ବର୍ତ୍ତମାନ ସମୟରେ ପିଲାମାନେ ଅଧିକ ତର କୁପୋଷଣ ର ଶିକାର ହୋଇଛନ୍ତି ତେଣୁ ଅଧିକ ତର ପିଲା ନିଜର ଓଜନ ବଢାଇବା ପାଇଁ ଚେଷ୍ଟା କରୁଛନ୍ତି କିନ୍ତୁ ସେମାନେ ଏଥି ସହ ସଠିକ ପୋଷଣ ଗ୍ରହଣ କରିବା ବିଷୟରେ ଚିନ୍ତା କରୁ ନାହାନ୍ତି ଆସନ୍ତୁ ଜାଣିବା ସଠିକ୍ ପୋଷଣ ଗ୍ରହଣ କରିବା ପାଇଁ ଖାଦ୍ୟ ସୂଚୀ । ଓଜନ ବଢାଇବା ପ୍ରତିଦିନ ସକାଳୁ ଉଠିବା ପରେ ଏକ ଡ୍ରିଙ୍କ ପିଇବା ନିହାତି ଆବଶ୍ୟକ ।
ପ୍ରଥମେ ଗୋଟିଏ ପାତ୍ରରେ ଗୋଟିଏ ଚାମଚ ଛତୁଆ ମିଶାନ୍ତୁ ଏଥିରେ ଗୋଟିଏ କଦଳୀ ଏବଂ ଅଧ ଚାମଚ ପିନଟ ବଟର ଇତ୍ୟାଦି ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ ଏବଂ ଏଥିରେ କିଛି କ୍ଷୀର ମିଶାଇ ଆପଣ ପିଇ ପାରିବେ । ଏହା ପରେ ଆପଣ ସକାଳର ଜଳଖିଆକୁ ଦିନ ୯ ରୁ ୧୦ ଭିତରେ କରି ପାରିବେ ଏଥିରେ ଆପଣ ଏଥିରେ ସଠିକ୍ ମାତ୍ରାରେ କାର୍ବୋହାଇଡ୍ରେଟ ,ପ୍ରୋଟିନ ,
ଫାଇବର ଇତ୍ୟାଦି ରହିବା ଆବଶ୍ୟକ ତେଣୁ ଏଥିରେ ସବୁବେଳେ ରୁଟି ,ସନ୍ତୁଳା ଏବଂ ଆମିଷ ଆଦି ଖାଇବା ଦ୍ଵାରା ହିଁ ସଠିକ ଭାବରେ ଶରୀରର ଓଜନ ବଢ଼ିବାରେ ସାହାଯ୍ୟ କରିବ ଏହି ପରି ଭାବରେ ଆପଣଙ୍କୁ ଯଦି ମଧ୍ୟାହ୍ନ ପୂର୍ବରୁ ଭୋକ ଲାଗେ ତାହାଲେ ଆପଣ ସିଝା ବୁଟ ଆଦି ଖାଇ ପାରିବେ । ମଧ୍ୟାହ୍ନ ରେ ମଧ୍ୟ ଆପଣ ସକାଳ ର ଜଳଖିଆ ଭାବେ ରୁଟି ବଦଳରେ ଭାତ ଏବଂ ଅନ୍ୟ କିଛି ଖାଇ ପାରିବେ ।
ଅପରାହ୍ନ ରେ ଆପଣ ଛତୁଆ ଏବଂ ରାଶି କୁ ବତୁରାଇ ଗୋଟିଏ ମିଶ୍ରଣ ପ୍ରସ୍ତୁତ କରିବେ ଆପଣ ଏହାକୁ ପିଇ ପାରିବେ ଏହାକୁ ପିଇ ସାରିବା ପରେ ଆପଣଙ୍କୁ ୪୦ ରୁ ୪୫ ମିନିଟ୍ ପର୍ଯ୍ୟନ୍ତ ବ୍ୟାୟାମ କରିବା ନିହାତି ଜରୁରୀ ଅଟେ । ଏହା ଦ୍ଵାରା ଆପଣଙ୍କ ମାଂସ ପେଶି ବୃଦ୍ଧି ହେବା ସହ ଆପଣ ସମ୍ପୂର୍ଣ୍ଣ ଦିନ ସାରା ଯାହା ଖଇଥିବେ ତାହା ମଧ୍ୟ ହଜମ ହେବାରେ ସାହାଯ୍ୟ କରିବା । ଏହା ପରେ ଆପଣ ରାତ୍ରି ଭୋଜନ ୮ ରୁ ସାଢ଼େ ୮ ଭିତରେ କରିଦେବା ଆବଶ୍ୟକ ।
ଏହା ପରେ ଶୋଇବାର ଏକ ଘଣ୍ଟା ପୂର୍ବରୁ ଅଧ ଚାମଚ ଅସ୍ଵଗନ୍ଧା କୁ କ୍ଷୀରରେ ମିଶାଇ ପିଇବା ଦ୍ଵାରା ଏହା ଓଜନ ବୃଦ୍ଧିରେ ମଧ୍ୟ ସହାୟକ ହୋଇଥାଏ ଏହା ମଧ୍ୟ ଟ୍ଟେଷ୍ଟୋଷଟିରନ୍ ବୃଦ୍ଧି ହୋଇଥାଏ । ଏଥି ସହ ପ୍ରଚୁର ନିଦ୍ରା ନିହାତି ଆବଶ୍ୟକ କାରଣ ପ୍ରଚୁର ନିଦ୍ରା ଦ୍ଵାରା ହିଁ ପ୍ରକୃତରେ ଶରୀରର ମାଂସ ପେଶି ବୃଦ୍ଧି ହୋଇଥାଏ । ଯଦି ଆପଣଙ୍କୁ ଭୋକ କରୁନି ତାହାଲେ ନିୟମିତ ବ୍ୟାୟାମ କରି ପ୍ରଥମେ ନିଜ ଶରୀରରେ ଭୋକ ଉତ୍ପନ କରନ୍ତୁ ପରେ ଏହା ସବୁ ପାଳନ କରନ୍ତୁ ।