ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ବିଷୟ ହେଉଛି ଘରେ ଏମିତି ଗୋଟିଏ ଝାଡ଼ୁ ଲଗାନ୍ତୁ ଯାହା ଦ୍ଵାରା ମା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତି କରିବେ, ଆସନ୍ତୁ ଏହି ବିଷୟରେ ଅଧିକ କିଛି ଜାଣିବା ,ଝାଡ଼ୁ ଆପଣ ଘରର ମଇଳା ସଫା ତା ସହ ଘରର ଦାରିଦ୍ର୍ୟକୁ ମଧ୍ୟ ଦୂର କରିଥାଏ।ଝାଡ଼ୁ ଘରକୁ ସୁଖ ଓ ସମୃଦ୍ଧି ଆଣିଦିଏ କାରଣ ଝାଡୁରେ ମା ଲକ୍ଷ୍ମୀ ବାସ କରନ୍ତି।
ଝାଡୁକୁ ଯତ୍ନ ନ କଲେ ମା ଲକ୍ଷ୍ମୀ ସନ୍ତୁଷ୍ଟ ହୁଅନ୍ତି। ଯଦି ଆପଣ ମାନେ ଝାଡୁକୁ ଅପମାନ କଲେ ମା ଲକ୍ଷ୍ମୀଙ୍କ କ୍ରୋଧର ଶିକାର ହେବାକୁ ପଡ଼ିଥାଏ। ଏଵଂ ପରିବାରର ସମସ୍ତଙ୍କ ଉପରେ କୁ ପ୍ରଭାବ ପକାଇଥାଏ ଓ ଘରର ସୁଖ ଶାନ୍ତି ନଷ୍ଟ କରିଦିଏ।ଝାଡୁ କରିବା ସମୟରେ ଚୁପ୍ ଚାପ୍ ହୋଇ ଝାଡ଼ୁ କରିବେ ଏବଂ କୋୖଣସି କଥା ବାର୍ତା କରିବେ ନାହିଁ।କଥା ଵାତ୍ତା କରି ଝାଡ଼ୁ କଲେ ମା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି, ଏବଂ ଝାଡୁରେ ଗୋଡ଼ ବାଜିଲେ ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୂଅନ୍ତି। ଯଦି ଅଜାଣତରେ କେବେ ଗୋଡ଼ରେ ଛାଡ଼ୁ ବାଜିଯାଏ ତେବେ ମା ଲକ୍ଷ୍ମୀଙ୍କୁ କ୍ଷମା ମାଗନ୍ତୁ।
ଝାଡୁ କରିବା ସମୟଟି ହେଉଛି ସୂର୍ଯ୍ୟ ଉଦୟହେଵା ପୂର୍ବରୁ ସୂଯ୍ୟ ଉଦୟ ହେବା ପରେ ଝାଡ଼ୁ ଲାଗିଲେ ମା ଲକ୍ଷ୍ମୀ ଅସୁନ୍ତୁଷ୍ଟ ହୋଇ ଚାଲି ଯାଆନ୍ତି। ସନ୍ଧ୍ୟା ସମୟରେ ସୂର୍ଯ୍ୟାସ୍ତ ହେବା ଦଶ ମିନିଟ୍ ପୂର୍ବରୁ ଝାଡ଼ୁ ଲଗାଇବା ଉଚିତ୍। ରାତ୍ରୀ ସମୟରେ ଯଦି ଝାଡ଼ୁ ଲଗେଇଲେ ତେବେ ଘରର ଲୋକମାନଙ୍କର ବହୁତ କ୍ଷତି ହୋଇଥାଏ। ରାତ୍ରୀ ରେ ଘରର ଅଳିଆ ଆବର୍ଜ୍ଜନା ବାହରକୁ କାଢିଲେ ମା ଲକ୍ଷ୍ମୀ ରୃଷ୍ଟ ହୋଇ ଚାଲି ଯାଆନ୍ତି। ସନ୍ଧ୍ୟା ପରେ ବା ରାତିରେ ଝାଡୁ ଲଗାନ୍ତୁ ନାହିଁ।ଘର ଲୋକ ବାହାରକୁ ଯିବା ପରେ ଦୁଇ ବା ତିନି ଘଣ୍ଟା ପରେ ଝାଡୁ ଲଗାନ୍ତୁ ।
ନ ହେଲେ ସେମାନେ ଯେଉଁ କାମରେ ଯାଉଥିଵେ ତାହା ସଫଳ ହେବ ନାହିଁ।ଘରକୁ କୁଣିଆ ଆସିଥିଲେ ଝାଡୁ କରନ୍ତୁ ନାହିଁ ଏବଂ ଘରେ କାନ୍ଦୁ ଥିଲେ କିମ୍ବା କୌଣସି ଲୋକ ରାଗୁଥିଲେ ସେହି ସମୟରେ ଝାଡୁ କରାନ୍ତୁ ନାହିଁ। ଝାଡ଼ୁ ଐସାନ୍ୟ ଦିଗରୁ ଆରମ୍ଭ କରନ୍ତୁ ଏବଂ ଉତ୍ତର ଦିଗରେ ସମାପ୍ତ କରନ୍ତୁ। ଝାଡ଼ୁ କୁ ଲୁଚାଇ ରଖନ୍ତୁ। ଏଥିରେ କୋୖଣସି ବ୍ୟକ୍ତିଙ୍କ ନଜର ନପଡୁ ଏବଂ ଝାଡୁକୁ ଐସାନ୍ୟ କୋଣରେ ରଖନ୍ତୁ ନାହିଁ। କାରଣ ଏହା ଦେବତାଙ୍କ ସ୍ଥାନ ହୋଇଥାଏ।ଝାଡ଼ୁ କୁ ରଖିବା ସ୍ଥାନଟି ହେଉଛି ପୂର୍ବ ଓ ପଶ୍ଚିମ ଦିଗରେ ଝାଡୁକୁ ରୋଷେଇ ଘରେ ରଖନ୍ତୁ ନାହି କିମ୍ବା ଶୋଇବା ଘରେ ରଖନ୍ତୁ ନହିଁ।
ଝାଡ଼ୁ କବାଟ କୋଣରେ ରଖନ୍ତୁ। ଝାଡ଼ୁ କୁ ଜୋତା ରଖିବା ସ୍ଥାନରେ ରଖନ୍ତୁ ନାହିଁ, ଘରର ମୁଖ୍ୟ ଦୁଆରେ ରଖନ୍ତୁ ନାହିଁ। ଝାଡ଼ୁ ଯଦି କିଣୁଛନ୍ତି ତେବେ ତିନୋଟି ଝାଡୁ କିଣନ୍ତୁ, ନୂଆ ଝାଡ଼ୁ କୁ ଶନିବାର ଦିନ କିଣନ୍ତୁ ନାହିଁ ଏଵଂ ଶୁକ୍ଳ ପକ୍ଷରେ କିଣନ୍ତୁ ନାହିଁ।ଝାଡ଼ୁ କୁ କୃଷ୍ଣ ପକ୍ଷରେ କିଣନ୍ତୁ। ଯେଉଁ ଝାଡ଼ୁ ଖରାପ ତାହାକୁ ତୁରନ୍ତ ବାହାରକୁ କାଢି ଦିଅନ୍ତୁ। ଝାଡ଼ୁ କୁ କେବେବି ଜଳାନ୍ତୁ ନାହିଁ।
ଆପଣ ନୂଆ ଘରକୁ ଆସିଲେ ପୁରୁଣା ଝାଡ଼ୁ କୁ ନେଇ ଆସିବେ ନହେଲେ ଘରକୁ ବିପଦ ମାଡିଆସିବ। କୋୖଣସି ଜୀବ ଜନ୍ତୁ କୁ ଝାଡ଼ୁ ରେ ପିଟନ୍ତୁ ନାହିଁ।ମାଙ୍କର କୃପା ପାଇଁଵା ପାଇଁ କୋୖଣସି ମନ୍ଦିରରେରାତି ତିନିରୁ। ପାଞ୍ଚଟା ମଧ୍ୟରେ ତିନୋଟି ଝାଡ଼ୁ କୁ ନେଇ ଗୁପ୍ତ ଦାନ କରନ୍ତୁ।ଏହା କରିବା ଦ୍ଵାରା ମା ଲକ୍ଷ୍ମୀଙ୍କ କୃପା ମିଳିବ। ଏତିକି କହି ବିଦାୟ ନେଉଛି ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।