ପିଆଜ ଆମର ନିତିଦିନ ଖାଇବାରେ ବ୍ୟବହୃତ ହେଇଥାଏ।କେହି କେହି ଏହାକୁ ସ୍ଵାଦ ବଢ଼ାଇବା ପାଇଁ ବ୍ୟବହାର କରନ୍ତି ତ ଆଉ କେହି ଏହାକୁ ପ୍ରୋଟିନ ଭାବରେ ଗ୍ରହଣ କରନ୍ତି।ଆମେ ପିଆଜକୁ ସାଧାରଣତ ମସଲା ରେ ସ୍ଵାଦ ବଢାଇବା ପାଇଁ ବ୍ୟବହାର କରୁ।କିନ୍ତୁ ଏହା ବିଷୟରେ କିଛି ସାଧାରଣ ତଥ୍ୟ ଅଛି ଯାହାକୁ ଜାଣିବା ଆବଶ୍ୟକ।ପିଆଜ ତିନି ପ୍ରକାର ରଙ୍ଗରେ ଥାଏ।
ତାହା ହେଉଛି ହଳଦୀଆ, ନାଲିଓ ଧଳା ରଙ୍ଗରେ ପିଆଜ ଦେଖିବାକୁ ମିଳେ।ଆମେ ସାଧାରଣତ ଧଳା ଓ ନାଲି ରଙ୍ଗର ପିଆଜ ବ୍ୟବହାର କରୁ।ହଳଦୀଆ ପିଆଜ ଖୁବ୍ କମ୍ ଦେଖିବାକୁ ମିଳେ। ଆମେ ସମସ୍ତେ ଜାଣିଛୁ ଯେ ପିଆଜ କାଟିବା ସମ୍ୟ ରେ ଆଖିରୁ ଲୁହ ବାହାରେ ଏହାର କାରଣ ହେଉଛି ଆମିନୋ ସୁଲ୍ଫଅକ୍ସାଇଡ୍ ଦ୍ଵାରା ହେଇଥାଏ। ଯେତେବେଳେ
ପିଆଜ କଟାନ୍ତି ସେତେବଳ ପିଆଜ କୋଷିକା ଭାଙ୍ଗିଯାଏ।ଏଥିରେ ଥିବା ସୁଲ୍ଫଅକ୍ସାଇଡ୍ କିଛି ବାୟୁରେ ଥିବା ପଦାର୍ଥ ସହ ମିଶି ସିନ-ପ୍ରୋପାନେଏଥାଇଲ-ସ-ଅକ୍ସାଇଡ୍ ହେଇଥାଏ ଯାହାକି ସାଧାରଣ ତାପମାତ୍ରରେ ବସ୍ପିତ ହେଇ ଆମ ଆଖିରେ ପସି ଆଖିରେ ଥିବା ପାଣି ସହ ପ୍ରତିକ୍ରିୟା କରେ ଯାହାକି ସୁଲ୍ଫୁରିକ ଏସିଡ ହୋଇଯାଏ ଯାହାକି ଆମ ଆଖି
ପଡ଼ିବା ସହ ଆଖିରୁ ଲୁହ ବାହାରିଥାଏ। ଆଖିରୁ ଲୁହ ବାହାରିବା ବନ୍ଦ ପାଇଁ ପିଆଜକୁ ପାଣି ରେ ରଖି କାଟିବା ଦ୍ଵାରା ଆଖିରୁ ଲୁହ ବାହାରି ନଥାଏ।
ପିଆଜ କେଶ ଓ ଚର୍ମ ପାଇଁ ବି ବହୁତ ଲାଭ ଦାୟକ ହେଇଥାଏ। ଯେତେବେଳେ ପିଆଜ ରସକୁ କେଶରେ ଲଗା ଯାଏ ତାହା କେଶକୁ ମଜଭୁତ କରିବା ସହ
କେଶକୁ ମୋଟ ମଧ୍ୟ କରିଥାଏ।ପିଆଜ କେଶକୁ ଅତିରିକ୍ତ ଭାବରେ ସଲଫର ଯୋଗାଇଥାଏ। ଯାହାଦ୍ବାରା କେଶ ଝଡ଼ିବା ସମସ୍ୟା ଦୂର ହେବା ସହ କେଶ ବୃଦ୍ଧିରେ ସହାୟକ ହେଇଥାଏ। ପିଆଜରେ ଥିବା କୋଲାଜେନ୍ ଚର୍ମ ସୁସ୍ଥ ରଖିବାରେ ଏବଂ ନୂଆ ଚର୍ମ କୋଷ ତିଆରି କରିବାରେ ସହାୟକ ହେଇଥାଏ।