ଆମ ଶରୀରର ସମସ୍ତ ଅଙ୍ଗ ର ଯତ୍ନ ଆମକୁ ସଠିକ୍ ଭାବରେ ନେବା ପାଇଁ ପଡ଼ିଥାଏ।ଏବଂ ଏହା କରିବା ଦ୍ଵାରା ଆମ ଶରୀର ସୁସ୍ଥ ରହିଥାଏ।ସେହି ପରି ଦାନ୍ତର ମଧ୍ୟ ସଠିକ୍ ଭାବରେ ଯତ୍ନ ନେବା ଆବଶ୍ୟକ।ଯଦି କୌଣସି ଦାନ୍ତ ଅଧା ଭାଙ୍ଗି ଯାଇଥାଏ ତେବେ ଆମକୁ ତୁରନ୍ତ ଡାକ୍ତର ଙ୍କୁ ପରାମର୍ଶ କରିବା ଉଚିତ୍।କାରଣ ଏହି ଅଧା ଭଙ୍ଗା ଦାନ୍ତରୁ ଅନେକ ରୋଗ ସୃଷ୍ଟି ହୋଇଥାଏ।
ଯଦି କୌଣସି ଦାନ୍ତ ଅଧାରୁ ଭାଙ୍ଗି ଯାଇଥାଏ ତେବେ ଆମେ ଖାଦ୍ୟ ଖାଇବା ସମୟରେ ଆମକୁ କଷ୍ଟ ଅନୁଭବ ହୋଇଥାଏ,ଏବଂ ଏହା ମାଢ଼ି ଉପରେ ପ୍ରଭାବ ମଧ୍ୟ ପକାଇ ଥାଏ।ଅଧିକାଂଶ ସମୟରେ ଆମେ ସଠିକ୍ ଭାବରେ ବ୍ରଶ କରି ନଥାନ୍ତି,ଯାହା ଦ୍ଵାରା ଦାନ୍ତ ଅଧାରୁ ଭାଙ୍ଗି ଯାଇଥାଏ।
ଆହୁରି ମଧ୍ୟ ଦାନ୍ତ ରେ କୌଣସି କଠୋର ବସ୍ତୁକୁ କାମୁଡିବା ଦ୍ବାରା ଅଧା ଦାନ୍ତ ଭାଙ୍ଗି ଯାଇଥାଏ।ଅଧିକାଂଶ ସମୟରେ ଦାନ୍ତ ଅଧାରୁ ଭାଙ୍ଗିବାର କାରଣ ହୋଇଥାଏ ଆକ୍ସିଡେଣ୍ଟ ।ଦାନ୍ତରେ କ୍ୟାଭିଟ ରହିଥିବା କାରଣରୁ ମଧ୍ୟ ଦାନ୍ତ ଅଧାରୁ ଭାଙ୍ଗି ଯାଇଥାଏ।
ଏହି ପରି ପରିସ୍ଥିତିର ସମ୍ମୁଖୀନ ହେଲେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯିବା ଉଚିତ୍।ପ୍ରଥମେ ଡାକ୍ତର ଦାନ୍ତ ରୁ ଇନଫେକସନ କୁ ଦୂର କରିବା ପାଇଁ ଚିକିତ୍ସା କରନ୍ତି ଏବଂ ଏହା ପରେ ଦାନ୍ତ କୁ ଅନ୍ୟ ଦାନ୍ତ ଗୁଡ଼ିକ ସହ ସମାନ କରିବା ପାଇଁ କ୍ୟାପ ଲଗାଇଥାନ୍ତି