୩୦ ଜାନୁଆରୀ ୧୯୪୮ ମସିହାରେ ଗାନ୍ଧିଜୀଙ୍କ ହତ୍ୟା କରା ଯାଇଥିଲା ଯାହାକି ସେ ସମୟର ଏବଂ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହରଲାଲ ନେହେରୁ ଭାରତର ଲୋକ ମାନଙ୍କୁ ସମ୍ବାଦ ଦେଇଥିଲେ । ଗାନ୍ଧୀଜୀ ଭାରତକୁ ସ୍ଵାଧୀନତା ଦେବାରେ ବହୁତ ବଡ଼ ଭୂମିକା ଗ୍ରହଣ କରିଥିଲେ କିନ୍ତୁ ବହୁତ ଲୋକଙ୍କ ମନରେ ଏହି ପ୍ରଶ୍ନ ଉଠେ କି ଗାନ୍ଧୀଜୀ ଭାରତର ପ୍ରଧାନମନ୍ତ୍ରୀ କଣ ପାଇଁ ହେଲେ ନାହିଁ ଆସନ୍ତୁ ଜାଣିବା ଏହା ବିଷୟରେ ।
ଆଗକୁ ପଢ଼ିବା ପୂର୍ବରୁ ପ୍ରଥମେ ଜାଣି ନେବା ଗାନ୍ଧୀଜୀ ଭାରତର ପ୍ରଧାନମନ୍ତ୍ରୀ କଣ ପାଇଁ ହୋଇଥାନ୍ତେ । ଗାନ୍ଧୀଜୀ ୧୯୧୫ ମସିହାରେ ଦକ୍ଷିଣ ଆଫ୍ରିକାରେ ଆନ୍ଦୋଳନ କରି ସାରି ଭାରତକୁ ଆସିଥିଲେ ଏବଂ ଭାରତକୁ ଆସିବାର ଦୁଇ ବର୍ଷ ପର୍ଯ୍ୟନ୍ତ ସେ ସମ୍ପୂର୍ଣ୍ଣ ଭାରତ ବୁଲୁଥିଲେ ଏବଂ ଲୋକ ମାନଙ୍କ ସହ ମିଶି ସେମାନଙ୍କ ଦୁଃଖ ଓ କଷ୍ଟ ବୁଝିଥିଲେ । ପରେ ସେ ଚଂପରଣ ଥରେ ନିଜର ପ୍ରଥମ ଆନ୍ଦୋଳନ କରିଥିଲେ ଏବଂ ଏହା ପରେ ସେ ଅନେକ ଆନ୍ଦୋଳନ କରି ଦେଶକୁ ସ୍ଵାଧୀନ କରିବା ପଥରେ ଆଗେଇ ନେଇ ଚାଲିଥିଲେ ଏବଂ ଲୋକମାନେ ମଧ୍ୟ ତାଙ୍କୁ ସମର୍ଥନ କରୁଥିଲେ ।
୧୯୨୦ ମସିହାରେ ବାଲ ଗଙ୍ଗାଧର ତିଳକ ଙ୍କ ମୃତ୍ୟୁ ପରେ ଗାନ୍ଧିଜୀ ଜାତୀୟ ସ୍ତରର ନେତା ଭାବରେ ଦାୟିତ୍ଵ ଗ୍ରହଣ କଲେ ଏବଂ ୨୦ ବର୍ଷ ଠାରୁ ବି ଅଧିକ ସମୟ ପର୍ଯ୍ୟନ୍ତ ଭାରତର ନେତୃତ୍ୱ ନେଇଥିଲେ ସେଥି ପାଇଁ ଏହି ସମୟକୁ ଗାନ୍ଧୀ ଯୁଗ ବୋଲି କୁହାଯାଏ । ସୁବାସ ଚନ୍ଦ୍ର ବୋଷ ଗାନ୍ଧୀଙ୍କୁ ଜାତୀୟ ପିତା ବୋଲି ସମ୍ବୋଧନ କରୁଥିଲେ ଗାନ୍ଧୀ ଏତେ ତେଜସ୍ଵୀ
ଥିଲେ କି ଡ଼ାକ୍ତର ଆମ୍ବେଦକର ଯିଏ କି ଗାନ୍ଧୀ ବିରୋଧୀ ଥିଲେ ମଧ୍ୟ ତାଙ୍କର କୌଣସି କଥାକୁ କାଟୁ ନଥିଲେ । ସେ କଂଗ୍ରେସ ଦଳର ମୁଖ୍ୟ ମଧ୍ୟ ଥିଲେ ଏବଂ ଦ୍ଵିତୀୟ ଗୋଲ ଟେବୁଲ ବୈଠକରେ ଇଂଲଣ୍ଡ ରେ ଭାରତ ଏବଂ କଂଗ୍ରେସକୁ ଉପସ୍ଥାପିତ କରିଥିଲେ ଗାନ୍ଧୀଜୀ ଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ନ ବାଛିବାର କାରଣ ହେଉଛି ଦ୍ଵିତୀୟ ବିଶ୍ଵ ଯୁଦ୍ଧ ପରେ ଏହା ସୁନିଶ୍ଚିତ ହୋଇ ଯାଇଥିଲା କି
ଇଂରେଜ ମାନେ ଭାରତରେ ଅଧିକ ସମୟ ପର୍ଯ୍ୟନ୍ତ ରହି ପାରିବେ ନାହିଁ ତେଣୁ ଇଂରେଜ ମାନେ ସେ ସମୟରେ ଭାରତର ସବୁଠାରୁ ସୁଦୃଢ ଦଳ କଂଗ୍ରେସ ସହ ହାତ ମିଳାଇ ଥିଲେ ଓ ଏହା ନିଷ୍ପତି ନେଇଥିଲେ କି ଏକ ଭୋଟ ଦ୍ଵାରା କଂଗ୍ରେସର ମୁଖ୍ୟ ବଛା ଯିବା ଯିଏ କି ପ୍ରଧାନମନ୍ତ୍ରୀ ହେବେ । କିନ୍ତୁ ଗାନ୍ଧୀଜୀ ୧୯୩୪ ମସିହାରୁ ହିଁ ଦଳ ଛାଡି ଦେଇଥିଲେ । ଏହା ଛଡା ଆଉ ଏକ କାରଣ ହେଉଛି ଗାନ୍ଧିଜୀଙ୍କ ଅହିଂସା ଏବଂ ସତ୍ୟ ବାଦି ନୀତି । ସେ ସବୁବେଳେ ଅହିଂସା ନୀତି ପାଳନ କରୁଥିଲେ କିନ୍ତୁ ଦେଶ ସମ୍ଭାଳିବା ପାଇଁ ଅହିଂସା ନୀତି ପର୍ଯ୍ୟାପ୍ତ ହୋଇ ନଥାନ୍ତା ।