5

ତାଜମହଲ ସମ୍ପର୍କିତ କିଛି ଲୁକ୍କାୟିତ ତଥ୍ୟ ।

NEWS

ଭାରତର ଆଗ୍ରା ସହରରେ ତାଜମହଲ ଅବସ୍ଥିତ।ଏହା ପ୍ରାୟ ୪୨ ଏକର ସ୍ଥାନ ଅଧିକାର କରିଛି।ଦୂରରୁ ଦେଖିଲେ ଚମକୁଥିବା ଏହି ତାଜମହଲ ସହ ଅନେକ ଦୁଃଖ ପୂର୍ଣ୍ଣ କାହାଣୀ ମଧ୍ୟ ଯୋଡ଼ି ହୋଇ ରହିଛି।ଆସନ୍ତୁ ଆଜି ଆମେ ଜାଣିବା ସେହି ପରି କିଛି ତଥ୍ୟ ଗୁଡ଼ିକ ବିଷୟରେ। ତାଜମହଲ ପ୍ରାୟ ୪୦୦ ବର୍ଷ ତଳୁ ତିଆରି ହୋଇଥିବା ଏପରି ଏକ ଆକର୍ଷଣୀୟ ସ୍ଥାନ ,ଏହାକୁ ବିଶ୍ଵର ସପ୍ତମ ଆକର୍ଷଣୀୟ ସ୍ଥାନ ର ମାନ୍ୟତା ପ୍ରଦାନ କରା ଯାଇଛି।ଏହାକୁ ତିଆରି କରିବା ପାଇଁ ୨୦୦୦୦ ମିସ୍ତ୍ରୀ ପ୍ରାୟ ୨୨ ବର୍ଷ ଧରି ପରିଶ୍ରମ କରିଥିଲେ।

ଆଜିର ଦିନରେ ଏହାର ମୂଲ୍ୟ ପ୍ରାୟ ୭.୫ କୋଟି ର ପାଖାପାଖି ହେବ,କାରଣ ଏଥିରେ ସେତେବେଳ ର ମିସ୍ତ୍ରୀ ମାନେ ଏପରି କାର୍ଯ୍ୟ କରିଛନ୍ତି,ଯାହା ଏବେ ସମୟରେ ଇଞ୍ଜିନିୟର ମାନେ ମଧ୍ୟ କରିବାରେ ସଫଳ ହୋଇ ନ ପାରନ୍ତି।ଏହାକୁ ଏପରି ଭାବରେ ତିଆରି କରା ଯାଇଛି ଯେ ପ୍ରଥମେ ଏହାର ଦ୍ଵାରା ମଧ ଦେଇ ପ୍ରବେଶ କଲା ବେଳେ ଏହାର ଆକାର ବହୁତ୍ ବଡ଼ ଦେଖାଯାଏ,କିନ୍ତୁ ଯେତେବେଳେ ଭିତରକୁ ପ୍ରବେଶ କରାଯାଏ ଏହାର ଆକାର ଆସ୍ତେଆସ୍ତେ ଛୋଟ ହେବାରେ ଆଖିକୁ ଦେଖାଯାଏ।

5-1
୧୬୦୭ ରେ ସାହାମୁଦିନ ଖୁରାମଙ୍କ ୧୫ ତମ ଜନ୍ମଦିନରେ ତାଙ୍କୁ ମମତାଜ୍ ଙ୍କ ସହ ବିବାହ କରାଇ ଦିଆଯାଇଥିଲା।ଏହା ପରେ ଖୁରାମଙ୍କ ଗୌରବ ଦେଖି ତାଙ୍କ ନାମ ସାହାଜନ ନାମକୁ ରୂପାନ୍ତର ହୋଇଥିଲା।ସାହାଜନ୍ ଙ୍କର ୬ ଟି ସ୍ତ୍ରୀ ଥିଲେ କିନ୍ତୁ ସେ ସମସ୍ତଙ୍କ ମଧରୁ ରାଣୀ ମମତାଜ୍ ଙ୍କୁ ଅଧିକ ଭଲ ପାଉଥିଲେ।ଏହାର କିଛି ଦିନ ପରେ ସାହାଜାନ୍ ଙ୍କ ପିତାଙ୍କର ମୃତ୍ୟୁ ହୋଇଗଲା,

5-2

ଏବଂ ସମସ୍ତ କାର୍ଯ୍ୟ ଭାର ଏବଂ ପିତାଙ୍କର ପଦବୀ ମଧ୍ୟ ସାହାଜାନ୍ ଙ୍କୁ ହସ୍ତାନ୍ତର କରା ଯାଇଥିଲା।୧୭ ଜୁନ ୧୬୩୧ ରେ ମମତାଜ ତାଙ୍କର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।ମମତାଜ୍ ଙ୍କ ମୃତ୍ୟର ବହୁତ୍ ଗଭୀର ପ୍ରଭାବ ସାହାଜାନ୍ ଙ୍କ ଉପରେ ପଡିଥିଲା,ସେ ବହୁତ୍ ଭାଙ୍ଗି ପଡ଼ିଥିଲେ।ମମତାଜ୍ ମରିବା ପୂର୍ବରୁ ତାଙ୍କର ଶେଷ ଇଚ୍ଛା ଥିଲା ତାଙ୍କର ସମାଧି ବିଶ୍ୱରେ ସବୁଠାରୁ ବଡ଼ ସମାଧି ହେବ,

ତେଣୁ ଏହାକୁ ପୂର୍ଣ୍ଣ କରିବା ପାଇଁ ୧୬୩୨ ରେ ହିଁ ସାହାଜାନ୍ ତାଜମହଲ ନିର୍ମାଣ ଆରମ୍ଭ କରିଥିଲେ।ଏହି କାର୍ଯ୍ୟ ରେ ସେ ତାଙ୍କର ସମସ୍ତ ବାକି ଥିବା ଜୀବନ ଅତିବାହିତ କରି ଦେଇଥିଲେ।ଯେହେତୁ ତାଜମହଲ ଯମୁନା ନଦୀ କୂଳରେ ହେବାର ନିଷ୍ପତି ନିଆଯାଇଥିଲା,ତେଣୁ ଶ୍ରମିକ ମାନଙ୍କୁ ଏଥିପାଇଁ ବହୁତ୍ କଷ୍ଟ କରିବାକୁ ପଡ଼ିଥିଲା।ତାଜମହଲ ନିର୍ମାଣର ତରିକା ସାହାଜାନ୍ ତାଙ୍କ ପରିବାବର୍ଗଙ୍କ ଠାରୁ ନେଇଥିଲେ। ଏହି ପରି ଭାବେ ଅନେକ ବୁଦ୍ଧି ଏବଂ କୌଶଳ ସହ ନିର୍ମାଣ ହୋଇଥିଲା ତାଜମହଲ।

Leave a Reply

Your email address will not be published. Required fields are marked *