9

ଛୁଆ ମାନଙ୍କ ପାଇଁ ସନ୍ତୁଳିତ ଆହାର – ଜାଣି ରଖନ୍ତୁ ।

NEWS

ସମସ୍ତେ ଚାହାଁନ୍ତି ଛୁଆକୁ ସନ୍ତୁଳିତ ଆହାର ଦେବାପାଇଁ। ଯାହାଫଳରେ ତାଙ୍କୁ ସବୁ ଜିନିଷ ରେ ପୋଷଣ ମିଳୁ।
୧- କାର୍ବୋହାଇଡ୍ରେଟ – ଏହା ଶରୀର ପାଇଁ ଅତ୍ୟନ୍ତ ଜରୁରୀ କାରଣ ଏହା ଶରୀରକୁ ଶକ୍ତି ଦିଏ। ଏହା ସାଧାରଣତ ଆମ ଖାଇବାରେ ଥାଏ। ଭାତ ରେ ବହୁତ ପରିମାଣ ରେ ଏହା ଥାଏ।

୨- ପ୍ରୋଟିନ- ଏହା ଶରୀରର ମାଂସପେଶୀ ବଢ଼ିବାରେ ସହଯୋଗ କରେ। ଛୁଆ ମାନଙ୍କ ପାଇଁ ଏହା ବହୁତ ପରିମାଣ ରେ ଦରକାର । ଏହା ମାଂସ ,ମାଛ,ଅଣ୍ଡା,ସବୁଥିରେ ଥାଏ । ଶାକାହାରୀ ମାନଙ୍କ ପାଇଁ ଡାଲି,ଛେନା,ଶାଗ ଇତ୍ୟାଦି ରେ ମଧ୍ୟ ପ୍ରୋଟିନ ଥାଏ ।
୩ – କ୍ୟାଲସିୟମ- ଏହା ଆମ ଦାନ୍ତ,ହାଡ଼ କୁ ଶକ୍ତ କରେ। ଏଥିରେ କ୍ଷୀର ଏବଂ କ୍ଷୀର ସମ୍ବନ୍ଧୀୟ ସବୁ ଖାଇବା ଥାଏ।

foodd

୪- ପନିପରିବା ଏବଂ ଫଳ – ଏଗୁଡ଼ିକ ଖାଇବାରେ ରଖିବା ଅତ୍ୟନ୍ତ ଜରୁରୀ। ଏହା ଶରୀର କୁ ଭିଟାମିନ ଦିଏ। ସବୁ ରଙ୍ଗ ର ପନିପରିବା ଖାଇବା ଦରକାର ।
୫- ଚର୍ବି- ଏହା ମଧ୍ୟ କିଛି ପରିମାଣ ରେ ଖାଇବା ଦରକାର।ଏହା ଦ୍ବାରା କୌଣସି କ୍ଷତି ହେବ ନାଇ।ଛୁଆ ଙ୍କୁ ହୃଷ୍ଟ ପୃଷ୍ଟ କରିବା ପାଇଁ ଏହା ଦରକାର । ଚର୍ବି ପାଇଁ ଭିଟାମିନ ମଧ୍ୟ ଆମ ଶରୀରରେ ଭଲରେ ମିଶେ।

foot 2

୧ ବର୍ଷ ପରେ ଛୁଆ ମାନେ ସାଧାରଣତଃ ଭାବରେ ଦିନକୁ ୩ ଥର ଖାଆନ୍ତି। ତେଣୁ ଆପଣ ଏହିଖଦ୍ୟରେ ଅତିକମ୍ ରେ ୪ ଟି ଖାଇବା ଜିନିଷ ରଖିବେ। ଯେତେବେଳେ ଜଳଖିଆ ଖାଇବେ ସେତେବେଳେ ବାକି ଖାଇବା ଦବାକୁ ଚେଷ୍ଟା କରନ୍ତୁ । ଯାହା ଫଳରେ ଛୁଆ କୁ ସଠିକ ପୋଷଣ ମିଳିପାରିବ । ଉଦାହରଣ ସ୍ୱରୂପ – ଖେଚେଡ଼ି – ଏଥିରେ କାର୍ବୋାଇଡ୍ରେଟ ଥାଏ । ସେଥିରେ

ଡାଲି ପକେଇଲେ ତାଙ୍କୁ ପ୍ରୋଟିନ ମିଳେ । ଯଦି ଆଉ ତାପରେ ଦହି ଦେବା ତାହେଲେ ଚର୍ବି ଏବଂ କାଲସିଅମ ମଧ୍ୟ ମିଳେ। ତା ସଦାବେଳେ ଚେଷ୍ଟା କରିବେ ଗୋଟେ ଖାଦ୍ୟରେ ଯେପରି ବିଭିନ୍ନ ପ୍ରକାର ଖାଦ୍ୟ ପୋଷଣ ମିଳିପାରିବ । ଆଉ ମଧ୍ୟ ମନେରଖିବେ ଦିନକୁ ଛୁଆ ଅତିକମ ରେ ୨ ଟି ଅଣ୍ଡା ଖାଇବା ଦରକାର ।

Leave a Reply

Your email address will not be published. Required fields are marked *