ସେଓ ଏହା ଏକ ବହୁଳ ବ୍ୟବହୃତ ଫଳ ଅଟେ ଯାହାର ବହୁତ ପ୍ରକାରର ଉପକାରିତା ଅଛି ଏହି ଫଳ କମ କ୍ୟାଲୋରୀ ଯୁକ୍ତ ହୋଇଥିବାରୁ ଏହାର ବ୍ୟବହାର ପ୍ରାୟ ସମସ୍ତ ଲୋକ କରି ପାରିବେ କିନ୍ତୁ ଏହି ଫଳକୁ କେଉଁ ସମୟରେ କେତେ ପରିମାଣରେ କିପରି ଭାବରେ ଖାଇବା ଦରକାର ତାହା ଜାଣିବା ନିହାତି ଦରକାର ଆସନ୍ତୁ ଜାଣିବା ଏହି ସବୁ ଘଟଣା ବିଷୟରେ ।
ସେଓ ଏହା ଅତ୍ୟନ୍ତ ପୁଷ୍ଟିକର ଫଳ ଅଟେ ଏହି ଫଳ ଅତ୍ୟନ୍ତ ସ୍ଵାଦିଷ୍ଟ ଏବଂ ଏଥିରେ ଫାଇବର ଗୁଣ ଖୁବ ଅଧିକ ମାତ୍ରାରେ ଥାଏ ଯାହା ଶରୀରରେ ଶକ୍ତି ବଢାଇବା ସହ କ୍ୟାନସର ଓଗେର ପ୍ରତିରୋଧକ ରୂପେ ମଧ୍ୟ ସାହାଯ୍ୟ କରେ । ନିୟମିତ ସେଓ ଖାଇବା କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ପାଇବା ସହ ମୁହଁ ସର୍ବଦା ଉଜ୍ଜ୍ୱଳ ରହିଥାଏ । ଆପଣ ସେଓ କୁ ନିୟମିତ ଭାବରେ ଖାଇ ପାରିବେ ଏହାର ବ୍ୟବହାର ଅତ୍ୟନ୍ତ ଭଲ କିନ୍ତୁ ଏହାକୁ ଆପଣ ଖାଇବାର ତୁରନ୍ତ ପରେ କିମ୍ବା ରାତିରେ ଖାଇବା ଉଚିତ ନୁହେଁ ।
ଏଥି ସହ କିଛି ଲୋକ ସେଓ କୁ ଖାଲି ପାଣି ଦ୍ଵାରା ଧୋଇ କରି ଖାଇ ଦେଉଛନ୍ତି କିନ୍ତୁ ଏହା ବହୁତ ହାନି କାରକ କାରଣ ବର୍ତ୍ତମାନ ସମୟରେ ସେଓ କୁ ତୁରନ୍ତ ବଜାରକୁ ଆଣିବା ପାଇଁ ତାର ଉପରେ ବିଭିନ୍ନ ପ୍ରକାରର କେମିକାଲ ସିଞ୍ଚନ କରାଯାଉଛି ଏଥି ସହ ବିଭିନ୍ନ କମ୍ପାନୀରେ ସେଓ କୁ ସତେଜ ରଖିବା ପାଇଁ ତାର ଉପରେ ମହମ୍ ର ଆବରଣ ମଧ୍ୟ ଦିଆ ଯାଉଛି ତେଣୁ ଏଥି ପାଇଁ ପ୍ରଥମେ ଗରମ ପାଣିରେ ଦୁଇ ଚାମଚ ଖାଇବା ସୋଦ ମିଶାନ୍ତୁ ଏବଂ ଏଥିରେ ସମସ୍ତ ଫଳ ଏବଂ ବ୍ୟବହୃତ ପନିପରିବା ଗୁଡ଼ିକୁ ପକାନ୍ତୁ ।
ଏହି ପରି ଭାବରେ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ରଖନ୍ତୁ। ଏହା କରିବା ଦ୍ଵାରା ସେଓ ଉପରେ ଥିବା ସମସ୍ତ କେମିକାଲ ଏବଂ ମହମ ଛାଡ଼ି ଯିବା ଏବଂ ଆପଣ ଏହା ପରେ ଏହାକୁ ଭଲ ପାଣିରେ ଧୋଇ ବ୍ୟବହାର କରି ପାରିବେ । ସେଓ କାଟିବା ର ତୁରନ୍ତ ପରେ ଏହାକୁ ଖାଇ ଦେବା ଦରକାର କାରଣ ଏହା କିଛି ସମୟରେ ବାୟୁର ସଂସ୍ପର୍ଶରେ ଆଦି ନଷ୍ଟ ହେବାକୁ ଲାଗିଥାଏ ।
ଆପଣ ପରେ ମଧ୍ୟ କଟା ସେଓ ର ବ୍ୟବହାର କରି ପାରିବେ କିନ୍ତୁ ତାର ଉପରେ ହୋଇଥିବା ମାଟିଆ ରଙ୍ଗକୁ କାଢି କରି। ସେଓ ଚୋପରେ ମଧ୍ୟ ଅଧିକ ଭିଟାମିନ ତେଣୁ ଆପଣ ଭଲ ଭାବରେ ଏହାକୁ ଧୋଇ ସେଓ ଚୋପର ମଧ୍ୟ ବ୍ୟବହାର କରି ପାରିବେ । ଗୋଟା ସେଓ ଖାଇବା ଦ୍ଵାରା ଏହାର ସମସ୍ତ ଉପାଦାନ ଶରୀରକୁ ଯାଇଥାଏ କିନ୍ତୁ ଏହାକୁ ଯୁସ କରିଦେବା ଦ୍ବାରା କିଛି ଉପାଦାନ ନଷ୍ଟ ହୋଇ ଯାଇଥାଏ । ତେଣୁ ସର୍ବଦା ଗୋଟା ସେଓର ବ୍ୟବହାର କରନ୍ତୁ ।