ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ । ଆଜି ଆମେ ଅପଣାନଙ୍କୁ ଗୋଟେ ଷ୍ଟୋରୀ କହିବାକୁ ଯାଉଛି ଯାହା ଭିତରେ କି ଗୋଟେ lession ଲୁଚି ରହିଛି ଏହା ଜାଣିବା ପରେ ଯଦି ଆପଣ ଏହି lession କୁ follow କରୁଛନ୍ତି ତେବେ ଜାଣନ୍ତୁ କି ଜୀବନରେ ଆପଣ ବହୁତ success ପାଇ ପାରିବେ ଏବଂ ନିଜକୁ ନିଜେ ଚିହ୍ନି ପାରିବେ । ଏହା ଦ୍ୱାରା ଅନ୍ୟ ଲୋକକୁ ମଧ୍ୟ ଭଲ ବାଟ ଦେଖେଇ ପାରିବେ । ତେବେ ବନ୍ଧୁଗଣ ଏବେ ଆମେ ଆପଣଙ୍କୁ ସେହି ଷ୍ଟୋରୀ ଜନେବାକୁ ଯାଉଛୁ:-
ଜଣେ ମୂର୍ତ୍ତିକାର ଥିଲା ଯିଏକି ଜଣେ ବହୁତ ଭଲ ଓ ସୁନ୍ଦର ସୁନ୍ଦର ମୂର୍ତ୍ତି ଗଠନ କରିଥାଏ । ତାର ଏହି କଳା ର ପ୍ରସିଦ୍ଧି ଖାଲି ଦେଶ ନୁହେଁ ବରଂ ପୁରା ବିଶ୍ୱରେ ବ୍ୟାପିଥିଲା ଏହି କଳା ବିଷୟରେ । ସେ ତାର ଜୀବନ କାଳ ଭିତରେ ବହୁତ ମୂର୍ତ୍ତି ବନେଇଛି । ଯେଉଁ ରାଜାଙ୍କ ଦରବାରରୁ କଲ ଆସେ ଏବଂ ସେମାନେ କୁହନ୍ତି କି, ତାଙ୍କ ରାଣୀ ଙ୍କର ଏକ ମୂର୍ତ୍ତି ତିଆରି କର ମୁଁ ତାଙ୍କୁ ଜନ୍ମ ଦିନର ଭେଟି ଦେବୀ ସେ ରାଣୀଙ୍କର ପ୍ରତିମା ଠିକ ସେହି ଭଳି ବନାନ୍ତି ଯେମିତି ରାଣୀ ଦେଖିବାକୁ । ସେ ମୂର୍ତ୍ତି କୁ ଏହି ଭଳି ବନାନ୍ତି କେହି ଦେଖିଲେ ବି କହି ପାରିବେ ନାହିଁ ରାଣୀ କିଏ ଏବଂ ତାଙ୍କର ପ୍ରତିମା କିଏ । ତେଣୁ ତାଙ୍କର ପ୍ରତିଭା ପୁରା ବିଶ୍ୱରେ ତାଙ୍କର ପ୍ରଚାର ବ୍ୟାପି ଚାଲିଥିଲା । ତେଣୁ ତାଙ୍କର ମନରେ ବହୁତ ଅହଙ୍କାର ମଧ୍ୟ ଥିଲା କାହିଁକି ନା ଏହି ଭଳି ପ୍ରତିଭା ଜଣେ ହିଁ ପୁରା ବିଶ୍ୱରେ ଥିଲା ।
ତେବେ ପ୍ରତିକାର ତାଙ୍କର କଲା ମାଧ୍ୟମରେ ପୂରା ବିଶ୍ୱରେ ପ୍ରସିଦ୍ଧି ପାଇଲା ପରେ ଧୀରେ ଧୀରେ ବୁଢା ହେବାକୁ ହେଲେ ତାଙ୍କର ଆୟୁଷ ପୂରି ପୂରି ଆସିଲା । ଯେତେବେଳେ ପ୍ରତିକାର ଜାଣିବାକୁ ପାଇଲେ କି ମୁଁ ଆଉ କିଛି ଦିନର କୁଣିଆ ବେଶି ଦିନ ବଞ୍ଚିବି ନାହିଁ ସେହି ସମୟରେ ସେ ଏକ ଉପାୟ ପାଞ୍ଚିଲେ ଯେ ତାଙ୍କ ଭଳି ପୁରା ଦେଖିବା ପାଇଁ ଏଗାରଟି ମୂର୍ତ୍ତି ବନାନ୍ତି କାହିଁକି ନା ସେ ଯେପରି ଯମରାଜ ଙ୍କୁ ଚକମା ଦେଇ ପାରିବେ । ଏହାଦ୍ୱାରା କଣ ହବ କି ଯମରାଜଙ୍କ ଦୂତ ଆସିଲେ ଜାଣି ନ ପାରିବେ ଏବଂ ସେ ଏହିମାନଙ୍କ ଭିତରୁ ଯେ କୌଣସି ବି ଜଣଙ୍କୁ ନେଇ ପଳାଇଲେ ସେ ଆମର ହୋଇଯିବେ । ତେଣୁ ସେ ବହୁତ କଷ୍ଟ କରିକି ଏହି ଭଳି ମୂର୍ତ୍ତି ବନାନ୍ତି ଯଦି କୌଣସି ବି ମୂର୍ତ୍ତି କିଛି ବି ଟିକେ ଅଲଗା ଦେଖା ଯିବ ତେବେ ଯମରାଜ ଙ୍କ ଦୂତ ନିଶ୍ଚିତ ଜାଣିଯିବେ କିଏ ଜୀବିତ ମୂର୍ତ୍ତି ଏବଂ କିଏ କେବଳ ମୂର୍ତ୍ତି ।
ଏହି ଭଳି ଭାବରେ ତାଙ୍କର ଶେଷ ସମୟ ଆସିଯାଏ ଏବଂ ଯେତେବେଳେ ସେ ଜାଣନ୍ତି କି ମୁଁ ମୃତ୍ୟୁ ର ପୁରା ସମୀପରେ ଅଛି ଯମରାଜ ପ୍ରସ୍ତୁତ ହେଇଯାଆନ୍ତି ତାଙ୍କୁ ନେବା ପାଇଁ ଯମରାଜଙ୍କ ଦୂତ ପୂରା ପ୍ରସ୍ତୁତ ହୋଇଯାଆନ୍ତି ତାଙ୍କୁ ଧରା ପୃଷ୍ଠ ରୁ ଆସି ନେବା ପାଇଁ ଏବଂ ଯେତେବେଳେ ଯମରାଜ ଙ୍କର ଦୂତ ଆସନ୍ତି ତାଙ୍କୁ ନେବା ପାଇଁ ସେତେବେଳେ ସେ ଦେଖନ୍ତି କି ବାରଟି ମୂର୍ତ୍ତି ଏବଂ ସବୁ ମୂର୍ତ୍ତି ସମାନ ଭାବରେ ଦେଖା ଯାଉଛି ସେ ନିମିଷକେ ଆଶ୍ଚର୍ଯ୍ୟ ହେଇଯାଆନ୍ତି କି ଏ କଣ ବାର ଜଣଙ୍କୁ ତ ମୁଁ ମରିପାରିବିନି ଏମାନଙ୍କ ଭିତରୁ ମୁଁ କାହାକୁ ମାରିବି କାହାକୁ ଚିହ୍ନିବି ଯମରାଜଙ୍କ ଦୂତ ପୁରା confused ହୋଇଯାଆନ୍ତି । ସେହି ମୂର୍ତ୍ତି କାର ସେମାନଙ୍କ ଭିତରେ ପୂରା ମୂର୍ତ୍ତି ଭଳି ଛିଡା ହୋଇଥାନ୍ତି ।
ସେତେବେଳେ ଯମରାଜଙ୍କ ଦୂତ ଯମରାଜ ଙ୍କୁ ଫୋନ କରି ପଚାରନ୍ତି ସେହି ସମୟରେ ଯମରାଜ ତାଙ୍କୁ ଗୋଟେ ଉପାୟ କୁହନ୍ତି । ଏବଂ ଯମରାଜ ଙ୍କ ଦୂତ ସେହି ଉପାୟକୁ ଅବଲମ୍ବନ କରନ୍ତି । ଯମରାଜଙ୍କ ଦୂତ କଣ କରନ୍ତି ନା କୁହନ୍ତି ସବୁ ମୂର୍ତ୍ତି ତ ଠିକ ଠାକ ହେଲା ହେଲେ ଗୋଟେ ମୂର୍ତ୍ତି ପୁରା ସମ୍ପୂର୍ଣ୍ଣ ଅଲଗା ହୋଇଗଲା । ଯିଏ ଏହି ମୂର୍ତ୍ତି କୁ ବନେଇଛି ପୁରା ଅଲଗା କରିଦେଇଛି ଏହି ମୂର୍ତ୍ତି ଟି । ମୂର୍ତ୍ତି କାରର ଅହଙ୍କାର ଏତେ ଅଧିକ ସେ କହି ବସିଲା ଯେ, ଅସମ୍ଭବ ମୋ ଜୀବନକାଳ ଭିତରେ ମୋ ମୂର୍ତ୍ତି ଉପରେ ପ୍ରଶ୍ନ କରିବାକୁ କେହିବି ବାହାରି ନଥିଲେ । ଆପଣ କେମିତି କହିଦେଲେ ଯେ ଏଠି ତ୍ରୁଟି ଅଛି ।
ତେବେ କୁହନ୍ତୁ ମତେ କଣ ତ୍ରୁଟି ଅଛି । ମୂର୍ତ୍ତି କାରର ପ୍ରଶ୍ନ ର ଉତ୍ତର ଯମଦୂତ କଣ ହେଲେ କହିଲେ ଯେ, ଏଇଠି ହିଁ ତ୍ରୁଟି ଅଛି ତୋର ଗର୍ବ ରେ ହିଁ ତ୍ରୁଟି ଅଛି । କରଣ ସେ ଜାଣିଛନ୍ତି କି ଯଦି ମଣିଷର ଅହଂ କୁ ଆଘାତ ଆସିଲା ଭଳି ଯଦି କିଛି ପ୍ରଶ୍ନ ଆସେ ତେବେ ମଣିଷ ଭୁଲ ସମୟରେ ଭୁଲ ରିଆକ୍ସନ ଦେଖାଏ ଯାହାଫଳରେ ସେ ମୃତ୍ୟୁ ମୁଖରେ ପଡେ । ତେଣୁ କରି ଗର୍ବ ଏବଂ ଅହଂକାର ହେଉଛି ମୃତ୍ୟୁ ର କାରଣ । ତେଣୁକରି ଯଦି ଆପଣଙ୍କ ମନରେ କୌଣସି ଗୋଟେ କଳା ପାଇଁ କୌଣସି ଗୋଟେ ସୁନ୍ଦରତା ପାଇଁ, କୌଣସି ଗୋଟେ skill ପାଇଁ ଆପଣଙ୍କ ମନରେ ଗର୍ବ ଅଛି ତେବେ ଆପଣ ତାକୁ ଦୂର କରନ୍ତୁ ଆପଣଙ୍କ ମନରୁ । କାରଣ ଗର୍ବ ପାଇଁ ମଣିଷ ଭୁଲ କରେ ଏବଂ ତାହାର କୌଣସି ଉପାୟ ବା ପ୍ରାୟଶ୍ଚିତ କିଛି ନଥାଏ ଯାହା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ ।