟକ୍ତି ଭାବେ ଗଣା ଯାଇଥିଲେ। ସେ ୧୯୮୧ ମସିହାରେ ୫୫ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ ।
୩- ବର୍ଣ୍ଣାଡ କୋଏଣ- ଯିଏ କି ଆମେରିକାରେ ଜନ୍ମ ଗ୍ରହଣ କରିଥିଲେ ଏବଂ ତାଙ୍କର ଉଚ୍ଚତା ୮ ଫୁଟ ୨ ଇଞ୍ଚ ଥିଲା । ସେ ପ୍ରଥମ ବିଶ୍ବ ଯୁଦ୍ଧରେ ଆମେରିକା ତରଫରୁ ସୈନିକ ରୂପେ ଯୁଦ୍ଧ କରିଥିଲେ । ୨୩ ବର୍ଷ ବୟସରେ ତାଙ୍କର ଶାରୀରିକ ଅଙ୍ଗ ଗୁଡ଼ିକ ଅକାମୀ ହେବା କାରଣରୁ ସେ ମୃତ୍ୟୁ ବରଣ କରିଥିଲେ ।
୪- ସୁଲତାନ କୋସେନ- ଗିନିଜ ବୁକ୍ ଅଫ ବିଶ୍ଵ ରେକର୍ଡ ପୁସ୍ତକ ଅନୁସାରେ ସୁଲତାନ ହେଉଛନ୍ତି ବର୍ତ୍ତମାନ ସମୟର ଦୁନିଆର ଜୀବିତ ଥିବା ସବୁଠାରୁ ଲମ୍ବା ବ୍ୟକ୍ତି । ସେ ଜଣେ କୃଷକ ଅଟନ୍ତି । ତାଙ୍କର ଉଚ୍ଚତା ହେଉଛି ୮ ଫୁଟ ୩ ଇଞ୍ଚ ।
୫- ଏଦ୍ୱାର୍ଡ ଭିପ୍ରେ – ଯିଏ କି ଏକ ମଲ ଯୋଧ୍ୟା ଥିଲେ ଯାହାଙ୍କୁ ଖେଳ ଇତିହାସର ସବୁଠାରୁ ଲମ୍ବା ବ୍ୟକ୍ତିର ସମ୍ମାନ ପ୍ରାପ୍ତ ହୋଇଅଛି । ତାଙ୍କର ଉଚ୍ଚତା ୮ ଫୁଟ ୩ ଇଞ୍ଚ ଥିଲା ।
୬ – ୱାଇନୋ ଲିନିରେନେ – ଯିଏ କି ଫିନ ଲ୍ୟାଣ୍ଡ ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ଉଚ୍ଚତା ୮ ଫୁଟ ୩ ଇଞ୍ଚ ଥିଲା ।
୭- ଲିୟୋନିଡ ଷ୍ଟେଦନିକ- ଯାହାଙ୍କର ଓଜନ ନିଜର ମୃତ୍ୟୁ ସମୟରେ ୨୦୦ କିଲୋ ଥିଲା ଯିଏ କି ୮ ଫୁଟ ୫ ଇଞ୍ଚ ଉଚ୍ଚ ଥିଲେ । ତାଙ୍କର ମୃତ୍ୟୁ ୪୪ ବର୍ଷ ବୟସରେ ୟୁକ୍ରେନ ରେ ହୋଇଥିଲା ।
୮- ଜନ ଏଫ୍ କ୍ୟାରୋଲ – ଯିଏ କି ୮ ଫୁଟ ସାତ ଇଞ୍ଚ ଉଚ୍ଚତା ବିଶିଷ୍ଟ ବ୍ୟକ୍ତି ଥିଲେ । ସେ ୧୯୬୮ ରେ ମୃତ୍ୟୁ ବରଣ କରିଥିଲେ।
୯- ଜନ ରୋଗାନ – ରୋଗନଙ୍କୁ ଦୁନିଆର ଦ୍ଵିତୀୟ ଉଚ୍ଚ ବ୍ୟକ୍ତି ବୋଲି କୁହାଯାଏ । ଯାହାଙ୍କର ଉଚ୍ଚତା ୮ ଫୁଟ ୭ ଇଞ୍ଚ ଥିଲା ।
୧୦ – ରବର୍ଟ ଏଲାଦୋ- ଯିଏ କି ଆଜି ପର୍ଯ୍ୟନ୍ତ ଦୁନିଆର ସବୁଠାରୁ ଲମ୍ବା ବ୍ୟକ୍ତି ଥିଲେ । ତାଙ୍କର ଉଚ୍ଚତା ୮ ଫୁଟ ୧୧ ଇଞ୍ଚ ଥିଲା। ସେ ୨୨ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ ।