5

୫ ଟି ଲକ୍ଷଣ ଯାହାକି ଆପଣଙ୍କର ମସ୍ତିଷ୍କ ସୁସ୍ଥ ରହିବାର ପ୍ରମାଣ ଦିଏ |

NEWS

୧)ସବୁଠୁ ପ୍ରଥମେ ସଖାଳୁ ଆପଣ ଙ୍କୁ ନିଜ ପାଇଁ ସମୟ ବାହାର କରିବାକୁ ହେବ।ଏମିତି ନୁହେଁ ଯେ ଆପଣ ଉଠିବେ ଏବଂ ଆପଣ ଆପଣ ଙ୍କ କାମ ପାଇଁ ଯିବେ,ଏବଂ ଆପଣ ଘରୁ ବାହାରିଯାନ୍ତି ଏବଂ ଆପଣ ନିଜକୁ ସମୟ ଦିଅନ୍ତି ନାହିଁ।ଏହା ଦ୍ୱାରା ଯେମିତି ଯେମିତି ଦିନ ବଢିବ ଆପଣ ନିଜ ଉପରେ ମାନସିକ ଚାପ ନେବାକୁ ଲାଗିବେ। ସେଥିପାଇଁ ସଖାଳୁ ଆପଣ ଙ୍କ ଶରୀର କୁ ଟିକିଏ ହଲାନ୍ତୁ, ଟିକିଏ ଏପଟ ସେପଟ ହୁଅନ୍ତୁ।ଆପଣ ଙ୍କ ଶରୀର ସକାଳୁ ଯେତେ ଭଲ ବ୍ୟବହାର ହେବ ଆପଣ ଙ୍କ ରକ୍ତ ସଞ୍ଛାଳନ ସେତେ ଭଲ ହେବ ଏବଂ ଆପଣ ବହୁତ ଭଲ ଅନୁଭବ କରିବେ।

୨) ଯଦି ଆପଣ ପାଖରେ ବହୁତ ସମୟ ନାହିଁ ତେବେ ସକାଳୁ ମେଡ଼ିଟେସନ ପାଇଁ ୫ ମିନିଟ ବାହରକରନ୍ତୁ।ଏହା ଦ୍ୱାରା ଆମେ ଦିନସାରା ଯେଉଁ ଭାବନାରେ ରହୁଛେ ଏବଂ ନିଜକୁ ଭୁଲି ଯାଉଛେ।ଏଗ ଦ୍ୱାରା ଆପଣ ନିଜକୁ ବହୁତ ବୁଝିପାରିବେ।ଏବଂ ଆପଣ ଙ୍କ ଭିତରେ ଯେଉଁ ସବୁ ବୁଦ୍ଧି ଆସେ ଆପଣ ତାକୁ ଧ୍ୟାନ ଦେଇପାରିବେ।ଏବଂ ସବୁ ଠାରୁ ବଡ ଜିନିଷ ଧ୍ୟାନ ରେ ବସିବା ଦ୍ୱାରା ବହୁତ ଶାନ୍ତି ଅନୁଭବ ହୋଇଥାଏ।ଯାହାକି ଜୀବନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ।ଯଦି ଆପଣ ଙ୍କୁ ଜୀବନ ରେ ବହୁତ କିଛି କରିବାର ଅଛି ତେବେ ଆପଣ ଶାନ୍ତ ମନରେ ସବୁ କିଛି ଯୋଜନା କରିବା ଦରକାର।ଯାହା ଦ୍ୱାରା ଆମେ ଖୁସି ପାଇଥାଉ।

brainnn

୩)ଯେତେବେଳେ ଆପଣ ଦିନର କାମ ସାରୁଛନ୍ତି , ଏବଂ ଘରକୁ ଫେରୁଛନ୍ତି ସେତେବେଳେ ଆପଣ ୫ ମିନିଟ ନିହାତି ଧ୍ୟାନ ରେ ନିଶ୍ଚୟ ବସନ୍ତୁ।ଏହା ଏଥିପାଇଁ ବହୁତ ଦରକାର କାରଣ ହେଇପାରେ ଆପଣ ଦିନରେ କେତେ ସବୁ ଅସୁବିଧା ର ସମ୍ମୁଖୀନ କରିଥିବେ ଏବଂ ଯେତେବେଳେ ଆପଣ ଶାନ୍ତ ଭାବରେ ଧ୍ୟାନ ରେ ବସିବେ ଆପଣ ଙ୍କୁ ବହୁତ ଭଲ ଅନୁଭବ ହେବ।ଦେଖନ୍ତୁ ଯେତେବେଳେ ଆପଣ ଧ୍ୟାନ ରେ ବସନ୍ତି ଏବଂ ଆପଣ ଙ୍କୁ ଖରାପ ଚିନ୍ତା ଧାରା ଆସେ ତେବେ ଆପଣ ସବୁ ଧ୍ୟାନ ଆପଣ ଙ୍କ ନିଶ୍ୱାସ ଉପରେ ଦିଅନ୍ତୁ।ଏବଂ କିଛି ଗଭୀର ଶ୍ୱାସ ନେବା ଆରମ୍ଭ କରିଦିଅନ୍ତୁ।ଏବଂ ସବୁଠାରୁ ବଡ ଜିନିଷ ହେଉଛି ଯେତେବେଳେ ଆମେ କିଛି ନା କହି କିଛି ନ ଶୁଣି ପୁରା ଧ୍ୟାନ ରେ ଶାନ୍ତ ଭାବରେ ସକାଳ ସମୟ ରେ ବସୁ ସେତେବେଳେ ଆମର ଶରୀର କୁ ମଧ୍ୟ ଆରାମ ମିଳିଥାଏ। ଦିନସାରା ଆମେ ବହୁତ କାମ କରୁ ଆମ ଶରୀର କୁ ଶାନ୍ତି ମିଳେ ନାହିଁ କିନ୍ତୁ ଏହା କରିବା ଦ୍ୱାରା ଆମକୁ ଶାନ୍ତି ମିଳିବ।ଏବଂ ଏହା ଦ୍ୱାରା ଆମର ମସ୍ତିଷ୍କ ମଧ୍ୟ ସୁସ୍ଥ ରହିବା ସହ ଶାନ୍ତ ରହିବ।

brainn
୪) ଏହା ସବୁଠାରୁ ଦରକାରୀ ଜିନିଷ।ଏହା ହେଉଛି ଯେତେବେଳେ ବି ଆପଣ ଙ୍କର କାମ ସରୁଛି ସେତେବେଳେ ଆପଣ ଙ୍କୁ ଆପଣ ଙ୍କ କାମ ବିଷୟ ରେ ପୁରା ଭୁଲିଯିବା କୁ ହେବ । ଦେଖନ୍ତୁ ଅଧିକ ଲୋକ କାମ ରୁ ଆସିବା ପରେ ମଧ୍ୟ ଏହା ଭାବିବାକୁ ଲାଗନ୍ତି ଯେ କାଲି କଣ ହେବ କଣ ନାହିଁ।ଦେଖନ୍ତୁ ଆପଣ ଙ୍କ ମନରେ ଯଦି କାମ ସମ୍ପର୍କୀୟ କିଛି ବି ଜିନିଷ ଆସେ ତେବେ ଆପଣ ଏହାକୁ ଲେଖି କରି ରଖିଦିଅନ୍ତୁ।ଏବଂ କାମ ରୁ ନିଜକୁ ବାହାର କରନ୍ତୁ।ଆପଣ ଙ୍କ ଘରଲୋକ ଙ୍କୁ ଆପଣ ସମୟ ଦିଅନ୍ତୁ।ଆପଣ ଙ୍କ ମସ୍ତିଷ୍କ କୁ ଏଥିରୁ ବାହାର କରିବା ପାଇଁ କିଛି ଦେଖନ୍ତୁ ନଚେତ କିଛି ବି ଖେଳ ଖେଳନ୍ତୁ।ଏବଂ ଆପଣ ଙ୍କ ବନ୍ଧୁ ଙ୍କ ସହ ବାର୍ତାଳାପ କରନ୍ତୁ। ଯାହା ବି ହୋଇପାରେ ଆପଣ ନିଜକୁ ଦୂର ରଖିବା ପାଇଁ ଏହି ଭାବନା ରୁ ସେସବୁକୁ କରନ୍ତୁ।ଏବଂ ଆପଣ ଦେଖିବେ ଯେ ପରଦିନ ଆପଣ ଆପଣଙ୍କ କାମରେ ବେଶୀ ଧ୍ୟାନ ଦେଇପାରିବେ।

୫) ଏମିତି ବହୁତ ଛାତ୍ର ଅଛନ୍ତି ଯେଉଁମାନଙ୍କ ମନରେ ବହୁତ ଖରାପ ଚିନ୍ତା ଧାରା ଆସେ ଯଦି କିଏ ସେମାନ ଙ୍କୁ ଖରାପ କହିଲା ଏବଂ କିଏ ସେମାନ ଙ୍କ ବିଷୟରେ ଖରାପ ଭାବିଲା, ଦେଖନ୍ତୁ ଏ ସବୁ ହେବା ସ୍ୱାଭାବିକ କଥା । ଆସନ୍ତୁ ଜାଣିବା କିଛି ଭଲ କଥା ଯାହା ଦ୍ୱାରା ଆପଣ ଏ ସବୁ ରୁ ନିଜକୁ ବଞ୍ଚାଇପାରିବେ। ସବୁଠାରୁ ପ୍ରଥମେ ଆପଣ ଙ୍କ ଦିନ ଯେମିତି ବି ଯାଉ ଆପଣ ଙ୍କୁ ଭଗବାନ ଙ୍କୁ ଧନ୍ୟବାଦ ଦେବା ନିହାତି ଦରକାର, କାରଣ ଆପଣ ଙ୍କ ଦିନ ଯେମିତି ବି ଯାଉ ଭଗବାନ ଆପଣ ଙ୍କୁ ଗୋଟିଏ ନୂଆ ଦିନ କୁ ଆଣିଛନ୍ତି।ଏବଂ ଆପଣ ଶୋଇବା ପୂର୍ବରୁ ଯଦି ଆପଣ ଙ୍କୁ କିଛି ଖରାପ ଭାବନା ଆସିଛି ତେବେ ଆପଣ ଏହାକୁ ଭଗବାନ ଙ୍କୁ ଦେଇଦିଅନ୍ତୁ।ଏବଂ ଆପଣ ହସି ହସି ଆଖି ବନ୍ଦ କରିଦିଅନ୍ତୁ ଏବଂ ଶାନ୍ତିରେ ଶୋଇବାକୁ ଯାନ୍ତୁ।ଏମିତି କରିବା ଦ୍ୱାରା ଆପଣ ସାରା ଦିନ ର ନକରାତ୍ମକ ଚିନ୍ତା ଧାରା ରୁ ମୁକ୍ତ ରହିପାରିବେ। ଏହା ସହିତ ଯଦି ଆପଣ ମନରୁ ଏବଂ ଶରୀର ରୁ ସୁସ୍ଥ ରହିବାକୁ ଚାଁହୁଛନ୍ତି ତେବେ ତେବେ ଆପଣ ଙ୍କ ଜୀବନ ରେ ଆପଣ ଯେଉଁ ଲୋକ ଙ୍କ ସହ ମିଶିଲେ ଆପଣ ଙ୍କୁ ନକରାତ୍ମକ ଚିନ୍ତାଧାରା ଆସେ ଆପଣ ସେମାନ ଙ୍କ ଠାରୁ ନିଜକୁ ଦୂରରେ ରଖନ୍ତୁ।ଯାହା ଦ୍ୱାରା ଆପଣ ନିଜେ ଖୁସି ରେ ରହିବା ସହ ଆପଣ ଙ୍କ ପରିବାର ର ଲୋକ ମାନଙ୍କୁ ମଧ୍ୟ ଖୁସି ଦେଇପାରିବେ।

Leave a Reply

Your email address will not be published. Required fields are marked *