ବହୁତ ଲୋକଙ୍କ ମନରେ ଏହି ପ୍ରଶ୍ନ ଆସିଥାଏ କି ବହି କଣ ପାଇଁ ପଢ଼ିବା ଦରକାର ବହି ପଢ଼ିବା ଦ୍ଵାରା କି ଲାଭ ହୋଇଥାଏ ଯଦି ଆମେ ସେହି ବହିକୁ ମୋବାଇଲ ଫୋନ ରୁ ଭିଡ଼ିଓ ଦେଖି ପଢ଼ି ପାରିବା ତାହାଲେ ଆମେ କଣ ପାଇଁ ବହି ପଢ଼ିବୁ ,ଫୋନ ରୁ ପଢ଼ିବା ଦ୍ଵାରା ସମୟ ବଞ୍ଚିବା ସହ ଏହା ଅଧିକ ମନୋରଞ୍ଜନ ମଧ୍ୟ କରେ । ଆସନ୍ତୁ ଜାଣିବା ବହି ପଢ଼ିବା ଦ୍ଵାରା କି ଉପକାର ହୋଇଥାଏ ।
୧- ନିୟମିତ ଭାବରେ ବହି ପଢ଼ିବା ଦ୍ଵାରା ମସ୍ତିଷ୍କର ସ୍ମରଣ ଶକ୍ତି ବୃଦ୍ଧି ପାଇବା ସହ ଏହା ଏକାଗ୍ରତା ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ବ୍ୟାୟାମ ,ସଙ୍ଗୀତ ଶୁଣିବା ଯେଉଁ ଭଳି ମନକୁ ଫୁର୍ତ୍ତି କରିବାରେ ସାହାଯ୍ୟ କରିଥାଏ ସେହି କାଲି ଭାବରେ ବହି ପଢ଼ିବା ଦ୍ଵାରା ମଗ୍ୟ ମନ୍ ପ୍ରଦୁଲିତ ହେବା ସହ ଏହା କୌଣସି କାର୍ଯ୍ୟ କରିବା ପାଇଁ ଅଧିକ ଆଗ୍ରହ ପ୍ରକାଶ କରିଥାଏ ।
୨- ଏହା ପ୍ରମାଣ ହୋଇଛି କି ବହି ପଢ଼ିବା ହିଁ ସବୁ ସମୟରେ ଚିନ୍ତା ଦୁର କରିବା ପାଇଁ ସହାୟକ ହୋଇଥାଏ । ଯେ କୌଣସି କାରଣରୁ ହେଉ କି କାର୍ଯ୍ୟ ପାଇଁ ହେଉ ଆପଣ ଯେତେ ଚିନ୍ତିତ ଥିଲେ ବି ବହି ପଢ଼ିବା ଦ୍ଵାରା ଏହା ମସ୍ତିଷ୍କ ରୁ ସମସ୍ତ ଚିନ୍ତା ଦୁର କରିଥାଏ ଏବଂ ମନକୁ ନୂତନ ଉତ୍ସାହ ସହ ଭାରି ଦେଇଥାଏ । ଏକ ପରୀକ୍ଷାରୁ ଏହା ମଧ୍ୟ ଜଣା ପଡ଼ିଛି ଯେ ନିୟମିତ ୧୫ ମିନିଟ୍ ବହି ପଢ଼ିବା ଦ୍ଵାରା ମନୁଷ୍ୟ ତାର ସମସ୍ତ ଚିନ୍ତା ଭୁଲି ଯାଇଥାଏ ଏବଂ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ଆଗରୁ ଯଦି ଆପଣ କିଛି
ସମୟ ପର୍ଯ୍ୟନ୍ତ ବହି ପଢନ୍ତି ତାହାଲେ ଆପଣ ସେହି କାର୍ଯ୍ୟ କରିବା ସମୟରେ ନିଜ ଭିତରେ ନୂତନ ଉତ୍ସାହ ଅନୁଭବ କରି ପାରିବେ । ୩- ବିଜ୍ଞାନ ମଧ୍ୟ ଏହା ପ୍ରମାଣ ଦେଇଛି ଯେ ବହି ପଢ଼ିବା ଦ୍ଵାରା ମନୁଷ୍ୟ ଅଧିକ ଜ୍ଞାନୀ ହୋଇଥାଏ ଯାହା ଦ୍ଵାରା ସେ କୌଣସି ବି କାର୍ଯ୍ୟ କରିପାରେ ଆପଣ ଚିନ୍ତା ଗ୍ରସ୍ତ ଥିଲେ ଅନ୍ୟ କେଉଁ ସହରକୁ ବୁଲିବାକୁ ଯାଇଥାନ୍ତି କିନ୍ତୁ ଆପଣ ଏକ ବହି ପଢ଼ିବା ଦ୍ଵାରା ଏହା
ନୂତନ ସ୍ଥାନକୁ ଯିବା ଭଳି ଆନନ୍ଦ ଦେଇଥାଏ । ଆପଣ ଅଧିକ ବହି ପଢ଼ିବା ଦ୍ଵାରା ଏଥିରୁ ମିଳୁଥିବା ଜ୍ଞାନ କେଉଁ ସମୟରେ ଆପଣଙ୍କ କାର୍ଯ୍ୟରେ ଲାଗିବ ତାହା ମଧ୍ୟ ଜାଣି ପାରିବେ ନାହିଁ । ଆପଣ ଗୋଟିଏ ପରିସ୍ଥିତିରେ ନିଜ ଜୀବନରେ ସବୁ କିଛି ହାରି ପାରନ୍ତି କିନ୍ତୁ କେବେ ବି କୌଣସି ପରିସ୍ଥିତିରେ ବି ଆପଣ ଆହରଣ କରିଥିବା ଜ୍ଞାନ କେହି ଆପଣ କେବେ ବି ହାରି ପାରିବେ ନାହିଁ ।